ନୂଆଦିଲ୍ଲୀ: ବରିଷ୍ଠ ଓଡିଆ ଚିକିତ୍ସା ବିଜ୍ଞାନୀ ଡା.ଦେବାଶିଷ ମହାନ୍ତି ହେଲେ ଜାତୀୟ ପ୍ରତିରକ୍ଷଣାବିଜ୍ଞାନ ସଂସ୍ଥାନ (National Institute of Immunology, NII) ନୂତନ ନିର୍ଦ୍ଦେଶକ । ପୂର୍ବରୁ ସେ NII ଜଣେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟରତ ଥିବା ବେଳେ ତାଙ୍କୁ ଏହି ଜାତୀୟ ଗବେଷଣା ସଂସ୍ଥାର ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର (Debasisa Mohanty appointed director of NII )। ଏନେଇ କାର୍ମିକ ମନ୍ତ୍ରଣାଳୟ (Personnel Ministry ) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇ ସୂଚନା ଦିଆଯାଇଛି ।
ଆଉ ଜଣେ ଓଡିଆଙ୍କୁ ବଡ ପଦବୀ, ବରିଷ୍ଠ ବୈଜ୍ଞାନିକ ଦେବାଶିଷ ମହାନ୍ତି ହେଲେ NII ନିର୍ଦ୍ଦେଶକ - ବୈଜ୍ଞାନିକ ଦେବାଶିଷ ମହାନ୍ତି
ବରିଷ୍ଠ ଓଡିଆ ବୈଜ୍ଞାନିକ ଦେବାଶିଷ ମହାନ୍ତି ହେଲେ ଜାତୀୟ ପ୍ରତିରକ୍ଷଣାବିଜ୍ଞାନ ସଂସ୍ଥାନ (NII)ର ନୂତନ ନିର୍ଦ୍ଦେଶକ । କ୍ୟାବିନେଟ ନିଯୁକ୍ତି କମିଟି ଦେଲା ଅନୁମୋଦନ । ପୂର୍ବରୁ NIIରେ ବରିଷ୍ଠ ଗବେଶକ ଭାବେ କାର୍ଯ୍ୟରତ ଥିଲେ ଡାକ୍ତର ମହାନ୍ତି । ଅଧିକ ପଢନ୍ତୁ

ବରିଷ୍ଠ ଓଡିଶା ବୈଜ୍ଞାନିକ ଦେବାଶିଷ ମହାନ୍ତି ହେଲେ NII ନିର୍ଦ୍ଦେଶକ
କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଡାକ୍ତର ମହାନ୍ତିଙ୍କ ନିଯୁକ୍ତି ଉପରେ ଅନୁମୋଦନ ଦେବା ପରେ ସରକାର ତାଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ବର୍ତ୍ତମାନ ଦେଶରେ କୋଭିଡ ସ୍ଥିତି ଓ ଅନ୍ୟ କିଛି ନୂତନ ଭୂତାଣୁ ସଂକ୍ରମଣର ଅହ୍ବାନ ଥିବା ବେଳେ ଗବେଷଣା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜାତୀୟ ଇମ୍ୟୁନୋଲୋଜି ସଂସ୍ଥାନ (NII)।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ