ମୁମ୍ବାଇ:ମହାରାଷ୍ଟ୍ରରେ ଅଭାବନୀୟ ଘଟଣା, ହ୍ରଦରେ ବୁଡି ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା( woman and her three daughters drowned in a lake in the Sangli district) । ଜଣେ ମହିଳାଙ୍କ ସହ ତାଙ୍କ ତିନି ଝିଅଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ଗତକାଲି(ରବିବାର) ସାଙ୍ଗଲି ଜିଲ୍ଲାର ବିଲୁର ଗ୍ରାମପରେ ଏହି ଘଟଣା ଘଟିଥିବା ପୋଲିସ ତରଫରୁ ସୂଚନା ମିଳିଛି । ଚାରି ମୃତକ ହେଉଛନ୍ତି ମହିଳା ସୁନୀତା ତୁକାରାମ ମାଲି (27) ଓ ତାଙ୍କ ତିନି ଝିଅ ହେଉଛନ୍ତି ଅମୃତା ତୁକାରାମ ମାଲି, ଅଙ୍କିତା ତୁକାରାମ ମାଲି ଓ ଐଶ୍ବର୍ଯ୍ୟା ତୁକାରାମ ମାଲି । ସେମାନଙ୍କ ମଧ୍ୟରୁ ଜଣଙ୍କ ବୟସ ୧୩ ବର୍ଷ ହେଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ବୟସ ଯଥାକ୍ରମେ ୧୦ ଓ ୭ ବର୍ଷ ବୋଲି ଜଣାପଡିଛି ।
ପୋଲିସର ସୂଚନାନୁସାରେ, ବିଲୁର ଗ୍ରାମରେ ତୁକାରାମ ଚନ୍ଦ୍ରକାନ୍ତ ମାଲି ବସବାସ କରନ୍ତି । ଗତ ରବିବାର ସକାଳ ସମୟରେ ତାଙ୍କ ସ୍ତ୍ରୀ ସୁନୀତା ଓ ତିନି ଝିଅ କେଉଁ ଆଡେ ନିଖୋଜ ହୋଇଯାଇଥିଲେ । ଦିନ ତମାମ ସେ ଖୋଜାଖୋଜି କରିବା ପରେ ଗ୍ରାମବାସୀଙ୍କୁ ମଧ୍ୟ ପଚାରି ବୁଝିଥିଲେ । କିନ୍ତୁ ସ୍ତ୍ରୀ ଓ ତିନି ଝିଅଙ୍କ କୌଣସି ପତ୍ତା ନମିଳିବାରୁ ଏନେଇ ସେ ଜଟ ପୋଲିସ ଥାନାରେ ଏକ ନିଖୋଜ ଅଭିଯୋଗ କରିଥିଲେ ।