ଓଡିଶା

odisha

ETV Bharat / bharat

କୋର୍ଟରେ ଚାଲିଥିଲା ହତ୍ୟାକାଣ୍ଡ ମାମଲାର ଶୁଣାଣି, ହଠାତ୍ ପହଞ୍ଚିଲେ ମୃତବ୍ୟକ୍ତି - ଲକ୍ଷ୍ନୌ

ଜୌନପୁର ଜିଲ୍ଲାରେ ହତ୍ୟା ମାମଲାର ଶୁଣାଣି ଚାଲିଥିଲା । ଏହି ସମୟରେ କୋର୍ଟରେ ଆସି ହାଜର ହେଲେ ମୃତ ବ୍ୟକ୍ତି । ଅଧିକ ପଢନ୍ତୁ...

କୋର୍ଟରେ ଚାଲିଥିଲା ହତ୍ୟାକାଣ୍ଡ ମାମଲାର ଶୁଣାଣି, ହଠାତ୍ ପହଞ୍ଚିଲେ ମୃତବ୍ୟକ୍ତି
କୋର୍ଟରେ ଚାଲିଥିଲା ହତ୍ୟାକାଣ୍ଡ ମାମଲାର ଶୁଣାଣି, ହଠାତ୍ ପହଞ୍ଚିଲେ ମୃତବ୍ୟକ୍ତି

By

Published : Mar 2, 2021, 9:30 AM IST

ଲକ୍ଷ୍ନୌ: ଜୌନପୁର ଜିଲ୍ଲାରେ ହତ୍ୟା ମାମଲାର ଶୁଣାଣି ଚାଲିଥିଲା । ଏହି ସମୟରେ କୋର୍ଟରେ ଆସି ହାଜର ହେଲେ ମୃତ ବ୍ୟକ୍ତି । ସାଧୁ ବେଶରେ ଆସି କୋର୍ଟ ସାମ୍ନାରେ ହାଜର ହେଲେ । ରାୟ ମଝିରେ ଆସି ଫିଲ୍ମ ଷ୍ଟାଇଲରେ କହିଥିଲେ, ‘ସାର୍ ମୁଁ ଜୀବିତ ଅଛି’ । ଯେଉଁ ବ୍ୟକ୍ତିଙ୍କ ହତ୍ୟାକାଣ୍ଡର ଶୁଣାଣି ହେଉଥିଲା ସେ ହିଁ ଜଣେ ଭିକ୍ଷୁକ ଭାବରେ ଛଦ୍ମବେଶରେ ଆସି ପହଞ୍ଚିଥିଲେ। କୋର୍ଟରେ ପହଞ୍ଚିବା ପରେ ସେ ତାଙ୍କ ଜୀବନ ରକ୍ଷା କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ।

ଅପହରଣ ଓ ହତ୍ୟା ମାମଲା ଜୌନପୁରର ସିଜେଏମ୍ କୋର୍ଟରେ ଚାଲିଥିଲା। ଜିଲ୍ଲାର ଖେଟାସରାଇର ବରଜୀ ଗ୍ରାମ ନିବାସୀ ମୁଲଚନ୍ଦ୍ରଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଚାଲିଥିଲା ଶୁଣାଣି । ତେବେ କୋର୍ଟରେ ପହଞ୍ଚିବା ପରେ ସେ ତାଙ୍କ ଜୀବନ ରକ୍ଷା କରିବାକୁ ବିଚାରପତିଙ୍କୁ ଅନୁରୋଧ କରିଥିଲେ ।

ବରଜୀ ଗାଁର ବାସିନ୍ଦା ଅନିଲ କୁମାର ବିନ୍ଦ ତାଙ୍କ ଓକିଲଙ୍କ ମାଧ୍ୟମରେ କୋର୍ଟରେ ଏକ ଆବେଦନ କରିଛନ୍ତି ଯେ ତାଙ୍କ ଅବିବାହିତ ମାମୁଁ ମୁଲଚାନ୍ଦ ମାନସିକ ସ୍ତରରେ ଅସୁସ୍ଥ ଅଛନ୍ତି। ଏହି ଆବେଦନରେ ଅନିଲ କୁମାର ବିନ୍ଦ ଅଭିଯୋଗ କରିଛନ୍ତି ଯେ ଫୁଲଚାନ୍ଦ, ହରିଶ ଚନ୍ଦ୍ର ଏବଂ ଅନ୍ୟମାନେ ନଭେମ୍ବର 4 ରେ ମୁଲଚାନ୍ଦଙ୍କୁ ଅପହରଣ କରି ସମ୍ପତ୍ତି ହଡପ କରିଥିଲେ। ଏପରିକି ହତ୍ୟା ଅଭିଯୋଗ ମଧ୍ୟ ହୋଇଥିଲା ।

ଗତ ଜାନୁଆରୀ 19 ରେ ମୁଲଚାନ୍ଦ ଜୀବନ୍ତ ବୋଲି କୋର୍ଟରେ ନିବେଦନ କରାଯାଇଥିଲା। ତେବେ ପ୍ରତିପକ୍ଷଙ୍କ ଓକିଲ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଓକିଲ କହିଛନ୍ତି ଯେ ଉକ୍ତ ବ୍ୟକ୍ତି ମୁଲଚାନ୍ଦ ନୁହଁନ୍ତି। ଉପସ୍ଥାପିତ ବ୍ୟକ୍ତିଙ୍କ ଫଟୋ ଆଧାର କାର୍ଡ ସହ ମିଶୁନି ।

ABOUT THE AUTHOR

...view details