ଚଣ୍ଡିଗଡ: ମୃତ ପ୍ରାର୍ଥୀଙ୍କ ବିଜୟ । ପଞ୍ଚାୟତ ନିର୍ବାଚନରେ ମୃତ ପ୍ରାର୍ଥୀଙ୍କ ବିଜୟ (dead candidate became sarpanch in kurukshetra)। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଶାହବାଦ ଜନଦେଡୀ ଗାଁରେ । ତେବେ ମୃତ ପ୍ରାର୍ଥୀ ଜଣକ ହେଉଛନ୍ତି କୁରୁକ୍ଷେତ୍ର ର ରାଜବୀର ସିଂ।
ସୂଚନା ଅନୁଯାୟୀ, ହରିୟାନା ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ 9ଟି ଜିଲ୍ଲାରେ ନଭେମ୍ବର 12ରେ ହୋଇଥିଲା ମତଦାନ ପ୍ରକ୍ରିୟା । କିନ୍ତୁ ପ୍ରାର୍ଥୀ ପଦରେ ଛିଡା ହୋଇଥିବା ରାଜବୀର ମତଦାନର 1ସପ୍ତାହ ପୂର୍ବରୁ ବ୍ରେନ ହାମ୍ରେଜ ରେ ମୃତ୍ୟୁବରଣ କରିଥିଲେ । କିନ୍ତୁ ନଭେମ୍ବର 12 ରେ ରାଜବୀରଙ୍କ ସପକ୍ଷରେ ଭୋଟ୍ ଦେଇ ତାଙ୍କୁ ବିଜୟ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଗ୍ରାମବାସୀ ।