ଓଡିଶା

odisha

ETV Bharat / bharat

ଗୋଟିଏ ପରିବାରର 4 ଜଣଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ - ଗାଜିପୁରରେ ଗୋଟିଏ ପରିବାରର ସଭିଙ୍କ ମୃତ୍ୟୁ

ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ । ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ଅଧିକ ପଢ଼ନ୍ତୁ

dead body found of four member of same family in ghazipur
ଗୋଟିଏ ପରିବାରର 4 ଜଣଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

By

Published : Apr 18, 2022, 3:20 PM IST

ଲକ୍ଷ୍ନୌ: ଗୋଟିଏ ପରିବାରର ଚାରିଜଣଙ୍କ ମୃତ୍ୟୁ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାରେ। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଗାଜିପୁର ଜିଲ୍ଲା ସାଦାତ ନଗର ୱାର୍ଡ ନଂ 2ର ସୋନକର ବସ୍ତି ନିବାସୀର ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ପାରିବାରିକ କଳହ ଯୋଗୁଁ ପ୍ରଥମେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଏହାପରେ ନିଜେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସକାଳେ ସେମାନଙ୍କ କବାଟ ନ ଖୋଲିବାରୁ ପାଖ ପଡ଼ୋଶୀ ସନ୍ଦେହ କରିଥିଲେ। ଏବଂ ପୋଲିସକୁ ସୂଚନା ଦେଇଥିଲେ। ତେବେ ବନ୍ଦ ଘରୁ 4ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ବ୍ୟକ୍ତି ଜଣକ ରେଳ ଷ୍ଟେସନରେ ଠେଲା ବେପାରୀ ଅଟନ୍ତି। ଆଠ ବର୍ଷ ପୂ୍ର୍ବେ ତାଙ୍କ ବିବାହ ରୀନା ସୋନକରଙ୍କ ସହ ହୋଥିଲା। ତାଙ୍କର ଗୋଟିଏ 6 ବର୍ଷର ପୁଅ ଏବଂ 4 ବର୍ଷର ଝିଅ ଥିଲେ। କୁହାଯାଉଛି ଯେ ପାରିବାରିକ କଳହ ନେଇ ଅନେକ ସମୟରେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା ହୁଏ। ତେଣୁ ପ୍ରାୟ ଏକ ବର୍ଷ ହେବ ସେ ତାଙ୍କ ବାପ ଘରେ ରହି ଆସୁଥିଲେ। ତେବେ ଗତ 10 ଦିନ ହେବ ପିତାମାତା ବୁଝାଇ ତାଙ୍କ ଘରକୁ ପଠାଇଥିଲେ। ପଡ଼ୋଶୀଙ୍କ କହିବା ଅନୁସାରେ, ଶନିବାର ଦିନ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେତେବେଳେ ସକାଳ 7.30 ପର୍ଯ୍ୟନ୍ତ ସେମାନଙ୍କ କବାଟ ଖୋଲିଲା ନାହିଁ, ପଡୋଶୀମାନେ ପୋଲିସକୁ ସୂଚନା ଦେଇଥିଲେ | ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘରର କବାଟ ଭାଙ୍ଗି 4 ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଅନ୍ୟପଟେ ସ୍ଥାନୀୟ ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details