ପାଟନା:ବିହାରରେ ଗଙ୍ଗାନଦୀରେ ମଧ୍ୟ ମୃତଦେହ ଭାସମାନ ଅବସ୍ଥାରେ ଠାବ କରାଯାଇଛି । ଏହାପରେ ରାଜ୍ୟ ଗଙ୍ଗାନଦୀର ପାଣିରେ କୋରୋନା ଭାଇରସର ଉପଲବ୍ଧତା ଯାଞ୍ଚ କରିବା ପାଇଁ ନମୁନା ପଠାଯାଇଛି । ଏ ସମ୍ପର୍କରେ ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ ନବୀନ କୁମାର ସୂଚନା ଦେଇଛନ୍ତି ।
ବିହାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ବାରା ପ୍ରତିଦିନ ଗଙ୍ଗାନଦୀର ପାଣିକୁ ସଂଗ୍ରହ କରାଯାଇ ଏହାର ପ୍ରଦୂଷଣ ମାତ୍ରାକୁ ପରୀକ୍ଷା କରାଯାଇଥାଏ । କିନ୍ତୁ ନଦୀରେ କୋଭିଡ ଆକ୍ରାନ୍ତଙ୍କ ମୃତଦେହ ମିଳିବା ପରେ ଗଙ୍ଗାଜଳରେ ଭାଇରସର ଉପଲବ୍ଧତାକୁ ନେଇ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଜଳଶକ୍ତି ମନ୍ତ୍ରଣାଳୟ ଜାତୀୟ ଗଙ୍ଗା ମିଶନ ଯୋଜନାରେ ପ୍ରତିଦିନ ଗଙ୍ଗାନଦୀର ଜଳ ସଂଗ୍ରହ କରାଯାଇ ନଦୀ ଜଳର ପ୍ରଦୂଷଣର ମାତ୍ରା ମପାଯାଉଛି ବୋଲି ନବୀନ କହିଛନ୍ତି ।