ଓଡିଶା

odisha

ETV Bharat / bharat

Shocking Incident: ଅନ୍ତିମ ସଂସ୍କାର କଲେ ପରିବାର, ୨ଦିନ ପରେ ଫେରିଲେ ବୃଦ୍ଧା

ତାମିଲନାଡୁ ଦକ୍ଷିଣାଞ୍ଚଳ ସହର ଗୁଣ୍ଡୁଭାଞ୍ଚେରିରେ ଚାଞ୍ଚଲ୍ୟ । ଅନ୍ତିମ ସଂସ୍କାରର ୨ ଦିନ ପରେ ଘରକୁ ଫେରିଲା ବୃଦ୍ଧା । ଅଧିକ ପଢନ୍ତୁ

Shocking Incident: ଅନ୍ତିମ ସଂସ୍କାର କଲେ ପରିବାର, ୨ଦିନ ପରେ ଫେରିଲେ ବୃଦ୍ଧା
Shocking Incident: ଅନ୍ତିମ ସଂସ୍କାର କଲେ ପରିବାର, ୨ଦିନ ପରେ ଫେରିଲେ ବୃଦ୍ଧା

By

Published : Sep 24, 2022, 9:27 PM IST

ଚେନ୍ନାଇ: ୭୨ ବର୍ଷ ବୟସରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଲା । ପରିବାର ଶ୍ମଶାନକୁ ଯାଇ ମୃତଦେହରେ ନିଆଁ ଲଗାଇ ଅନ୍ତିମ ସଂସ୍କାର ମଧ୍ୟ କଲେ । ମାତ୍ର ଜୁଇ ଜଳିବାର ୨ ଦିନ ପରେ ଘରକୁ ଫେରିଲେ ମୃତ ବୃଦ୍ଧା (Dead woman come back to home alive) । ଯାହାକି ପରିବାର ସମେତ ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଭଳି ଘଟଣା ତାମିଲନାଡ଼ୁ ଚେନ୍ନାଇର ଦକ୍ଷିଣାଞ୍ଚଳ ଗୁଣ୍ଡୁଭାଞ୍ଚେରି ସହରରେ ଦେଖିବାକୁ ମିଳିଛି ।

ଗତ ସେପ୍ଟେମ୍ବର ୨୦ ତାରିଖରେ ବୃଦ୍ଧା ଜଣକ ମନ୍ଦିରକୁ ଯାଇ ଆଉ ଘରକୁ ଫେରିନଥିଲେ। ବୃଦ୍ଧାଙ୍କ ପୁଅ ଭାଦିଭେଲ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ମାଆକୁ ପାଇନଥିଲେ । ଏହାପରେ ଗୁଣ୍ଡୁଭାଞ୍ଚେରି ତାମ୍ବାରାମ ରେଳ ଲାଇନ ନିକଟରେ ଜଣେ ବୃଦ୍ଧାଙ୍କ ମୃତଦେହ ପଡ଼ିଥିବା ସେ ଜାଣିବାକୁ ପାଇଥିଲେ । ଉକ୍ତ ମୃତଦେହକୁ ସେ ନିଜ ମାଆ ବୋଲି ଭାବିଥିଲେ । ଏହାପରେ ମୃତଦେହକୁ ଆଣି ଅନ୍ତିମ ସଂସ୍କାର ମଧ୍ୟ କରାଇଥିଲେ ।

ଏହା ବି ପଢନ୍ତୁ- Ankita Bhandari Murder Case: ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କୁ ଦଳରୁ ବହିଷ୍କାର କଲା BJP

ବୃଦ୍ଧାଙ୍କ ବିୟୋଗରେ ପରିବାର ଘର ସାମ୍ନାରେ ଶ୍ରଦ୍ଧାଞ୍ଜଳି ପୋଷ୍ଟର (Tearful Tribute Poster) ମଧ୍ୟ ଲଗାଇଥିଲେ । ଏହାପରେ ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର ମଧ୍ୟ ହୋଇଥିଲା । ବୃଦ୍ଧାଙ୍କ ଅନ୍ତିମ ସଂସ୍କାରର ୨ ଦିନ ପରେ ସେ ଘରକୁ ଫେରି ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଥିଲେ । ଏହାପରେ ପ୍ରକୃତ ଘଟଣା ସାମନାକୁ ଆସିଥିଲା । ଉକ୍ତ ମୃତଦେହ ଆଉ ଜଣେ ମହିଳାଙ୍କର ବୋଲି ଜାଣିବାକୁ ପାଇଥିଲେ ଭାଦିଭେଲ । ଏହାପରେ ସେ ଭୟଭୀତ ହୋଇ ତାମ୍ବାରାମ ରେଲୱେ ପୋଲିସକୁ ଜଣାଇଥିଲେ ।

ତେବେ ତଦନ୍ତ ପରେ ଅନ୍ତିମ ସଂସ୍କାର ହୋଇଥିବା ବୃଦ୍ଧାଙ୍କ ପରିଚୟ ମିଳିଛି । ମୃତ ବୃଦ୍ଧା ହେଉଛନ୍ତି ପଦ୍ମା । ସେ ଚେନ୍ନାଇ ତ୍ରିଶୁଲମ ଅଞ୍ଚଳର ମାରିଙ୍କ ପତ୍ନୀ ବୋଲି ଜଣାପଡ଼ିଛି । ରାସନ କାର୍ଡ ଓ ଆଧାର କାର୍ଡର ପ୍ରମାଣ ସ୍ବରୂପ ପଦ୍ମା ମୃତ ବୋଲି ସ୍ପଷ୍ଟ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷଛୟ ପାଲଟିଛି ।

ABOUT THE AUTHOR

...view details