ଓଡିଶା

odisha

ETV Bharat / bharat

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ, କାରରେ ଘୋଷାଡିନେଲା ମଦ୍ୟପ ଡ୍ରାଇଭର

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ । କାରରେ ପ୍ରାୟ 15 ମିଟର ଘୋଷାଡି ନେଲା ମଦ୍ୟପ ଡ୍ରାଇଭର । ଡ୍ରାଇଭରକୁ ଗିରଫ କରି ଜେରା କରୁଛି ପୋଲିସ । ଅଧିକ ପଢନ୍ତୁ

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ
ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଆକ୍ରମଣ

By

Published : Jan 19, 2023, 3:44 PM IST

Updated : Jan 19, 2023, 4:31 PM IST

ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ

ହାଇଦ୍ରାବାଦ: ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଅସଦାଚରଣ । ଜଣେ ମଦ୍ୟପ କାର ଡ୍ରାଇଭର ସ୍ୱାତୀଙ୍କୁ ପ୍ରାୟ 10ରୁ 15 ମିଟର ଘୋଷାଡି ନେଇଥିବା ଅଭିଯୋଗ ହୋଇଛି । ଘଟଣାଟି ଆଜି ଭୋର ପ୍ରାୟ 3ଟାରେ ଘଟିଥିବା ସ୍ବାତୀ ନିଜେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ନିଶାସକ୍ତ କାର ଡ୍ରାଇଭରକୁ ମଧ୍ୟ ପୋଲିସ ଗିରଫ କରିଛି । ଅଭିଯୁକ୍ତ କାର ଡ୍ରାଇଭର ନାମ ହରିଶ ଚନ୍ଦ୍ର ବୋଲି ଜଣାପଡ଼ିଛି । ରାଜଧାନୀ ଦିଲ୍ଲୀରେ ମହିଳା ଆୟୋଗର ଅଧ୍ୟକ୍ଷାଙ୍କ ସହ ଏପରି ଅସଦାଚରଣ ଏବେ ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଘଟଣା ସମ୍ପର୍କରେ ନିଜ ସ୍ବାତୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି, ‘‘ଗତକାଲି ବିଳମ୍ବିତ ରାତିରେ ମୁଁ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନ ଦ୍ବାରା ଗ୍ରହଣ କରାଯାଇଥିବା ପଦକ୍ଷେପ ତଦାରଖ କରୁଥିଲି । ଏହି ସମୟରେ ଏକ କାରର ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ମତେ ଅସଦାଚରଣ କରିଥିଲା । ମୁଁ ତାଙ୍କୁ ରୋକିବାକୁ ପ୍ରୟାସ କରିବା ବେଳେ ସେ କାରର ଡୋରରେ ମୋ ହାତକୁ ଚାପି ରଖି ମତେ କିଛି ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଭଗବାନଙ୍କ କୃପାରୁ ମୁଁ ବଞ୍ଚିଯାଇଛି । ଦିଲ୍ଲୀରେ ଯଦି ମହିଳା ଆୟୋଗର ଅଧ୍ୟକ୍ଷା ସୁରକ୍ଷିତ ନୁହନ୍ତି, ତେବେ ସାଧାରଣ ମହିଳାଙ୍କ ପଇଁ ସ୍ଥିତି କ’ଣ କଳ୍ପନା କରନ୍ତୁ ।’’

ନିକଟରେ ଦିଲ୍ଲୀ କାର ଟ୍ରାଜେଡି ଘଟଣା ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ନୂଆବର୍ଷ ପୂର୍ବରାତିରେ ଅଞ୍ଜଳି ନାମକ ଜଣେ 20 ବର୍ଷୀୟା ଯୁବତୀଙ୍କୁ ଏକ କାର ଧକ୍କା ଦେବା ପରେ ପ୍ରାୟ 12 କି.ମି ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ସାରା ଦେଶରେ ଏହାକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାରେ କାରରେ ଥିବା 5 ଅଭିଯୁକ୍ତଙ୍କ ସମେତ ମୋଟ 7ଜଣ ଗିରଫ ହୋଇଥିଲା ବେଳେ 11 ପୋଲିସକର୍ମୀଙ୍କୁ ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବନ କରାଯାଇଥିଲା ।

ଏହି ଘଟଣାରେ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ତୀବ୍ର ଉଦବେଗ ପ୍ରକାଶ କରିଥିଲେ । ଦିଲ୍ଲୀ ପୋଲିସର ତଦନ୍ତ ଶୈଳୀରେ ଅସନ୍ତୋଷ ଜାହିର କରିବା ସହ ସେ ସିବିଆଇ ତଦନ୍ତ ହସ୍ତାନ୍ତର କରିବା ପାଇଁ ସୁପାରିଶ ମଧ୍ୟ କରିଥିଲେ । ତେବେ ସେ ନିଜେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରଶାସନ ଗ୍ରହଣ କରିଥିବା ପଦକ୍ଷେପ ତଦାରଖ କରୁଥିବା ବେଳେ ଅସଦାଚରଣର ଶିକାର ହୋଇଛନ୍ତି । ଏହା ସହ ପୁଣି ଥରେ ରାଜଧାନୀରେ ମହିଳାଙ୍କ ସୁରକ୍ଷା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2023, 4:31 PM IST

ABOUT THE AUTHOR

...view details