ଓଡିଶା

odisha

ETV Bharat / bharat

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିୱାଲଙ୍କ ମଣିପୁର ଗସ୍ତ, ଯାତ୍ରା ସ୍ଥଗିତ ପାଇଁ ମିଳିଥିଲା ପରାମର୍ଶ - ସ୍ବାତୀ ମାଲିୱାଲ

ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଅଶାନ୍ତ ମଣିପୁର ଗସ୍ତ କରିଛନ୍ତି । ଅପରାହ୍ନ ସୁଦ୍ଧା ସେ ମଣିପୁରରେ ପହଞ୍ଚିବେ । ଏନେଇ ରାଜ୍ୟ ଡିଜିପିଙ୍କୁ ସେ ଚିଠି ଲେଖିଥିବା ଜଣାପଡିଛି । ଅଧିକ ପଢନ୍ତୁ

Swati Maliwal leaves for Manipur
ସ୍ବାତୀ ମାଲିୱାଲଙ୍କ ମଣିପୁର ଗସ୍ତ

By

Published : Jul 23, 2023, 12:17 PM IST

ନୂଆଦିଲ୍ଲୀ:3 ମାସ ହେବ ଜଳୁଛି ମଣିପୁର । ଅଶାନ୍ତ ମଣିପୁରରେ ସ୍ଥିତି ସଙ୍ଗୀନ ହେବାକୁ ଲାଗିଛି । ସୀମା ପାର କରୁଛି ବର୍ବରତା । ନୃଶଂସତାର ଗୋଟିଏ ପରେ ଗୋଟିଏ ଭିଡିଓ ଭାଇରାଲ ହେବାକୁ ଲାଗୁଛି । ନିକଟରେ ଦୁଇ ଜଣ ମହିଲାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲା । 140 କୋଟି ଭାରତୀୟଙ୍କ ମୁଣ୍ଡ ତଳକୁ କରିଥିଲା ଉକ୍ତ ଘଟଣା । ଏହି ଭଳି ପରିସ୍ଥିତିରେ ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଅଶାନ୍ତ ମଣିପୁର ଗସ୍ତ କରିଛନ୍ତି ।

ମଣିପୁର ଗସ୍ତରେ ବାହାରିଥିବା ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ''3 ମାସ ହେବ ମଣିପୁର ଜଳୁଛି । ମଣିପୁରରେ ଯେଉଁଭଳି ଭାବେ ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି ତାହା ଭୟଙ୍କର । ଏନେଇ ମୁଁ ମଣିପୁର ଗସ୍ତ କରିବା ସହ ପୀଡିତାଙ୍କୁ ଭେଟିବାକୁ ମଣିପୁର ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲି । ପ୍ରଥମେ ଅନୁମତି ମିଳିଥିବା ମାତ୍ର ପରବର୍ତ୍ତୀ ସମୟରେ ମୋତେ ଯାତ୍ରା ସ୍ଥଗିତ ରଖିବାକୁ ମଣିପୁର ସରକାର କହିଥିଲେ । ମାତ୍ର ମୁଁ ଏବେ ମଣିପୁର ଯାଉଛି । ମଣିପୁର ଗସ୍ତ ସହ ଯୌନ ନିର୍ଯାତନା ପୀଡିତ ଦୁଇ ମହିଳାଙ୍କୁ ଭେଟିବା ନେଇ ମୁଁ ମଣିପୁର ସରକାରଙ୍କୁ ଚିଠିରେ ଅବଗତ କରାଇଛି ।''

ସେ ଆହୁରି କହିଛନ୍ତି,'' ରାଜ୍ୟରେ ଆଇନ କାନୁନ ବ୍ୟବସ୍ଥା ଭଲ ନଥିବା ମୋତେ ଯାତ୍ରା ସ୍ଥଗିତ ରଖିବାକୁ କହାଯାଉଥିଲା । ମୁଁ କେବଳ ପୀଡିତାଙ୍କୁ ସାହାଯ୍ୟ କରିବାକୁ ମଣିପୁର ଯାଉଛି । ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି କି ମୋତେ ମଣିପୁର ଯିବାକୁ ଦିଆଯାଉ । ମୁଁ କେବଳ ଜଣେ ସମାଜସେବୀ ଓ ମହିଳାଙ୍କ ହିସାବରେ ମଣିପୁର ଯାଉଛି । ସେଠାରେ ପୀଡିତ କିପରି ରହୁଛନ୍ତି ସେ ବିଷୟରେ ଜାଣିବା ସହ ସେମାନଙ୍କୁ ସାହାଯ୍ୟ କରିବାକୁ ମଁ ମଣିପୁର ଗସ୍ତ କରୁଛି । ମୋତେ ଅଟକାଇବାକୁ ଯେପରି ଚେଷ୍ଟ ନ କରାଯାଉ ସେ ଦିଗରେ ଅଧିକାରୀଙ୍କ ସହ ଆଲୋଚନା କରାଯାଉଛି । ମୁଁ ସେଠାକୁ କୌଣସି ସମସ୍ୟା ସୃଷ୍ଟି କରିବାକୁ ଯାଉନାହିଁ କେବଳର ସେ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଉଛି । ଯଦି ରାଜସ୍ଥାନ ଓ ପଶ୍ଚିମବଙ୍ଗରେ ଯଦି ଏହିପରି ଘଟଣା ଘଟେ ତେବେ ମୁଁ ମଧ୍ୟ ସେହି ରାଜ୍ୟକୁ ମଧ୍ୟ ଗସ୍ତ କରିବି । ଭଗବାନଙ୍କ ନାମ ନେଇ ମୁଁ ମଣିପୁର ଯାଉଛି ମୋ ଆତ୍ମା କହୁନାହିଁ କି ମୁଁ ଏହିପରି ଦିଲ୍ଲୀରେ ବସି କାମ କରେ ।''

ଏହା ବି ପଢନ୍ତୁ...Manipur Violence: ହିଂସାକାଣ୍ଡ ନେଇ ଶୁଣନ୍ତୁ କଣ କହୁଛନ୍ତି ମଣିପୁର ଛାତ୍ର

ଏହା ବି ପଢନ୍ତୁ...Manipur Horror: ଦୁଇ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଲେ, ଭିଡିଓ ଭାଇରାଲ

ପ୍ରକାଶ ଥାଉ କି, ଗତ 3 ମାସ ହେବ ମଣିପୁରରେ ହିଂସା ଥମିବାର ନା ନେଉନାହିଁ । ସ୍ଥିତି ନିୟନ୍ତ୍ରଣକୁ ଆଣିବାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅସଫଳ ହୋଇଛନ୍ତି । ମଣିପୁରରେ କୁକୀ ଓ ମୈତେଇ ସମୁଦାୟଙ୍କ ମଧ୍ୟରେ ସଂରକ୍ଷଣକୁ ନେଇ ଉପୁଜିଥିବା ହିଂସାରେ ଅନେକ ଧନ ଜୀବନ ନଷ୍ଟ ହୋଇଛି । ନିକଟରେ ଗତ ଜୁନ 20 ତାରିଖରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଭିଡିଓ ସାମ୍ନାକୁ ଆସିବା ପରେ ସଡକରୁ ନେଇ ସଂସଦ ସବୁଠି ସ୍ବର ଉଠିଥିଲା । ଦେଶକୁ ସ୍ତବ୍ଧ କରିଥିଲା ଉକ୍ତ ଘଟଣା ।

ABOUT THE AUTHOR

...view details