ଓଡିଶା

odisha

By

Published : Mar 13, 2023, 4:13 PM IST

ETV Bharat / bharat

ପିତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ, ସ୍ବାତୀଙ୍କ ନାର୍କୋ ଟେଷ୍ଟ ଦାବି କଲେ ପୂର୍ବତନ ସ୍ବାମୀ

ନିଜ ପିତାଙ୍କ ସମ୍ପର୍କରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ ନେଇ ବଢୁଛି ବିବାଦ । ପୂର୍ବତନ ସ୍ବାମୀ କହିଲେ ଏକଥା ସ୍ବାତୀ ତାଙ୍କୁ କେବେ କହିନଥିଲେ । ଅଭିଯୋଗର ସତ୍ୟତା ପାଇଁ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ ଆବଶ୍ୟକ । ଅଧିକ ପଢନ୍ତୁ

ପିତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲା: ସ୍ବାତୀଙ୍କର ନାର୍କୋ ଟେଷ୍ଟ ଆବଶ୍ୟକ କହିଲେ ପୂର୍ବତନ ସ୍ବାମୀ
ପିତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ମାମଲା: ସ୍ବାତୀଙ୍କର ନାର୍କୋ ଟେଷ୍ଟ ଆବଶ୍ୟକ କହିଲେ ପୂର୍ବତନ ସ୍ବାମୀ

ନୂଆଦିଲ୍ଲୀ:ନିକଟରେ ନିଜ ପିତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ଗଣମାଧ୍ୟମର ଚର୍ଚ୍ଚାରେ ଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କ ମନ୍ତବ୍ୟକୁ ସନ୍ଦେହ ବଢୁଛି । ସ୍ବାତୀଙ୍କ ପିତାଙ୍କ ବିରୋଧରେ ଏପରି ସଙ୍ଗୀନ ଅଭିଯୋଗ ଯେ ସମ୍ପର୍ଣ୍ଣ ସତ୍ୟ ତାହା ସାଧାରଣରେ ଗ୍ରହଣ ମଧ୍ୟ କରାଯାଇ ପାରୁନାହିଁ । ଏହାରି ମଧ୍ୟରେ ସ୍ବାତୀଙ୍କ ପୂର୍ବତନ ସ୍ବାମୀଙ୍କ ବୟାନ ଆହୁରି ସନ୍ଦେହ ବଢାଇଛି । ଏହି ଅଭିଯୋଗ ସମ୍ପର୍କରେ ସ୍ବାତୀଙ୍କ ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯିବାର ଆବଶ୍ୟକତା ରହିଥିବା ସ୍ବାତୀଙ୍କ ପୂର୍ବତନ ସ୍ବାମୀ ନବୀନ ଜୟହିନ୍ଦ ଦାବି କରିଛନ୍ତି ।

3 ବର୍ଷ ପୂର୍ବରୁ ସ୍ବାତୀ ଓ ନବୀନଙ୍କ ବିବାହ ବିଚ୍ଛେଦ ହୋଇସାରିଛି । ସ୍ବାତୀ ତାଙ୍କୁ ତାଙ୍କ ପିତା ମାଡ ମାରୁଥିବା ଅନେକ ଥର କହିଥିଲେ । ହେଲେ ଯୌନ ଶୋଷଣ କଥା କେବେ ହେଲେ କହିନଥିଲେ ବୋଲି ନବୀନ କହିଛନ୍ତି । ନବୀନ ଆହୁରି ମଧ୍ୟ କହିଛନ୍ତି ସ୍ବାତୀଙ୍କ ପିତାଙ୍କ ମୃତ୍ୟୁକୁ ପ୍ରାୟ 20 ବର୍ଷ ବିତିଲାଣି । ମୃତପିତା ଏହି ଅଭିଯୋଗର ସ୍ପଷ୍ଟୀକରଣ ରଖିପାରିବେ ନାହିଁ । ତେଣୁ ଏପରି ସଙ୍ଗୀନ ଅଭିଯୋଗର ସତ୍ୟତା ଜାଣିବା ପାଇଁ ସ୍ବାତୀଙ୍କର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଉ । ଏପରି ହେଲେ ଅଭିଯୋଗ ସତ୍ୟ କିମ୍ବା ମିଥ୍ୟା ତାହା ସ୍ପଷ୍ଟ ହେବ ।

ନବୀନ କହିଛନ୍ତି, ଏହା ଏକ ସଙ୍ଗୀନ ଅଭିଯୋଗ । ସ୍ବାତୀଙ୍କ ପିତା ସେନାରେ କାର୍ଯ୍ୟରତ ଥିଲେ । ତାଙ୍କର ଦେହାନ୍ତ ପ୍ରାୟ 20 ବର୍ଷ ପୂର୍ବେ ହୋଇଥିଲା । ହେଲେ ସ୍ବାତୀଙ୍କ ଅଭିଯୋଗ ଅନୁସାରେ ଶାରୀରିକ ନିର୍ଯାତନା ଦେବା ଓ ଯୌନ ଶୋଷଣ ଦୁଇଟି ସମ୍ପୂର୍ଣ୍ଣ ପୃଥକ ଘଟଣା । ସ୍ବାତୀ କେତେ ସତ୍ୟ ଅଭିଯୋଗ କରିଛନ୍ତି ସାହା ମଧ୍ୟ ସର୍ବସାଧାରଣରେ ପ୍ରକାଶ ହେବା ଜରୁରୀ । ତେଣୁ ତାଙ୍କର ନାର୍କୋ ଓ ପଲିଗ୍ରାଫ ଟେଷ୍ଟ କରାଯାଉ । କେବଳ ଅଭିଯୋଗ ନୁହେଁ ବରଂ ସ୍ବାତୀଙ୍କ ହୁଏତ ଡାକ୍ତରୀ ସହାୟତାର ଆବଶ୍ୟକତା ଥାଇପାରେ ବୋଲି ନବୀନ କହିଛନ୍ତି । ଯଦି ସେ ଯୌନ ଶୋଷଣର ଶିକାର ହୋଇଥାନ୍ତି ତେବେ ତାଙ୍କର ମାନସିକ ଅବସ୍ଥା ମଧ୍ୟ ଅସନ୍ତୁଳିତ ଥାଇପାରେ ବୋଲି ନବୀନ କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସ୍ବାତୀ ଓ ନବୀନ ଦିଲ୍ଲୀର ବହୁଚର୍ଚ୍ଚତ ଆନ୍ନା ଆନ୍ଦୋଳନ ସମୟରେ ପରସ୍ପର ସହ ପରିଚିତ ହୋଇଥିଲେ । 2012 ଜାନୁଆରୀ 23 ତାରିଖରେ ସେମାନେ ବିବାହ କରିଥିଲେ । 2020 ଫେବୃଆରୀ 18 ରେ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିଲା । ତେବେ ନିଜ ଛାଡପତ୍ର ନେଇ ସ୍ବାତୀ ନିଜେ ଟ୍ବିଟରରେ ପୋଷ୍ଟ ମଧ୍ୟ କରିଥିଲେ । ଉଭୟଙ୍କ ମଧ୍ଯରେ ସେପରି କିଛି ତିକ୍ତତା ମଧ୍ୟ ସାମ୍ନାକୁ ଆସିନଥିଲା ।

ଏହା ମଧ୍ୟ ପଢନ୍ତୁ:-ପିତାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିଲେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା

ମାର୍ଚ୍ଚ 11 ତାରିଖରେ ଦିଲ୍ଲୀ ମହିଳା ଆୟୋଗ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ବାତୀ କହିଥିଲେ,‘‘ ମୁଁ ପିଲାଦିନେ ନିଜ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛି । ଯେତେବେଳେ ମୋ ବାପା ଘରକୁ ଆସୁଥିଲେ ମୁଁ ଭୟରେ ଥରୁଥିଲି । ମୋର ଏବେ ମଧ୍ୟ ସ୍ପଷ୍ଟ ଭାବେ ମନେ ଅଛି, ମୁଁ କେତେ ରାତିରେ ଖଟ ତଳେ ଲୁଚି କାଟିଛି । ବାପାଙ୍କ ମାଡରେ ମୁଁ ରକ୍ତାକ୍ତ ହୋଇଛି । ଏପରି କରୁଥିବା ବ୍ୟକ୍ତିମାନଙ୍କୁ କିପରି ମୁଁ ଉଚିତ ଶିକ୍ଷା ଦେଇପାରିବି ସେନେଇ ଚିନ୍ତା କରୁଥିଲି । ବାପା ସବୁବେଳେ କ୍ରୋଧ ଜର୍ଜରିତ ହୋଇ ଘରକୁ ଫେରୁଥିଲେ, ମତେ ନିସ୍ତୁକ ମାଡ ମାରୁଥିଲେ । ବେଳେ ବେଳେ ରକ୍ତସ୍ରାବ ହେବା ପର୍ଯ୍ୟନ୍ତ ମଧ୍ୟ ସେ ମଧ୍ୟ ପିଟୁଥିଲେ । ମୋର ମା’ ଓ ପରିବାର ଅନ୍ୟ ସମସ୍ୟଙ୍କ କାରଣରୁ ମୁଁ ଏପରି ଦୁସ୍ଥିତି ଭିତରୁ ନିଜକୁ ବାହାର କରିପାରିଥିଲି । ସେମାନଙ୍କ ବିନା ମୁଁ ଏପରି ଦୁଃସ୍ଥିତିରୁ ବାହାରି ପାରିନଥାନ୍ତି । ଆଜି ଯେଉଁଠି ବି ପହଞ୍ଚିଛି, ସେମାନଙ୍କ ସହଯୋଗ କାରଣରୁ ପହଞ୍ଚିପାରିଛି ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details