ଓଡିଶା

odisha

ETV Bharat / bharat

ଲାଇସେନ୍ସ ବିନା ଔଷଧ ବିକ୍ରି କରୁଥିବା ଇ-ଫାର୍ମାସୀ କମ୍ପାନୀକୁ DCGIର କାରଣ ଦର୍ଶାଅ ନୋଟିସ

ଲାଇସେନ୍ସ ବିନା ଅନଲାଇନରେ ଔଷଧ ବିକ୍ରି କରୁଥିଲା ଇ-ଫାର୍ମାସୀ କମ୍ପାନୀ । ଟାଟା 1 ଏମଜି, ଆମାଜନ ଏବଂ ଫ୍ଲିପକାର୍ଟ ସମେତ କେତେକ ଅନଲାଇନ ଫାର୍ମାସୀ କମ୍ପାନୀକୁ DCGI ପକ୍ଷରୁ କାରଣ ଦର୍ଶାଅ ନୋଟିସ । ଅଧିକ ପଢ଼ନ୍ତୁ

By

Published : Feb 13, 2023, 3:40 PM IST

DCGIର କାରଣ ଦର୍ଶାଅ ନୋଟିସ
DCGI sent show cause notice

ନୂଆଦିଲ୍ଲୀ: ଇ-ଫାର୍ମାସୀ କମ୍ପାନୀ ବିରୁଦ୍ଧରେ ଶକ୍ତ ପଦକ୍ଷେପ ଗ୍ରହଣ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ । ବିନା ଲାଇସେନ୍ସରେ କିଛି ଫାର୍ମସୀ କମ୍ପାନୀ ଅନଲାଇନରେ ଔଷଧ ବିକ୍ରି କରୁଥିବାର ଅଭିଯୋଗ ଆସିଛି । ଏହାକୁ ନେଇ ଆମାଜନ, ଫ୍ଲିପ୍‌କାର୍ଟ ସମେତ କେତେକ ଇ-ଫାର୍ମାସୀ କମ୍ପାନୀଗୁଡ଼ିକୁ DCGI କାରଣ ଦର୍ଶାଇ ନୋଟିସ ଜାରି କରିଛି ।

ଫେବୃୟାରୀ 10 ତାରିଖରେ ଟାଟା 1 ଏମଜି, ଆମାଜନ ଏବଂ ଫ୍ଲିପକାର୍ଟ ସମେତ କେତେକ ଅନଲାଇନ ଫାର୍ମାସୀ କମ୍ପାନୀକୁ DCGI ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିନା ଲାଇସେନ୍ସରେ କିଭଳି ଔଷଧ ଯୋଗାଯାଉଛି ଏବଂ ସେମାନଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଁଯିବ ନାହିଁ ବୋଲି DCGI ନୋଟିସରେ ଉଲ୍ଲେଖ କରିଛନ୍ତି । ଡ୍ରଗ୍ସ ଓ କସମେଟିକ ଆକ୍ଟ 1940 ଅନୁଯାୟୀ, ବିନା ଅନୁମତିରେ ଔଷଧ ବିକ୍ରି କରିବା ନିଷିଦ୍ଧ ଅଟେ । ମାତ୍ର ଏହି କମ୍ପାନୀଗୁଡ଼ିକ ନିୟମ ଉଲ୍ଲଂଘନ କରି ଔଷଧ ବିତରଣ କରିଛନ୍ତି । ଇଣ୍ଟରନେଟ ବ୍ୟବହାର କରି ଅନଲାଇନ ମାଧ୍ୟମରେ ବିଭିନ୍ନ ଆପ ତଥା ଇଲେକ୍ଟ୍ରୋନିକ ପ୍ଲାଟଫର୍ମରେ ଔଷଧ ବିତରଣ କରୁଥିବା ନେଇ କାର୍ଯ୍ୟାଳୟ ଅଭିଯୋଗ ଗ୍ରହଣ କରିଛି । ଯାହା ଡ୍ରଗ୍ସ ଓ କସ୍‌ମେଟିକ ଆକ୍ଟ 1940 ନିୟମକୁ ଉଲ୍ଲଂଘନ କରୁଥିବା DCGI ଜାରି କରିଥିବା ନୋଟିସରେ ଉଲ୍ଲେଖ ରହିଛି ।

ନୋଟିସରେ ଦର୍ଶାଯାଇଛି ଯେ, ଔଷଧ ବିକ୍ରିରେ ସିଡ୍ୟୁଲ H, HI ଏବଂ Xରେ ନିର୍ଦ୍ଧିଷ୍ଟ ଔଷଧ ଅନ୍ତର୍ଭୁକ୍ତ ରହିଛି । ଡାକ୍ତର କିମ୍ବା ଫାର୍ମାଶିଷ୍ଟଙ୍କ ଅନୁମତି ଓ ପ୍ରେସକ୍ରିପସନ ବିନା ଅନ୍‌ଲାଇନ୍‌ ସଂସ୍ଥା ଔଷଧ ଯୋଗାଉଛନ୍ତି । ଗତ କିଛି ଦିନ ହେବ ଏହି ଚିନ୍ତା ବଢୁଛି । ତେଣୁ ଏଭଳି ସମସ୍ୟା କାହିଁକି ଆସୁଛି ତାହା ହୃଦୟଙ୍ଗମ କରିବା ଆବଶ୍ୟକ । କୌଣସି ଔଷଧର ଆମଦାନୀ, ବିକ୍ରୟ କିମ୍ବା ବଣ୍ଟନ ପାଇଁ ଡ୍ରଗ୍ସ ଓ କସମେଟିକ ଆକ୍ଟ 1940 ନିୟମାବଳୀ ଦ୍ବାରା ପରିଚାଳିତ ହୋଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ:Aero India 2023: ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ନୂଆ ଭାରତ ସାମର୍ଥ୍ୟର ସାକ୍ଷୀ ହେଲା ବେଙ୍ଗାଲୁରୁ ଆକାଶ

DCGI ଆହୁରି ମଧ୍ୟ କହିଛନ୍ତି, ଔଷଧ ବିକ୍ରୟ ତଥା ବଣ୍ଟନ ପାଇଁ ସଂପୃକ୍ତ ରାଜ୍ୟ ଲାଇସେନ୍ସ ପ୍ରାଧିକରଣରୁ ଅନୁମତି ପାଇବା ଆବଶ୍ୟକ । ଏଥିସହ ଲାଇସେନ୍ସଧାରୀ ଏହାର ସର୍ତ୍ତ ପାଳନ କରିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଅଦାଲତରେ ଅନ୍‌ଲାଇନ୍‌ ମାଧ୍ୟମରେ ଔଷଧ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ଅନୁରୋଧ ମଧ୍ୟ କରାଯାଇଛି । ତେବେ ନୋଟିସ୍‌ ଜାରି ହେବାର ଦୁଇ ଦିନ ମଧ୍ୟରେ କାରଣ ଦର୍ଶାଇବାକୁ କୁହାଯାଇଛି ।

ABOUT THE AUTHOR

...view details