ନୂଆଦିଲ୍ଲୀ:12 ବର୍ଷରୁ 18 ବର୍ଷର ପିଲାଙ୍କ ପାଇଁ କୋରୋନା ଟିକା କୋର୍ବେଭାକ୍ସକୁ DCGI(Drugs controller general of india)ର ଅନୁମତି । ଗତ ସୋମବାର DCGIର ବିଶେଷଜ୍ଞ ସମିତି(SEC) କିଛି ସର୍ତ୍ତାବଳୀ ସହ ବାୟୋଲଜିକାଲ ଇ ଦ୍ବାରା ପ୍ରମାଣିତ କୋରୋନା ଟିକା କୋର୍ବେଭାକ୍ସର ବ୍ୟବହାର ପାଇଁ ସୁପାରିଶ କରିଛନ୍ତି। ତେବେ ଏହି ଟିକାର ସମୂର୍ଣ୍ଣ ଅନୁମତି ପାଇଁ DCGIକୁ ପଠାଯାଇଛି।
12-18 ବର୍ଷୀୟ ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି - ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି
12 ବର୍ଷରୁ 18 ବର୍ଷର ପିଲାଙ୍କ ପାଇଁ କୋରୋନା ଟିକା କୋର୍ବେଭାକ୍ସକୁ DCGI(Drugs controller general of india)ର ଅନୁମତି । ଗତ ସୋମବାର DCGIର ବିଶେଷଜ୍ଞ ସମିତି(SEC) କିଛି ସର୍ତ୍ତାବଳୀ ସହ ବାୟୋଲଜିକାଲ ଇ ଦ୍ବାରା ପ୍ରମାଣିତ କୋରୋନା ଟିକା କୋର୍ବେଭାକ୍ସର ବ୍ୟବହାର ପାଇଁ ସୁପାରିଶ କରିଛନ୍ତି। ଅଧିକ ପଢ଼ନ୍ତୁ
12-18 ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି
ସୂଚନା ଅନୁଯାୟୀ, 15ବର୍ଷରୁ କମ ପିଲାଙ୍କ ଟିକାକରଣ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି। ପୂର୍ବରୁ ବୟସ୍କଙ୍କ ପାଇଁ କୋର୍ବେଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରାଯାଇଛି | କିନ୍ତୁ ବର୍ତ୍ତମାନ ଟିକାକରଣରେ ଏହାକୁ ସାମିଲ କରାଯାଇନାହିଁ । କୋର୍ବେଭ୍ୟାକ୍ସ ଟିକାର ଦୁଇଟି ଡୋଜ 28 ଦିନ ଅନ୍ତରାଳ ମଧ୍ୟରେ ନିଆଯିବ।
ଅନ୍ୟପଟେ ଦେଶରେ 15ରୁ 18 ବର୍ଷର ପିଲାଙ୍କ ଟିକାକରଣ 1.5 କୋଟିକୁ ଛୁଇଁଛି। ଏନେଇ ଗତ ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।