ଓଡିଶା

odisha

ETV Bharat / bharat

୬ରୁ ୧୨ ବର୍ଷ ପିଲା ନେଇପାରିବେ କୋଭାକ୍ସିନ ଟୀକା

୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI । ଅଧିକ ପଢ଼ନ୍ତୁ

୬ରୁ ୧୨ ବର୍ଷ ପିଲା ନେଇପାରିବେ କୋଭାକ୍ସିନ ଟୀକା
୬ରୁ ୧୨ ବର୍ଷ ପିଲା ନେଇପାରିବେ କୋଭାକ୍ସିନ ଟୀକା

By

Published : Apr 26, 2022, 1:34 PM IST

ନୂଆଦିଲ୍ଲୀ: ୬ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ମିଳିଛି । ଏହି ଟୀକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି DCGI( Drugs Controller General of India) । ଏହାପୂର୍ବରୁ ୧୫ରୁ ୧୮ ବର୍ଷର କିଶୋର କିଶୋରୀଙ୍କୁ କୋଭାକ୍ସିନ ଟୀକାକରଣ ପାଇଁ ଅନୁମତି ଦିଆଯାଇଥିଲା ।

ଗତ ଗୁରୁବାର 6ରୁ ୧୨ ବର୍ଷର ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ DCGI ନିକଟରେ ଆବେଦନ କରିଥିଲା ଭାରତ ବାୟୋଟେକ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦିଗକୁ ଅନୁଧ୍ୟାନ କରିବା ପରେ DCGI ପିଲାଙ୍କୁ କୋଭାକ୍ସିନ ଟିକା ଦେବାକୁ ଅନୁମତି ଦେଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୧୮୭.୯୫ କୋଟି ଡୋଜ୍‌ ଟୀକାକରଣ ହୋଇସାରିଛି । ଏହା ଉଭୟ ପ୍ରଥମ ଓ ଦ୍ବିତୀୟ ଡୋଜ୍‌ ଟୀକାକରଣ ରେକର୍ଡ ଦେଇଛନ୍ତି କେନ୍ଦ୍ର ସରକାର ।

ବର୍ତ୍ତମାନ ସୁଦ୍ଧା କେବଳ ୧୨ରୁ ୧୪ ବର୍ଷର କିଶୋରକିଶୋରୀଙ୍କୁ ୨.୭୦ କୋଟି ପ୍ରଥମ ଡୋଜ୍‌ ଟୀକାକରଣ କରାଯାଇଛି । ତା ସହିତ ୧୮ରୁ ୫୯ ବର୍ଷ ବୟସ ମଧ୍ୟରେ ବ୍ୟକ୍ତିବିଶେଷ ୪ ଲକ୍ଷ ୬୮ ହଜାର ୨୧୧ ପ୍ରିକସନ୍‌ ଡୋଜ୍‌ ଟିକା ନେଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details