ନୂଆଦିଲ୍ଲୀ:କୋଭିଡ ଟିକା ସ୍ପୁଟନିକ୍ ଲାଇଟକୁ ମିଳିଲା ଜରୁରୀକାଳୀନ ବ୍ୟବହାରିକ ଅନୁମତି । ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (DCGI) ଏହାକୁ ବ୍ୟବହାରିକ ଅନୁମତି ଦେଇଥିବା ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭ୍ୟ ।
ଦେଶକୁ ମିଳିଲା ୯ମ କୋଭିଡ ଟିକା, Sputnik Lightକୁ ଜରୁରୀକାଳୀନ ବ୍ୟବହାର ଅନୁମତି - ବ୍ୟବହାର ହେବ ସ୍ପୁଟନିକ୍ ଲାଇଟ
କୋଭିଡ ଟିକା ସ୍ପୁଟନିକ୍ ଲାଇଟକୁ ଜରୁରୀକାଳୀନ ଅନୁମତି । ସୂଚନା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଲେ କୋଭିଡ ବିରୋଧି ଲଢେଇକୁ ମିଳିବ ଶକ୍ତି । ଅଧିକ ପଢନ୍ତୁ
ଦେଶକୁ ମିଳିଲା ୯ମ କୋଭିଡ ଟିକା, Sputnik Light କୁ ଜରୁରୀକାଳୀନ ବ୍ୟବହାର ଅନୁମତି
ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭ୍ୟ ଆହୁରି ମଧ୍ୟ କହିଛନ୍ତି ଦେଶରେ ବ୍ୟବହାରିକ ଅନୁମତି ପାଇବାରେ ସ୍ପୁଟନିକ୍ ଲାଇଟ ହେଉଛି ୯ମ କୋଭିଡ ଟିକା । ଏହାର ବ୍ୟବହାରିକ ଅନୁମତି ଦେଶର କୋଭିଡ ବିରୋଧୀ ଲଢେଇରେ ସହାୟକ ହେବ । ଦେଶରେ ଜାରି ରହିଥିବା ଟିକାକରଣକୁ ମଧ୍ୟ ଏହା ଗତି ଦେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ