ଓଡିଶା

odisha

ETV Bharat / bharat

UP Assembly Poll: ବହୁଚର୍ଚ୍ଚିତ ପତିପତ୍ନୀ ଯୋଡିକୁ ମିଳିଲାନି ଟିକେଟ - ଦୟାଶଙ୍କର ସିଂହଙ୍କୁ ମିଳିଲାନି ଟିକଟ

ପର୍ଯ୍ୟାୟ ଅନୁସାରେ ପ୍ରାର୍ଥୀପତ୍ର ତାଲିକା ଜାରି କରୁଛି ବିଜେପି। ଉତ୍ତରପ୍ରଦେଶ ରାଜନୀତିରେ ବେଶ ଚର୍ଚ୍ଚିତ ସ୍ବାମୀସ୍ତ୍ରୀ ଯୋଡି ହେଉଛନ୍ତି ଦୟାଶଙ୍କର ସିଂ ଓ ସ୍ବାତୀ ସିଂ। ତେବେ ଚଳିତ ବିଧାନସଭା ନିର୍ବାଚନରେ ଉଭୟଙ୍କ ମଧ୍ୟରୁ କାହାକୁ ମଧ୍ୟ ପ୍ରାର୍ଥୀ କରିନାହିଁ ବିଜେପି । ଅଧିକ ପଢନ୍ତୁ

Utter pradesh assembly election
UP Assembly Poll : ଦୟାଶଙ୍କର ସିଂହ ଓ ସ୍ବାତୀ ସିଂହଙ୍କୁ ମିଳିଲାନି ଟିକଟ

By

Published : Feb 2, 2022, 6:37 PM IST

Updated : Feb 2, 2022, 7:43 PM IST

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ରାଜନୀତି ହୋଇଛ ସରଗରମ । ପର୍ଯ୍ୟାୟ ଅନୁସାରେ ପ୍ରାର୍ଥୀପତ୍ର ତାଲିକା ଜାରି କରୁଛି ବିଜେପି। ତେବେ ଚଳିତ ଥର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବେଶ ରୋଚକ ପରିସ୍ଥିତି ସୃଷ୍ଟି କରିଛି। ଉତ୍ତର ପ୍ରଦେଶ ରାଜନୀତିରେ ବେଶ ଚର୍ଚ୍ଚିତ ସ୍ବାମୀସ୍ତ୍ରୀ ଯୋଡି ଦୟାଶଙ୍କର ସିଂ ଓ ସ୍ବାତୀ ସିଂଙ୍କୁ ଚଳିତ ବିଧାନସଭା ନିର୍ବାଚନରେ ଉଭୟଙ୍କ ମଧ୍ୟରୁ କାହାକୁ ମଧ୍ୟ ପ୍ରାର୍ଥୀ କରିନାହିଁ ବିଜେପି ।

ଯାହା ବିଜେପିର ମାଷ୍ଟରଷ୍ଟ୍ରୋକ ବୋଲି କୁହାଯାଉଛି। ତେବେ ଲକ୍ଷ୍ନୌର ସରୋଜିନୀ ନଗର ଆସନରୁ ଏଥର ବିଜେପି ରାଜେଶ୍ବର ସିଂଙ୍କୁ ଟିକଟ ଦେଇଛି। ପ୍ରତିଥର କୌଣସି ନା କୌଣସି କାର୍ଯ୍ୟକୁ ନେଇ ଗଣମାଧ୍ୟମର ଶିରୋନାମା ପାଲଟିଥାନ୍ତି ଉତ୍ତରପ୍ରଦେଶର ରାଜନୀତିରେ ଚର୍ଚ୍ଚିତ ଯୋଡି ଦୟାଶଙ୍କର ସିଂ ଓ ସ୍ବାତୀ ସିଂ। ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ବିରୋଧରେ ବିବାଦୀୟମୂଳକ ବୟାନ ଦେଇ ଜେଲ ଯାଇଥିଲେ ଦୟାଶଙ୍କର ସିଂ । ଏହାପରେ ତାଙ୍କ ସ୍ତ୍ରୀ ସ୍ବାତୀ ସିଂ ସରୋଜିନୀ ନଗର ଆସନରୁ ପ୍ରାର୍ଥୀ ହୋଇଥିଲେ।

ସେ ନିର୍ବାଚନରେ ବିଜୟ ହାସଲ କରି ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ଚଳିତ ବିଧାନସଭା ନିର୍ବାଚନରେ ସରୋଜିନୀ ନଗର ଆସନରୁ ଉଭୟ ସ୍ବାମୀ ସ୍ତ୍ରୀ ଟିକଟ ପାଇଁ ଦାବିଦାର ଥିଲେ। ଉଭୟ ଏହି ଆସନ ପାଇଁ ଲବି କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ବର୍ତ୍ତମାନ ଟିକଟ ଘୋଷଣା ପରେ ଉଭୟଙ୍କୁ ଟିକଟ ପ୍ରଦାନ କରାଯାଇନାହିଁ। ଏଥର ଲକ୍ଷ୍ନୌର ସରୋଜିନୀ ନଗର ଆସନରୁ ବିଜେପି ଇଡିର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ରାଜେଶ୍ବର ସିଂଙ୍କୁ ଟିକେଟ ଦେଇଛି ।

ତେବେ ଏହାକୁ ନେଇ ଦୟାଶଙ୍କର ସିଂ କହିଛନ୍ତି ଯେ ବିଜେପି ଦଳୀୟ ପ୍ରାର୍ଥୀ ତାଲିକା ଜାରି କରିଛି। ଦଳୀୟ ହାଇକମାଣ୍ଡ ଯାହା ନିଷ୍ପତି ନେଇଛନ୍ତି ତାହା ବହୁତ ଭାବିଚିନ୍ତି ନେଇଛନ୍ତି। ଦଳୀୟ ନିଷ୍ପତିକୁ ସ୍ବାଗତ କରୁଛି। ସରୋଜିନୀ ନଗର ଆସନରୁ ରାଜେଶ୍ବର ସିଂହଙ୍କୁ ଦିଆଯାଇଥିବା ଟିକେଟକୁ ସମର୍ଥନ କରୁଛି ବୋଲି ସେ କହିଛନ୍ତି । ସେହିପରି ସମାଜବାଦୀ ପାର୍ଟିରୁ ଆସିଥିବା ଅପର୍ଣ୍ଣା ଯାଦବଙ୍କୁ ମଧ୍ୟ ଟିକଟ ମିଳିନାହିଁ । ସେପଟେ ରୀତା ବହୁଗୁଣା ଯୋଶୀଙ୍କ ପୁଅକୁ ଟିକଟ ଦିଆଯାଇନାହିଁ। ସେ ସମାଜବାଦୀ ପାର୍ଟିରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନାଥାଉକି ଫେବୃୟାରୀ ୧୦ ରୁ ଉତ୍ତର ପ୍ରଦେଶରେ ୭ ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି ସହ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ତେବେ ଚଳିତ ବିଧାନସଭା ନିର୍ବାଚନକୁ କୋରୋନା କଟକଣା ମଧ୍ୟରେ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଜାରି କରିଛନ୍ତି।

Last Updated : Feb 2, 2022, 7:43 PM IST

ABOUT THE AUTHOR

...view details