ଓଡିଶା

odisha

ଚାହୁଁ ଚାହୁଁ ଜଳି ଉଠିଲା ପ୍ଲାଷ୍ଟିକ ଗୋଦାମ, ଫସିଛନ୍ତି 4 ରୁ 5 ଶ୍ରମିକ

By

Published : Jun 11, 2022, 12:40 PM IST

ରାଜସ୍ଥାନର ଦୌସା ଜିଲ୍ଲାର ଏକ ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଗୋଦାମ ଭିତରେ ୪ରୁ ୫ ଜଣ ଫସି ରହିଥିବା ସୂଚନା । ଅଧିକ ପଢନ୍ତୁ

ରାଜସ୍ଥାନର ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୪ରୁ ୫ ଜଣ ଫସି ରହିଥିବା ସୂଚନା
ରାଜସ୍ଥାନର ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୪ରୁ ୫ ଜଣ ଫସି ରହିଥିବା ସୂଚନା

ଜୟପୁର:ରାଜସ୍ଥାନର ଦୌସା ଜିଲ୍ଲାର ଏକ ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଗୋଦାମରେ ୪ ରୁ ୫ ଜଣ ଫସିରହିଥିବା ସୂଚନା ରହିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି ଅଗ୍ନିଶମ ବିଭାଗ ।

ଚାହୁଁ ଚାହୁଁ ଜଳି ଉଠିଲା ପ୍ଲାଷ୍ଟିକ ଗୋଦାମ, ଫସିଛନ୍ତି 5 ଶ୍ରମିକ

ସୂଚନାଅନୁସାରେ, ଦୌସା ଜିଲ୍ଲାର ପିପାଲକେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୋଜପୁର ଗ୍ରାମରେ ରହିଥିବା ଏକ ପ୍ଲାଷ୍ଟିକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି(ଶନିବାର) ସକାଳ ପ୍ରାୟ ୪ଟାରେ ସମୟରେ ନିଆଁ ଲାଗିଥିବା ଦେଖାଯାଇଥିଲା । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ରାସାୟନିକ ପଦାର୍ଥ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି । ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇନଥିବା ବେଳେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ନିମନ୍ତେ ପ୍ରୟାସ ଜାରି ରଖିଛନ୍ତି ।

ABOUT THE AUTHOR

...view details