ଓଡିଶା

odisha

ETV Bharat / bharat

ଝିଅ ଜିଦ କଲା ଭାଇ ହାତରେ ରାକ୍ଷୀ ବାନ୍ଧିବି, ୧ମାସର ଶିଶୁ ପୁତ୍ରକୁ ଅପହରଣ କଲେ ବାପା ମା’ - ଝିଅର ଜିଦକୁ ପୁରଣ କରିବାକୁ ୧ ମାସର ଶିଶୁ ପୁତ୍ରକୁ ଚୋରି

ଜଣେ ଦମ୍ପତି ନିଜ ଝିଅର ଜିଦକୁ ପୁରଣ କରିବାକୁ ଯାଇ ୧ ମାସର ଶିଶୁ ପୁତ୍ରକୁ ଚୋରି କରିଛନ୍ତି । ଆଗକୁ ରାକ୍ଷା ବନ୍ଧନ ଆସୁଥିବାରୁ ଝିଅଟି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଜିଦ କରିଥିଲା । ଅଧିକ ପଢନ୍ତୁ....

ଝିଅର ଜିଦକୁ ପୁରଣ କରିବାକୁ ଯାଇ ୧ ମାସର ଶିଶୁ ପୁତ୍ରକୁ ଚୋରି: ଏଭଳି ଅଭାବନୀୟ ଘଟିଛି ରାଜଧାନୀ ଦିଲ୍ଲୀରେ
ଝିଅର ଜିଦକୁ ପୁରଣ କରିବାକୁ ଯାଇ ୧ ମାସର ଶିଶୁ ପୁତ୍ରକୁ ଚୋରି: ଏଭଳି ଅଭାବନୀୟ ଘଟିଛି ରାଜଧାନୀ ଦିଲ୍ଲୀରେ

By ETV Bharat Odisha Team

Published : Aug 26, 2023, 11:03 PM IST

ଦିଲ୍ଲୀ : ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ମାନାକୁ ଆସିଛି । ଜଣେ ଦମ୍ପତୀ ନିଜ ଝିଅର ଜିଦକୁ ପୁରଣ କରିବାକୁ ଯାଇ ୧ ମାସର ଶିଶୁ ପୁତ୍ରକୁ ଚୋରି କରିଛନ୍ତି । ଆଗକୁ ରାକ୍ଷା ବନ୍ଧନ ଆସୁଥିବାରୁ ଝିଅଟି ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଜିଦ କରିଥିଲା । ଯାହା ଫଳରେ ଝିଅଟିର ବାପା ମାଆ ତାର ଜିଦିକୁ ପୂରଣ କରିବାକୁ ଯାଇ ଏକ ମାସର ଶିଶୁ ପୁତ୍ରକୁ ଅପହରଣ କରିଛନ୍ତି । ଏହି ଘଟଣାରେ ପୋଲିସ ଶିଶୁ ପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହ ଉକ୍ତ ଦମ୍ପତିଙ୍କୁ ଗିରଫ କରିଥିବା ଜଣାପଡିଛି ।

ସୂଚନା ଅନୁସାରେ ସଂଜୟ ଗୁପ୍ତା ନାମକ ଜମେ ବ୍ୟକ୍ତିଙ୍କ ଝିଅ ତାର ଭାଇ ହାତରେ ରାକ୍ଷୀ ବାନ୍ଧବାକୁ ଅଡି ବସିଥିଲା । ସେ ତାଙ୍କ ଝିଅର ଆଶା ପୁରଣ କରିବାକୁ ଯାଇ । ସଂଜୟ ଗୁପ୍ତା ଓ ତାଙ୍କ ସ୍ତ୍ରୀ ଅନିତା ଗୁପ୍ତା ରାସ୍ତା କଡରୁ ଏକ ଶଶୁ ପୁତ୍ରକୁ ଚୋରି କରିଥିଲେ । ଡିସିପି ସାଗରିକା ସୂଚନା ଦେଇଛନ୍ତି ଗତ ୨୩ ତାରିଖ ଦିନ ରାତିରେ ଦିପକ ତାଙ୍କ ପରିବାର ସହ ଛତା ଚୌକ ପାଖ ରାସ୍ତା କଡରେ ଶୋଇଥିଲେ । ସେ ସକାଳୁ ଉଠି ଦେଖନ୍ତି ତାଙ୍କର ଏକ ମାସର ଶିଶୁ ପୁତ୍ର ପାଖରେ ନାହିଁ ।ଏହା ପର ପରିବାର ଲୋକେ ବହୁତ ଖୋଜା ଖେଜି କରିଲା ପରେ ମଧ୍ୟ ଶିଶୁଟିର ପତା ମିଳିନଥିଲା ।

ଏହା ମଧ୍ଯ ପଢନ୍ତୁ...ରାଜଧାନୀରେ ଅଲୋଡ଼ା ହେଲା ଶିଶୁକନ୍ୟା, ନନ୍ଦନକାନନ ସାମ୍ନାରୁ ନବଜାତ ଉଦ୍ଧାର

ଏହି ଘଟଣାକୁ ନେଇ ଦିପକ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ସହରରେ ଲାଗିଥିବା ୪୦୦ ସିସିଟିଭି ଯାଞ୍ଚ କରିଥିଲା । ଜଣେ ଦମ୍ପତି ବଇକ୍‌ ଯୋଗେ ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନଜରକୁ ଅସିଥିଲା । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ପୋଲିସ ସେହି ବାଇକ୍‌ର ନମ୍ବରକୁ ଟ୍ରାକ କରି ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା ।ଏହାପରେ ଅଭିଯୁକ୍ତ ଦମ୍ପତିଙ୍କୁ ଗିରଫ କରିଥିଲା ପୋଲିସ ।

ପୋଲିସ କହିବା ଅନୁସାରେ କିଛି ଦିନ ତଳେ ଅଭିଯୁକ୍ତ ଦମ୍ପତୀଙ୍କ ୧୭ ବର୍ଷର ପୁଅ ଛାତରୁ ପଡି ମୃତ୍ୟୁ ବରଣ କରିଥିଲା । ଏହା ପରେ ଉଭୟ ମାନସିକ ଅବସ୍ତା ଭଲ ନଥିଲା । ତାଙ୍କ ଝିଅ ଯେତେବେଳେ ଭାଇକୁ ରାକ୍ଷୀ ବାନ୍ଧିବା ପାଇଁ ଜିଦି କରିଥିଲା ସେତେବେଳେ ଉଭୟ , ତାର ଜିଦିକୁ ପୂରଣ କରିବାକୁ ଯାଇ । ଏହି ଶିଶୁ ପୁତ୍ରକୁ ଚୋରି କରିଥିବା କହିଛନ୍ତି ।ଏହି ଘଟଣାରେ ପୋଲିସ ଶିଶୁ ପୁତ୍ରକୁ ସୁରକ୍ଷିତ ଭାବେ ଉଦ୍ଧାର କରି ଉକ୍ତ ପରିବାରକୁ ହସ୍ତାନ୍ତର କରିଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details