ଓଡିଶା

odisha

ETV Bharat / bharat

ବାପା ହୀରା ବ୍ୟବସାୟୀ, ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ - 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ମାତ୍ର 9 ବର୍ଷ ବୟସରେ ପରିବାର ସମସ୍ତ ଧନ ପ୍ରାଚୁର୍ଯ୍ୟକୁ ଛାଡି ଦୀକ୍ଷା ନେଲା ଝିଅ । ପିତାଙ୍କର ରହିଛି ଶହ ଶହ କୋଟିର ହୀରା ବ୍ୟବସାୟ । ଅଧିକ ପଢନ୍ତୁ

ବାପା ହୀରା ବ୍ୟବସାୟୀ, ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ
ବାପା ହୀରା ବ୍ୟବସାୟୀ, ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

By

Published : Jan 19, 2023, 7:56 AM IST

ହାଇଦ୍ରାବାଦ:ବାପା ହୀରା ବ୍ୟବସାୟୀ । ପରିବାର ଧନ ପ୍ରାଚୁର୍ଯ୍ୟତା ମଧ୍ୟ ବେଶ ଅଧିକ । କିନ୍ତୁ ମାତ୍ର 9 ବର୍ଷ ବୟସରେ ଝିଅ ବିଳାଶମୟ ଜୀବନ ଛାଡିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । କୋମଳମତି ବୟସରେ ଦୀକ୍ଷା ଗ୍ରହଣ କରିଛନ୍ତି ସୁରତ ସହରର ଦେବାଂଶୀ । ସୁରଟର ଜଣାଶୁଣା ହୀରା ବ୍ୟବସାୟୀ ସାଙ୍ଗଭି ପରିବାରର କନ୍ୟା ଦେବାଂଶୀ ପରିବାରର ସମସ୍ତ ପ୍ରାଚୁର୍ଯ୍ୟ ଓ ଐଶ୍ବର୍ଯ୍ୟକୁ ଛାଡି ଆଧ୍ୟାତ୍ମିକତାର ପଥ ଅନୁସରଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ଗତକାଲି ତାଙ୍କର ଦୀକ୍ଷା ଗ୍ରହଣ ଉତ୍ସବ ସମ୍ପୂର୍ଣ୍ଣ ବିଧି ମୁତାବକ ସମ୍ପନ୍ନ ହୋଇଛି । ଗତକାଲି (ବୁଧବାର) ସକାଳେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ପ୍ରାୟ 35 ହଜାର ଅତିଥିଙ୍କ ଉପସ୍ଥିତିରେ ଦେବାଂଶୀ ସାଙ୍ଘଭୀ ଜୈନଚାର୍ଯ୍ୟ କିର୍ତ୍ତୀଶୂରଶ୍ୱର ମହାରାଜଙ୍କଠାରୁ ଆନୁଷ୍ଠାନିକ ଭାବେ ଦୀକ୍ଷା ଗ୍ରହଣ କରିଛନ୍ତି । ଏଥିରେ ତାଙ୍କର ପିତାମାତା ଓ ଅନ୍ୟ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ଦେବାଂଶୀଙ୍କ ପିତା ଧନେଶ ସାଙ୍ଘଭୀ ସହରର ଜଣେ ପ୍ରତିଷ୍ଠିତ ହୀରା ବ୍ୟବସାୟୀ । ସମଗ୍ର ଗୁଜୁରାଟରେ ସର୍ବ ପୁରାତନ ହୀରା ବ୍ୟବସାୟ କମ୍ପାନୀ ଗୁଡିକ ମଧ୍ୟରୁ ସାଙ୍ଗଭୀ ଆଣ୍ଡ ସନ୍ସ ହେଉଛି ଅନ୍ୟତମ । ତାଙ୍କର ସମଗ୍ର ବିଶ୍ୱରେ ଶାଖା ଅଛି ଏବଂ ବାର୍ଷିକ କାରବାର ପ୍ରାୟ 100 କୋଟି । ତେବେ ବିତ୍ତଶାଳୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ସୁଦ୍ଧା ଦେବାଂଶୀଙ୍କ ବାଲ୍ୟକାଳ ସମ୍ପୂର୍ଣ୍ଣ ଆଧ୍ୟାତ୍ମିକତା ମଧ୍ୟରେ ବିତିଛି ।

ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ଦେବାଂଶୀ ଜନ୍ମ ପର ଠାରୁ ପରିବାରରେ ହୋଇଥିବା ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ । ସେ ପିଲାବେଳୁ ମୋବାଇଲ ମଧ୍ୟ ବ୍ୟବହାର କରିନାହାନ୍ତି । ତାଙ୍କର ଧାର୍ମିକ ଜ୍ଞାନ ସହିତ ପାଞ୍ଚଟି ଭାଷାରେ ମଧ୍ୟ ଜ୍ଞାନ ରହିଛି । ତେବେ ସେ ଦୀକ୍ଷା ଗ୍ରହଣ କରିବା ପାଇଁ ମନ ବଳାଇବା ପରେ ପରିବାର ପକ୍ଷରୁ ମଧ୍ୟ ଏଥିରେ ସହମତି ପ୍ରକାଶ କରାଯାଇଥିଲା । ଗତକାଲି ତାଙ୍କର ବିଧି ମୁତାବକ ଦୀକ୍ଷା ଗ୍ରହଣ ସମାରୋହ ଶେଷ ହୋଇଛି ।

ମାତ୍ର 9 ବର୍ଷ ବୟସରେ ଦୀକ୍ଷା ନେଲା ଝିଅ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details