ଓଡିଶା

odisha

ETV Bharat / bharat

ଜନ୍ମଦାତ୍ରୀକୁ ତଣ୍ଟି ଚିପି ହତ୍ୟା, ମୃତଦେହ ସୁଟକେସରେ ଧରି ଥାନାରେ ପହଞ୍ଚିଲା ଝିଅ - ଜନ୍ମଦାତ୍ରୀ ପ୍ରତି ନୃଶଂସ ପାଲଟିଗଲା ଜନ୍ମିତ ସନ୍ତାନ

କର୍ଣ୍ଣାଟକରେ ବୀଭତ୍ସ ହତ୍ୟା। ମାଆକୁ ହତ୍ୟା ପରେମୃତଦେହ ସୁଟକେସରେ ଧରି ଥାନାରେ ଆତ୍ମସମର୍ପଣ କଲା ଝିଅ। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jun 13, 2023, 1:22 PM IST

ବେଙ୍ଗାଲୁରୁ:ନୃଶଂସ, ବର୍ବର, ଅମାନୁଷିକ । ଜନ୍ମଦାତ୍ରୀ ପ୍ରତି ନୃଶଂସ ପାଲଟିଗଲା ଜନ୍ମିତ ସନ୍ତାନ । 10 ମାସ 10 ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ଝିଅ ମାଆ ପ୍ରତି ପାଲଟିଗଲା ପାସାଣ । ଶାଶୁ ସହ ବଚସା ହେବାରୁ ମାଆକୁ ନିଦ ବଟିକା ଦେଇ ଜୀବନ ନେଲା ଝିଅ । ତଣ୍ଟି ଚିପି ହତ୍ୟା କରିବା ପରେ ସୁଟ୍‌କେସରେ ମୃତଦେହ ଧରି ପୋଲିସ ଷ୍ଟେସନରେ କଲା ଆତ୍ମ ସମର୍ପଣ । ଏଭଳି ହତ୍ୟାକାଣ୍ଡ ଘଟିଛି ବେଙ୍ଗାଲୁରୁରେ । ମୃତ ମହିଳା ହେଉଛନ୍ତି 70 ବର୍ଷୀୟ ବିଭା ପାଲୁ । ତାଙ୍କ ଝିଅ ହେଉଛନ୍ତି ସେନାଲି ।

ଅଧିକ ପଢନ୍ତୁ-ମାତ୍ର 100 ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ: ସୁରଟରେ ଓଡିଆ ଯୁବକଙ୍କୁ ହତ୍ୟା

ମିଳିଥିବା ସୂଚନା ଅନୁଯାୟୀ, ସେନାଲି ମାଷ୍ଟର ଅଫ୍ ଫିଜିଓଥେରାପି ପାଠ ପଢିଥିବା ବେଳେ ସେ ବିବାହିତ ଏବଂ ତାଙ୍କର ଏକ ପୁଅ ମଧ୍ୟ ରହିଛି । ଗତ 6ବର୍ଷ ହେଲା କୋଲକାତାର ଏକ ମିକୋ ଲେଆଉଟର ଏକ ଆପାର୍ଟମେଣ୍ଟରେ ରହୁ ଆସୁଥିଲେ । ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ତାଙ୍କ ମାଆଙ୍କୁ ନିଜ ପାଖରେ ଆଣି ରଖିଥିଲେ । ସେନାଲିଙ୍କ ଶାଶୁ ଓ ତାଙ୍କ ମାଆ ଗୋଟିଏ ଘରେ ରହୁଥିବା ବେଳେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ବଚସା ଲାଗି ରୁହେ । ଏହାକୁ ନେଇ ସେନାଲି ସବୁଦିନ ଚିନ୍ତାରେ ରହୁଥିଲେ । ଶେଷରେ ନିଜ ମାଆକୁ ହତ୍ୟା କରିବାକୁ ନିଷ୍ପତ୍ତି ନେଲେ ।

ଏହା ମଧ୍ୟ ପଢନ୍ତୁ-ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧି ବ୍ୟାଙ୍କ ମ୍ୟାନେଜରଙ୍କ ଆତ୍ମହତ୍ୟା ! ପୋଲିସର ତନାଘନା

ଗତକାଲି ସେନାଲି ତାଙ୍କ ମାଆଙ୍କୁ ରାତି ସମୟରେ ଏକ ନିଦ ବଟିକା ଖାଇବାକୁ ଦେଇଥିଲେ । ଏହାପରେ ବିଳମ୍ବିତ ରାତିରେ ତାଙ୍କ ମାଈଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା । ଏହି ସମୟରେ ସେ ତାଙ୍କ ଝିଅଙ୍କୁ ଡାକିଥିଲେ । କିନ୍ତୁ ସେନାଲ ମାଆଙ୍କୁ ଡାକ୍ତରଖାନାନ ନେବା ପରିବର୍ତ୍ତେ ତଣ୍ଟିଚିପି ହତ୍ୟା କରିଥିଲେ । ଏହାପରେ ନିଜ ବାପାଙ୍କ ଫଟୋ ସହ ମୃତଦେହକୁ ଏକ ସୁଟକେସରେ ଭର୍ତ୍ତି କରିଥିଲେ । ପରେ ଏକ କ୍ୟାବ୍‌ ବୁକ କରି ମୃତଦେହକୁ ଧରି ମିକୋ ଲେଆଉଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ସେ ମାଆଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ ।

ପୋଲିସ ମହିଳାଙ୍କ ମୁହଁରୁ ପୁରା ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ମହିଳାଙ୍କ ଶାଶୁ ଓ ସ୍ବାମୀଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ । ବଚସାକୁ ନେଇ ସେ ମାଆଙ୍କୁ ହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାର ତଦନ୍ତ କରିବ ପୋଲିସ ।

ABOUT THE AUTHOR

...view details