ଓଡିଶା

odisha

ETV Bharat / bharat

ବିଦ୍ୟାଳୟକୁ ବୋମାରେ ଉଡ଼ାଇଥିଲେ ଶ୍ବଶୁର, ଶିକ୍ଷାଦାନ କଲା ବୋହୂ

ବିହାରର ଜମୁଇରେ ଏକ ପ୍ରେରଣାଦାୟୀ ଘଟଣା ଦେଖିବାକୁ ମିଳିଛି । ବିଦ୍ୟାଳୟକୁ ବୋମାରେ ଉଡ଼ାଇଥିବା ନକ୍ସଲର ବୋହୂ ଉକ୍ତ ବିଦ୍ୟାଳୟରେ କରୁଛନ୍ତି ଶିକ୍ଷାଦାନ । ଅଧିକ ପଢନ୍ତୁ

ବିଦ୍ୟାଳୟକୁ ବୋମାରେ ଉଡ଼ାଥିଲା ଶ୍ବଶୁର, ଶିକ୍ଷାଦାନ କଲା ବୋହୂ
ବିଦ୍ୟାଳୟକୁ ବୋମାରେ ଉଡ଼ାଥିଲା ଶ୍ବଶୁର, ଶିକ୍ଷାଦାନ କଲା ବୋହୂ

By

Published : Oct 2, 2022, 9:29 AM IST

ପାଟନା:ବିହାରର ଜମୁଇରେ ନକ୍ସଲବାଦୀ ବାଲେଶ୍ବର କୋଡା ନାମ ନେବା ମାତ୍ରେ ଲୋକେ ଭୟଭୀତ ହୋଇପଡ଼ନ୍ତି । ବାଲେଶ୍ବର କୋଡା ମଧ୍ୟ ଅନେକ ବିଦ୍ୟାଳୟକୁ ବୋମାରେ ଉଡ଼ାଇ ମଧ୍ୟ ଦେଇଥିଲା । କିନ୍ତୁ ଆଜି ବିଦ୍ୟାଳୟରେ ସେହି ନକ୍ସଲର ବୋହୂ ଶିକ୍ଷାର ଆଲୋକ ଜାଗ୍ରତ କରିଛନ୍ତି । ରଞ୍ଜୁ ଦେବୀ (Baleshwar Koda Daughter In Law Ranju In Jamui) ଭରହାଟ ପୋଲିସ ଷ୍ଟେସନ ଅଞ୍ଚଳର ନକ୍ସଲ ପ୍ରଭାବିତ ଅଞ୍ଚଳର ଚୋରମରାର ସରକାରୀ ବିଦ୍ୟାଳୟରେ ଶିକ୍ଷକତା କରି ପିଲାଙ୍କ ମଧ୍ୟରେ ଜ୍ଞାନର ଆଲୋକ ବିସ୍ତାର କରୁଛନ୍ତି ।

ଗତ ୨୦୦୭ ମସିହାରେ ରଞ୍ଜୁ ଦେବୀଙ୍କ ଶ୍ବଶୁର ଦୁର୍ଦ୍ଦାନ୍ତ ନକ୍ସଲ ବାଲେଶ୍ବର କୋଡ଼ା ପ୍ରାଥମିକ ବିଦ୍ୟାଳୟକୁ ବୋମା ଫିଙ୍ଗି ଉଡ଼ାଇ ଦେଇଥିଲା । ସବୁକିଛି ଧ୍ବଂସ ବିଧ୍ବସ୍ତ ହୋଇଯାଇଥିଲା । ସେତେବେଳେ ନକ୍ସଲମାନେ ଏଠାରେ ରାଜ କରୁଥିଲେ । କିନ୍ତୁ ଆଜି ଚିତ୍ର ଏଠାରେ ବଦଳିଛି । ସରକାରୀ ବିଦ୍ୟାଳୟ ପୁନଃ-ନିର୍ମାଣ କରାଯାଇଛି । ବର୍ତ୍ତମାନ ନକ୍ସଲବାଦୀ ବାଲେଶ୍ବର କୋଡା ଜେଲରେ ଥିବା ବେଳେ ତାଙ୍କ ବୋହୂ ରଞ୍ଜୁ କୋଡା ଏହି ବିଦ୍ୟାଳୟର ଶିକ୍ଷକତା କରୁଛନ୍ତି ।

ବିଦ୍ୟାଳୟକୁ ବୋମାରେ ଉଡ଼ାଥିଲା ଶ୍ବଶୁର, ଶିକ୍ଷାଦାନ କଲା ବୋହୂ

ରଞ୍ଜୁ ପିଲାମାନଙ୍କୁ ଉତ୍ସର୍ଗୀକୃତ ଭାବ ସହିତ ଶିକ୍ଷାଦାନ କରୁଛନ୍ତି ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ଶିକ୍ଷା ଦେଉଛନ୍ତି । ଏନେଇ ରଞ୍ଜୁ କହିଛନ୍ତି, " ମୁଁ ଏବେ ପିଲାଙ୍କୁ ଶିକ୍ଷାଦାନ କରୁଛି । ଏହି କାର୍ଯ୍ୟ ପାଇଁ ମୋତେ ଭଲ ଲାଗୁଛି । ଏହାଦ୍ବାରା ସମାଜରେ ମୋର ମାନ ମଧ୍ୟ ବଢିଛି । ମୁଁ ଚାହୁଁଛି ଯୁବପିଢି ପାଠ ପଢି ଆଗକୁ ବଢନ୍ତୁ । ଶିକ୍ଷା ବହୁତ ଜରୁରୀ ଅଟେ ।"

ଏହା ବି ପଢନ୍ତୁ- ସିପିଆଇଏମର ବରିଷ୍ଠ ନେତା କୋଡିୟେରୀ ବାଲକ୍ରିଷ୍ଣନଙ୍କ ଦେହାନ୍ତ

ଦୁର୍ଦ୍ଦାନ୍ତ ଅପରାଧୀ ବାଲେଶ୍ବର କୋଡା ତାର ଦୁଇ ସହଯୋଗୀଙ୍କ ସହ ଚଳିତ ବର୍ଷ ଜୁନରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ । ତାଙ୍କ ଆତ୍ମସମର୍ପଣ ପରେ ଲୋକେ ଦୀର୍ଘ ନିଶ୍ବାସ ତ୍ୟାଗ କରିବା ସହିତ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ରାଜି ହୋଇଥିଲେ । ବାଲେଶ୍ବରଙ୍କ ଆତ୍ମସମର୍ପଣରେ ରଞ୍ଜୁ କୋଡା ମଧ୍ୟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ତାଙ୍କ ଶ୍ବଶୁରଙ୍କୁ ପ୍ରବର୍ତ୍ତାଇଥିଲେ ।

ବର୍ତ୍ତମାନ ଚାରମୋରା ପ୍ରାଥମିକ ବିଦ୍ୟାଳୟରେ ୧୮୬ ପିଲା ନାମ ଲେଖାଇଛନ୍ତି । ପିଲାମାନେ ମଧ୍ୟ ପ୍ରତିଦିନ ସ୍କୁଲକୁ ଆସି ପାଠ ପଢୁଛନ୍ତି। ଲୋକେ ରଞ୍ଜୁ ଦେବୀଙ୍କ ଉଦ୍ୟମକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି । କିଛି ମାସ ପୂର୍ବରୁ ଏଠାକାର ଚିତ୍ର ଭିନ୍ନ ନଥିଲା । ବିଦ୍ୟାଳୟରେ ବୋମା ପଡ଼ିବା ପରେ ଲୋକେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଭୟ କରୁଥିଲେ । ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ମଧ୍ୟ ନିଯୁକ୍ତି ପାଇଥିବା ବେଳେ ସେମାନେ ମଧ୍ୟ ସ୍କୁଲକୁ ଆସିନଥିଲେ । ତେଣୁ ବିଦ୍ୟାଳୟ ମାସରେ ଥରେ କିମ୍ବା ଦୁଇଥର ଖୋଲାଯାଉଥିଲା ।

ABOUT THE AUTHOR

...view details