ମୁମ୍ବାଇ: ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ ନୁହଁନ୍ତି ବୋହୂ । କାରଣ ବରିଷ୍ଠ ନାଗରିକ ନିୟମ (Senior Citizen Act) ଧାରା ୨(ଏ) ଅଧୀନରେ ପୁଅ, ଝିଅ, ନାତି-ନାତୁଣୀ ଓ ସ୍ବାମୀ ଆସୁଛନ୍ତି କିନ୍ତୁ ଏଥିରେ ବୋହୂଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ସେହି ଦୃଷ୍ଟିରୁ ବୋହୂଙ୍କୁ ନିଜ ଶାଶୁ-ଶ୍ବଶୁରଙ୍କ ଭରଣପୋଷଣ ଖର୍ଚ୍ଚ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସରେ ବତୀ ମୋହିତେ ଦେରେ ଏବଂ ଜଷ୍ଟିସ ମାଧବ ଜମାଦରଙ୍କ ଖଣ୍ଡପୀଠ ଏହି ମାମଲାରେ ଟ୍ରିବ୍ୟୁନାଲ କୋର୍ଟର ନିର୍ଦ୍ଦେଶକୁ ଖାରଜ କରି ଏହି ରାୟ ଶୁଣାଇଛନ୍ତି ।
ପୁଅବୋହୂଙ୍କ ଠାରୁ ଭରଣପୋଷଣ ଦାବି କରି ଜଣେ ବୃଦ୍ଧ ଦମ୍ପତି ଟ୍ରିବ୍ୟୁନାଲ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ୨୦୧୯ରେ ଟ୍ରିବ୍ୟୁନାଲ ବୃଦ୍ଧ ଦମ୍ପତିଙ୍କ ସପକ୍ଷରେ ରାୟ ଶୁଣାଇ କହିଥିଲେ ଯେ, "ପିଲାମାନେ ବାପାମାଆଙ୍କ ଭରଣପୋଷଣ ପାଇଁ ଦାୟୀ ଅଟନ୍ତି । ତେଣୁ ଟ୍ରିବ୍ୟୁନାଲ ପୁଅବୋହୂଙ୍କୁ ନିଜ ବାପାମାଆଙ୍କ ମାସିକ ୨୫ ହଜାର ଟଙ୍କା ଭରଣପୋଷଣ ବାବଦ ଖର୍ଚ୍ଚ ଦେବା ସହ ଜୁହୁ ସ୍ଥିତ ଦମ୍ପତିଙ୍କ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।" ଟ୍ରିବ୍ୟୁନାଲଙ୍କ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ବୋହୂ ।