ଓଡିଶା

odisha

ETV Bharat / bharat

ପବିତ୍ର ରାମନବମୀ: ଶାନ୍ତ-ସୌମ୍ୟ, ମୂର୍ତ୍ତୀମନ୍ତର ପ୍ରତୀକ ରଘୁନନ୍ଦନ - ram navami festival

'ଶ୍ରୀରାମ ଚନ୍ଦ୍ର କୃପାଳୁ ଭଜୁମନ, ହରଣ ଭବଭୟ ଦାରୁଣଂ.... ନବକଂଜ ଲୋଚନ, କଂଜ ମୁଖ, କର କଂଜ, ପଦ କଂଜାରୁଣଂ...ଏହି ଉକ୍ତିକୁ ହାତଯୋଡି ପଦେ ଗାଇଦେଲେ, ସତରେ ମନଟା ଭକ୍ତିଭାବରେ ଭରିଯାଏ । ଆଜି ହେଉଛି ସେହି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ । ଚାରିଆଡେ ଜୟଶ୍ରୀ ରାମର ନାରା । ଭକ୍ତିମୟ ପରିବେଶରେ ଭାବବିହ୍ବଳ ଭକ୍ତ । ପୁର ଠାରୁ ପଲ୍ଲୀ ସବୁଆଡେ ଉତ୍ସବର ମାହୋଲ । କେମିତି କରିବେ ପ୍ରଭୁ ରାମଙ୍କ ପୂଜାର୍ଚ୍ଚନା, କଣ ରହିଛି ଶୁଭ ମୂହୁର୍ତ୍ତ, ପଢନ୍ତୁ ଏହି ରିପୋର୍ଟ

ପବିତ୍ର ରାମନବମୀ: ଶାନ୍ତ-ସୌମ୍ୟ, ମୂର୍ତ୍ତୀମନ୍ତର ପ୍ରତୀକ ରଘୁନନ୍ଦନ
ପବିତ୍ର ରାମନବମୀ: ଶାନ୍ତ-ସୌମ୍ୟ, ମୂର୍ତ୍ତୀମନ୍ତର ପ୍ରତୀକ ରଘୁନନ୍ଦନ

By

Published : Apr 10, 2022, 6:00 AM IST

ହାଇଦ୍ରାବାଦ: ଆଜି ପବିତ୍ର ରାମ ନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ । ପ୍ରତିବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ରାମନବମୀ ପାଳିତ ହୁଏ ପ୍ରଭୁ ରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତାର କରିଥିଲେ ସ୍ଥାପନା । ଧର୍ମଶାସ୍ତ୍ର ଅନୁଯାୟୀ, ଚୈତ୍ର ମାସରେ ପଡୁଥିବା ରାମ ନବମୀ ପୃଥିବୀରେ ପରମାତ୍ମାଙ୍କ ଶକ୍ତିର ପ୍ରତୀକ । ଶ୍ରୀ ରାମଙ୍କ ଜନ୍ମ ଦୁଷ୍ଟ ରାବଣର ବଧ ନିମନ୍ତେ ହୋଇଥିଲା । ସେଥିପାଇଁ ରାମ ନବମୀ ଉତ୍ସବ ଧର୍ମ, ଶକ୍ତିର ମହିମା, ଭଲ ଓ ଖରାପ ମଧ୍ୟରେ ସଂଘର୍ଷକୁ ଦର୍ଶାଇଥାଏ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏ ନେଇ ସାରା ଦେଶ ଉତ୍ସବମୁଖର । ସବୁଆଡେ ଭକ୍ତି ଭାବର ମାହୋଲ ଦେଖିବାକୁ ମିଳୁଛି । ରାମନାମ ଧ୍ବନିରେ ଚତୁର୍ଦ୍ଦିଗ କମ୍ପି ଉଠୁଛି ।

ଅଯୋଧ୍ୟା ସୁପୁତ୍ର

ଚାଲନ୍ତୁ ଜାଣିବା ରାମନବମୀର ଶୁଭ ମୂହୁର୍ତ୍ତ, ପୂଜା ବିଧି ଓ ମହତ୍ତ୍ବ

ରାମନବମୀ ପୂଜା ମୂହୁର୍ତ୍ତ:

  • ନବମୀ ତିଥି ପ୍ରାରମ୍ଭ: ୧୦ ଅପ୍ରେଲ ବିଳମ୍ବିତ ରାତ୍ର ୧.୩୨ ମିନିଟ୍‌ରୁ ଆରମ୍ଭ
  • ନବମୀ ତିଥି ସମାପ୍ତ: ୧୧ ଅପ୍ରେଲ ପ୍ରାତଃ ୩.୧୫ମିନିଟ୍ ପର୍ଯ୍ୟନ୍ତ
  • ପୂଜା ମୂହୁର୍ତ୍ତ: ୧୦ ଅପ୍ରେଲ ସକାଳ ୧୧.୧୦ ମିନିଟ୍‌ରୁ ୧.୩୨ ମିନିଟ୍ ପର୍ଯ୍ୟନ୍ତ

କେମିତି କରିବେ ପୂଜା:

- ପ୍ରାତଃ ସକାଳୁ ଶୀଘ୍ର ଉଠି ସ୍ନାନ କରି ନୂତନ ବସ୍ତ୍ର ପରିଧାନ କରନ୍ତୁ ।

- ପୂଜାସ୍ଥଳକୁ ଶୁଦ୍ଧ କରିବା ପରେ ପୂଜା ଆରମ୍ଭ କରନ୍ତୁ ।

- ହାତରେ କୁଶବଟୁ ପିନ୍ଧି ବ୍ରତର ସଂକଳ୍ପ ନିଅନ୍ତୁ ।

- ପ୍ରଭୁ ରାମଙ୍କ ପୂଜା ଆରମ୍ଭ କରନ୍ତୁ ।

- ପୂଜାରେ ଗଙ୍ଗାଜଳ, ପୁଷ୍ପ, ଫଳ, ମିଷ୍ଟାନ ଆଦି ଅର୍ପଣ କରନ୍ତୁ ।

- ରୋଲି, ଚନ୍ଦନ, ଧୂପ, ଦୀପ ଆଦିରେ ଷୋଡଶ ଉପଚାର ପୂଜନ କରନ୍ତୁ ।

- ତୁଳସୀ ପତ୍ର ଓ ପଦ୍ମ ଫୁଲ ପ୍ରଭୁ ରାମଙ୍କୁ ଅର୍ପିତ କରନ୍ତୁ ।

- ପୂଜା କରିବା ପରେ ରାମଚରିତମାନସ, ରାମାୟଣ ଓ ରାମ ରକ୍ଷା ସ୍ରୋତ ଆଦି ପାଠ କରନ୍ତୁ ।

- ପୂଜା ସମାପନ ପୂର୍ବରୁ ପ୍ରଭୁ ରାମଙ୍କ ଆଳତୀ କରନ୍ତୁ ।

କୌଶଲ୍ୟା ନନ୍ଦନ ଶ୍ରୀରାମ

ରାମନବମୀ ବ୍ରତର ମହତ୍ତ୍ବ:

ଅଯୋଧ୍ୟା ନରେଶ ରାଜା ଦଶରଥ ଓ ରାଣୀ କୌଶଲ୍ୟାଙ୍କ ପୁତ୍ର ତଥା ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାରକୁ ଭଗବାନ ରାମଙ୍କ ଜନ୍ମ ଦିବସ ଭାବରେ ପାଳନ କରାଯାଏ । ଏହି ଶୁଭ ମୂହୁର୍ତ୍ତକୁ ଭକ୍ତମାନେ ରାମନବମୀ ରୂପେ ପାଳନ କରିଥାନ୍ତି । ପବିତ୍ର ନଦୀରେ ସ୍ନାନ କରି ପୂଣ୍ୟର ଭାଗିଦାରୀ ହୋଇଥାନ୍ତି । ଭଗବାନ ଶିବଙ୍କ ଉପାସକମାନେ ମଧ୍ୟ ଏହି ପବିତ୍ର ପର୍ବକୁ ବ୍ୟାପକ ରୂପେ ମନାଇଥାନ୍ତି । ମାନ୍ୟତା ଅଛି ଯେ, ରାମ ନବମୀ ଦିନ ଭଗବାନ ରାମ ଓ ମା' ଭଗବତୀଙ୍କ ବିଧିବଦ୍ଧ ପୂଜାର୍ଚ୍ଚନା କରିବା ଦ୍ବାରା ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ । ଏବଂ ସମସ୍ତ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details