ଓଡିଶା

odisha

By

Published : Mar 28, 2023, 5:17 PM IST

ETV Bharat / bharat

୩ ମାସ ବୃଦ୍ଧି ହେଲା ଆଧାର-ପାନ୍‌ ଲିଙ୍କ ଅବଧି

ପାନ୍ ସହ ଆଧାର ଲିଙ୍କ କରିନାହାନ୍ତି, ତେବେ ଶୀଘ୍ର କରନ୍ତୁ । ଆହୁରି ତିନି ମାସ ଲିଙ୍କ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର । ଅଧିକ ପଢ଼ନ୍ତୁ

pan and aadhar linking deadline extended
୩ ମାସ ବୃଦ୍ଧି ହେଲା ଆଧାର ଓ ପାନ୍‌ ଲିଙ୍କ ଅବଧି

ଭୁବନେଶ୍ବର:ବଢିଲା ପାନ୍ ଓ ଆଧାର କାର୍ଡ ଲିଙ୍କ୍‌ ଅବଧି । ଆଧାର-ପାନ୍ ଲିଙ୍କ ସମୟ ଅବଧି ଆଉ ତିନିମାସକୁ ବୃଦ୍ଧି କଲେ କେନ୍ଦ୍ର ସରକାର । ଆସନ୍ତା ମାର୍ଚ୍ଚ ୩୧ ତାରିଖ ଶେଷ ଥିବାବେଳେ ଜୁନ ୩୦ ତାରିଖକୁ ବୃଦ୍ଧି କରାଯାଇଛି । ଗ୍ରାହକମାନେ ଫାଇନ ଦେଇ ଲିଙ୍କ୍‌ କରାଇ ପାରିବେ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

ହାତରେ ଆଉ ମାତ୍ର ତିନିମାସ ରହିଛି । ଯଦି ଜୁନ ୩୦ ସୁଦ୍ଧା ଗ୍ରାହକମାନେ ପାନ୍ ସହ ଆଧାର ଲିଙ୍କ ନକରନ୍ତି ତେବେ ପାନ୍‌କାର୍ଡ ଅବୈଧ ହୋଇଯିବ । ଆଧାରକାର୍ଡ ସହ ପାନ୍‌କାର୍ଡ ଲିଙ୍କ କରାଇବାକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । IT ଆକ୍ଟ ୧୯୬୧ ଅନୁଯାୟୀ, ଦେଶର ପ୍ରତ୍ୟେକ ନାଗରିକ ମାର୍ଚ୍ଚ ୩୧ ସୁଦ୍ଧା ଆଧାର ସହ ପାନ୍ ଲିଙ୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପ୍ରିଲ ପହିଲାରୁ ଆଉ ପାନ୍ ସହ ଆଧାର ଲିଙ୍କ ହୋଇପାରିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଥିଲା । କିନ୍ତୁ ସରକାରଙ୍କ ନୂଆ ଗାଇଡଲାଇନ ଅନୁଯାୟୀ ୩୦ ଜୁନ ୨୦୨୩କୁ ବୃଦ୍ଧି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:ମାର୍ଚ୍ଚ 31 ଶେଷ ତାରିଖ, ଜାଣନ୍ତୁ କିଭଳି ପାନ୍‌ ସହ କରିବେ ଆଧାର ଲିଙ୍କ

ତେବେ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ପାନ୍‌ ସହ ଆଧାର ଯୋଡ଼ିବାକୁ ସମ୍ପୂର୍ଣ୍ଣ ମାଗଣା ଥିଲା । ହେଲେ ଏପ୍ରିଲ ପହିଲାରୁ ୧୦୦୦ ଟଙ୍କା ଜୋରିମାନା ଦେଇ ଲିଙ୍କ କରାଯିବ । ୨୦୨୧ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଥିବା କେନ୍ଦ୍ର ବଜେଟରେ ପାନ୍‌ ସହ ଆଧାର କାର୍ଡ ଲିଙ୍କ ବାଧ୍ୟମତାମୂଳକ ବୋଲି ଘୋଷଣା କରିଥିଲେ । ପୂର୍ବରୁ ୨୦୨୦ ଜୁନ ୩୦ ଯାଏଁ ଆଧାର ସହ ପାନ ଲିଙ୍କ କରିବାକୁ ଧାର୍ଯ୍ୟ ହୋଇଥିଲେ ବି କୋଭିଡ-୧୯ ମହାମାରୀ ଯୋଗୁଁ ସରକାର ଏହି ଅବଧିକୁ ୨୦୨୧ ମାର୍ଚ୍ଚ ୩୧ ଯାଏଁ ବଢାଇଥିଲେ ।

ଆସନ୍ତା ଜୁନ ୩୦ ମଧ୍ୟରେ ପାନ୍‌ ସହ ଆଧାର ଲିଙ୍କ ନକରାଇଲେ ଜୁଲାଇ ୧ ତାରିଖଠାରୁ ପାନ୍‌କାର୍ଡ ଅଚଳ ହୋଇଯିବ । ବ୍ୟାଙ୍କ ନେଣଦେଣରେ ସମସ୍ୟା ଦେଖାଦେବ । କୌଣସି ବ୍ୟାଙ୍କରେ ଆକାଉଣ୍ଟ ମଧ୍ୟ ଖୋଲିପାରିବେ ନାହିଁ । ସରକାରଙ୍କ ଅନେକ ଯୋଜନାର ମଧ୍ୟ ଲାଭ ଉଠାଇପାରିବେ ନାହିଁ । ପାନ୍‌ ସହ ଆଧାର ଲିଙ୍କ ନକରାଇଲେ ଆୟକର ବିଭାଗ ଅନୁଯାୟୀ ମୋଟା ଅଙ୍କର ଜରିମାନା ମଧ୍ୟ ଦେବାକୁ ପଡ଼ିବ । ତେବେ ବର୍ତ୍ତମାନ ସୁଦ୍ଧା ୫୧ କୋଟି ପାନ୍‌ ସହ ଆଧାର ଲିଙ୍କ ହୋଇସାରିଥିବା ଅର୍ଥ ମନ୍ତ୍ରଣାଳୟ ସୂଚନା ଦେଇଛି ।

ABOUT THE AUTHOR

...view details