ନୂଆଦିଲ୍ଲୀ: ଭାରତରେ କୋଟି କୋଟି ଲୋକ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ସେଥିରେ ଆପତ୍ତିଜନକ କମେଣ୍ଟ ମଧ୍ୟ ପୋଷ୍ଟ କରିଥାନ୍ତି। ଏହାରି ଭିତରେ ସୋସିଆଲ ମିଡିଆ କମ୍ପାନୀ 'ମେଟା' ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସରେ 13 ବର୍ଗ ଆଧାରରେ ଫେସବୁକ 1କୋଟି 93ଲକ୍ଷରୁ ଅଧିକ ଆପତ୍ତିଜନକ ପୋଷ୍ଟ ଡିଲିଟ କରିଛି।
କମ୍ପାନୀର ମାସିକ ଅନୁପାଳନ ରିପୋର୍ଟରେ କୁହାଯାଇଛି ଯେ, ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରୁ 12ଟି ବର୍ଗ ଅନ୍ତର୍ଗତ 24 ଲକ୍ଷ କମେଣ୍ଟ ହଟାଇ ଦିଆ ଯାଇଛି । ସୂଚନା ପ୍ରଯୁକ୍ତିବିଦ୍ୟା(IT) ନିୟମ ଅନୁଯାୟୀ, ବଡ ଡିଜିଟାଲ ଫୋରମ ପାଇଁ (having more than 50 million users) ସବୁ ମାସରେ ଅନୁପାଳନ ରିପୋର୍ଟ ପ୍ରକାଶ କରିବା ଜରୁରୀ ଅଟେ । ଯେଉଁ ରିପୋର୍ଟରେ ଆପତ୍ତିଜନକ ପୋଷ୍ଟକୁ ନେଇ ଅଭିଯୋଗ ଏବଂ ତାହା ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ରହିଥାଏ। ତଦାରଖ ମାଧ୍ୟମରେ ହଟା ଯାଇଥିବା ପୋଷ୍ଟର ବିବରଣୀ ମଧ୍ୟ ଦିଆଯାଇଥାଏ। ଡିସେମ୍ବରରେ ମାସରେ ଫେସବୁକକୁ ଭାରତୀୟ ଅଭିଯୋଗ ବ୍ୟବସ୍ଥା ମାଧ୍ୟମରେ 531ଟି ଅଭିଯୋଗ ରହିଥିଲା।