ନୂଆଦିଲ୍ଲୀ: ଆର୍ଥିକ ବର୍ଷ (2021-22)ର ଚତୁର୍ଥ ତଥାଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଦେଶର ଜିଡିପି 4.1 ପ୍ରତିଶତ ରହିଛି । ଏହି ତ୍ରୈମାସିକ ରିପୋର୍ଟ ଅନୁପାତରେ ପୂର୍ଣ୍ଣ ଆର୍ଥିକ ବର୍ଷ (2021-22)ରେ ଦେଶର ମୋଟ ଜିଡିପି ଅଭିବୃଦ୍ଧି ହାର 8.7 ପ୍ରତିଶତ ରହିଛି । ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି, ଗତ ଆର୍ଥିକ ବର୍ଷ (2020-21)ରେ ଏହି ହାର 6.7 ପ୍ରତିଶତ ରେକର୍ଡ କରାଯାଇଥିଲା । ପୂର୍ବ ବର୍ଷ ତୁଳନାରେ ଅଭିବୃଦ୍ଧି ହାର ସାମାନ୍ୟ ବୃଦ୍ଧି ପାଇଥିଲେ ସୁଦ୍ଧା ହାରରେ ମନ୍ଥରତା ପରିଲିକ୍ଷିତ ହୋଇଛି ।
ସେହିପରି 2021-22 ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ (ଅକ୍ଟୋବର-ଡିସେମ୍ବର) ଅର୍ଥନନୈତିକ ଅଭିବୃଦ୍ଧି ହାର ଅର୍ଥାତ ଜିଡିପି 5.4 ପ୍ରତିଶତ ଥିଲା । ସେହିପରି ଜିଡିପି ଅଭିବୃଦ୍ଧି ହାର ଏପ୍ରିଲ-ଜୁନ୍ ତ୍ରୈମାସରେ 20.1 ପ୍ରତିଶତ ଏବଂ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ମାସରେ 8.4 ପ୍ରତିଶତ ରହିଥିଲା ।