ଓଡିଶା

odisha

ETV Bharat / bharat

ଦନ୍ତେୱାଡାରେ ଏନକାଉଣ୍ଟର: ୨ ମହିଳା ନକ୍ସଲ ନିହତ

ଦନ୍ତେୱାଡା ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ୨ ମହିଳା ନକ୍ସଲ ନିହତ । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 20, 2023, 5:44 PM IST

ଦନ୍ତେୱାଡାରେ ଏନକାଉଣ୍ଟର
ଦନ୍ତେୱାଡାରେ ଏନକାଉଣ୍ଟର

ରାୟପୁର:ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜଙ୍ଗଲରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ୨ ଜଣ ହାର୍ଡକୋର ମହିଳା ନକ୍ସଲ ନିହତ ହୋଇଛନ୍ତି । ୨ ଜଣଙ୍କ ମୃତଦେହ ସହ ଘଟଣାସ୍ଥଳରୁ ଦୁଇଟି ରାଇଫଲ ଓ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ କରାଯାଇଛି । ଆଜି(ବୁଧବାର) ସକାଳ ୭ଟାରେ ନାହାଡି ଓ ଛୋଟହିଡମା ଜଙ୍ଗଲରେ ଏହି ଏନକାଉଣ୍ଟର ଘଟିଛି । ଏନେଇ ଦନ୍ତେୱାଡାର ଅତିରିକ୍ତ ଏସପି ଆରକେ ବର୍ମନ ସୂଚନା ଦେଇଛନ୍ତି ।

ଅତିରିକ୍ତ ଏସପିଙ୍କ ସୂଚନା ଅନୁଯାୟୀ, ଦନ୍ତେୱାଡା ଓ ସୁକମା ସୀମାନ୍ତରେ ଥିବା ନାହାଡି, ଛୋଟହିଡମା, ଡୁଙ୍ଗିନପାରା ଜଙ୍ଗଲରେ ବଡ ନକ୍ସଲ ନେତାଙ୍କ ଉପସ୍ଥିତି ନେଇ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏହାପରେ ସକାଳେ ଡିଆରଜି(ଜିଲ୍ଲା ରିଜର୍ଭ ଗାର୍ଡ) ଓ ବସ୍ତର ଫାଇଟର୍ସର ମିଳିତ ଟିମ୍ ଜଙ୍ଗଲରେ ପହଞ୍ଚି ସ୍ପେଶାଲ ଅପରେସନ ଆରମ୍ଭ କରିଥିଲେ । ଏତିକି ବେଳେ ନକ୍ସଲ ସୁରକ୍ଷାବଳ ଉପରକୁ ଅତର୍କିତ ଗୁଳି ଚାଳନା କରିଥିଲେ । ସୁରକ୍ଷା ବାହିନୀ ମଧ୍ୟ ପାଲଟା ଜବାବ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: Anantnag Encounter: ଶହୀଦ ଯବାନଙ୍କ ପ୍ରତିଶୋଧ ନେଲା ସୁରକ୍ଷାବଳ, ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉଜେର୍ ଖାନ ନିପାତ

ସକାଳ ୭ଟା ୧୫ରେ ନାହାଡିରୁ ପ୍ରାୟ ୪ କିଲୋମିଟର ଦୂର ଦକ୍ଷିଣରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ୩ ଘଣ୍ଟାର ଏନକାଉଣ୍ଟର ପରେ ୨ ମହିଳା ନକ୍ସଲ ପ୍ରାଣ ହରାଇଥିଲେ । ପୋଲିସ ୨ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରୁ ଗୋଟିଏ ଇନସାସ ରାଇଫଲ ଏବଂ ୧୨ ବୋର ରାଇଫଲ ଜବତ କରିଛି । ଏହାପୂର୍ବରୁ ସୁକମା ଜିଲ୍ଲାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ ହୋଇଥିବା ବେଳେ ଗୁଳି ବିନିୟମରେ ୨ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିଲା ।

ଦନ୍ତେୱାଡାରେ ସୁରକ୍ଷାବଳର ଯବାନ ଲଗାତାର ନକ୍ସଲ ବିରୋଧୀ ଅଭିଯାନ ଚଳାଉଛନ୍ତି । ନକ୍ସଲ ପ୍ରଭାବିତ ଅଞ୍ଚଳରେ ପାଟ୍ରୋଲିଂ ବଢାଇ ଦିଆଯାଇଛି । ଯେଉଁ କାରଣରୁ ନକ୍ସଲମାନେ ଲୁଚିବାକୁ ସ୍ଥାନ ପାଉନାହାନ୍ତି । ଫଳରେ ନିୟମିତ ବ୍ୟବଧାନରେ ନକ୍ସଲ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳି ବିନିମୟ ହେଉଛି । ଗତ ଏପ୍ରିଲରେ ନକ୍ସଲମାନେ ଦନ୍ତେୱାଡାରେ ଭୟଙ୍କର ଆଇଡି ବିସ୍ଫୋରଣ କରିଥିଲେ । ଏଥିରେ ଯବାନଙ୍କୁ ନେଇ ଯାଉଥିବା ଗୋଡିଏ ଗାଡି ଉଡି ଯାଇଥିଲା ଏବଂ ୧୦ ଜଣ ବୀର ଯବାନ ଶହୀଦ ହୋଇଯାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details