ଓଡିଶା

odisha

ETV Bharat / bharat

ବିବାହ ଉତ୍ସବରେ ମଦ ପିଇ ଡ୍ୟାନ୍ସ, ଭିଡିଓ ଭାଇରାଲ ପରେ ବାନ୍ଧିଲା ପୋଲିସ

ବିବାହ ଉତ୍ସବରେ ମଦ ପିଇ ଡ୍ୟାନ୍ସ କରୁଥିବା ଯୁବକଙ୍କ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ । ଏପରି ଘଟଣା ଗୁଜୁରାଟ ରାଜକୋଟରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

By

Published : Feb 21, 2023, 10:37 PM IST

drinking alcohol at wedding
drinking alcohol at wedding

ଗାନ୍ଧୀନଗର:ଗୁଜୁରାଟ ରାଜକୋଟଠାରେ ବିବାହ ଉତ୍ସବରେ ମଦ ପିଇ ନାଚିବା ପଡ଼ିଲା ମହଙ୍ଗା । ମଦ ପିଇ ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନେଇଛି କାର୍ଯ୍ୟାନୁଷ୍ଠାନ । ଏହି ଘଟଣାରେ ଭକ୍ତିନଗର ପୋଲିସ ପ୍ରାୟ ୭ ଜଣଙ୍କୁ ଗିରଫ କରିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଜଣେ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ଛି ।

ମିଳିଥିବା ସୂଚନା ଅନୁସାରେ, ରାଜକୋଟ ଭକ୍ତିନଗର ଅଞ୍ଚଳରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଉତ୍ସବରେ ଯୋଗଦେଇଥିବା ଅତିଥିମାନେ ସମସ୍ତଙ୍କ ସମ୍ମୁଖରେ ମଦ ବୋତଲ କାଢିବା ସହ ମଦ ପିଇଥିଲେ । ଏହି ସମୟରେ ଗୀତ ବାଜୁଥିବା ବେଳେ ଏମାନେ ଧୁମ ନାଚିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରୁ ଉପସ୍ଥିତ ଲୋକଙ୍କ ମଧ୍ୟରୁ କେହି ଜଣେ ସୁଟ୍‌ କରିବା ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓଟି ଭାଇରାଲ ହେବା ପରେ ଭକ୍ତିନଗର ପୋଲିସ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଏହା ବି ପଢନ୍ତୁ- ଡିପୋରୁ ସରକାରୀ ବସ ନେଇଗଲେ ଚୋର, CCTVରୁ ଖିଅ ଖୋଜୁଛି ପୋଲିସ

ବିବାହ ଉତ୍ସବରେ ମଦ ପିଇ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ହରିନ ଅରବିନ୍ଦଭାଇ ପରମାର, ପ୍ରତୀକ ଅରବିନ୍ଦଭାଇ ପରମାର, ଧୱଲ ମଗନଭାଇ ମାରୁ, ଗତିଓ, ମୟୁର ଭରୱାଡ, ଧର୍ମେଶ ଆସୁଡୋ ଓ ଅଜୟ ବୋଲି ଜଣାପଡ଼ିଛି । ଏହି ୭ଜଣଙ୍କୁ ପୋଲିସ ଗିରଫ କରିବା ପରେ ସିନ ରିକ୍ରିଏସନ ମଧ୍ୟ କରିଥିଲା । ଅନ୍ୟପଟେ ଏହି ଗିରଫ ହୋଇଥିବା ୭ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି । ପୋଲିସ ଅନ୍ୟମାନଙ୍କୁ ଅଟକ ରଖି ଫେରାର ଯୁବକଙ୍କୁ ଖୋଜୁଥିବା ଜଣାପଡ଼ିଛି ।

ସହରରେ ବିଦେଶୀ ମଦ ଚାଲାଣ ହେଉଥିବା ଟ୍ରକକୁ ପୋଲିସ ଜବତ କରୁଛି । ମାତ୍ର ବିବାହ ଉତ୍ସବରେ ଏପରି ଖୁଲମଖୁଲା ମଦ୍ୟପାନକୁ ନେଇ ଲୋକ ପୋଲିସ ଉପରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ପୋଲିସ ମାମଲାର ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ରାଜକୋଟ ପୋଲିସ କମିଶନର କାର୍ଯ୍ୟାଳୟରୁ ଡ୍ୟୁଟିରେ ଥିବା ସମୟରେ ପିଏସଆଇ ବୁଜେନ୍ଦ୍ର ସିଂ ଚୌହାନ ନିଶାସକ୍ତ ଅବସ୍ଥାରେ ନଜର ଆସିଥିଲେ । ଏହାପରେ ତାଙ୍କର ମେଡିକାଲ ଯାଞ୍ଚ ଲାଗି ସିଭିଲ ହସ୍ପିଟାଲକୁ ପଠାଯାଇଥିଲା । ପୋଲିସ କର୍ମୀ ଅଫିସରେ ଏପରି ନିଶାଦ୍ରବ୍ୟ ପାନ କରୁଥିବାକୁ ନେଇ ବେଶ ଚର୍ଚ୍ଚା ହେଉଛି ।

ABOUT THE AUTHOR

...view details