ଓଡିଶା

odisha

By

Published : Oct 25, 2021, 1:07 PM IST

ETV Bharat / bharat

ହିମାଚଳରେ ପ୍ରବଳ ବର୍ଷାକୁ ତୁଷାରପାତ: 67ଟି ରାସ୍ତା ବ୍ଲକ, 1161 କୋଟିର କ୍ଷତି

ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ସହ ଜାରି ରହିଛି ତୁଷାରପାତ। ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଞ୍ଚଳ । ତେବେ ଏହି ତୁଷାରପାତ କାରଣରୁ କିନ୍ନୌରରେ 3 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାକୁ ତୁଷାରପାତ
ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାକୁ ତୁଷାରପାତ

ସିମଲା: ହିମାଚଳ ପ୍ରଦେଶରେ ଲଗାଣ ବର୍ଷା ସହ ଜାରି ରହିଛି ତୁଷାରପାତ। ବରଫ ଚାଦରରେ ଘୋଡେଇ ହୋଇ ରହିଛି ସାରା ଅଞ୍ଚଳ । ତେବେ ଏହି ତୁଷାରପାତ କାରଣରୁ କିନ୍ନୌରରେ 3 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତକମାନେ ହେଲେ ଦୀପକ ନାରାୟଣ (58), ରାଜେନ୍ଦ୍ର ପାଠକ (65) ଏବଂ ଅଶୋକ ମଧୁକର (64) । ମୃତକମାନେ ଗୋଆ ଓ ମୁମ୍ବାଇର ବୋଲି ଜଣାପଡିଛି । ଆଇଟିବିପି ୧୭ ବାଟାଲିଅନ ସର୍ଚ୍ଚ ଅପରେସନ ଜାରି ରଖିଥିବାବେଳେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ତୁଷାରପାତ କାରଣରୁ ମନାଲୀ-ଲେହ NH ସମେତ 67 ଟି ରାସ୍ତା ବନ୍ଦ ରହିଛି। ତୁଷାରପାତ କାରଣରୁ ତାପମାତ୍ରା ହ୍ରାସ ପାଇ ଛଅରୁ ସାତ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟପଟେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ଅସୁବିଧାକୁ ଆହୁରି ବଢାଇ ଦେଇଛି।

ଶିମଲା ଏବଂ ସିରମୌର ଉଚ୍ଚ ଶିଖରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ତୁଷାରପାତ ହୋଇଛି । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ, ଗୋନ୍ଦଲାରେ 18 ସେମି ତୁଷାରପାତ, ହଂସାରେ 10 ଏବଂ କେଲଙ୍ଗରେ 3 ସେମି ତୁଷାରପାତ ରେକର୍ଡ କରାଯାଇଛି। ଏନେଇ ପ୍ରଶାସନ, ପର୍ଯ୍ୟଟକ ତଥା ସ୍ଥାନୀୟ ଲୋକଙ୍କୁ ପାଗ ସ୍ବାଭାବିକ ନହେବା ପର୍ଯ୍ୟନ୍ତ ପର୍ବତ ନିକଟକୁ ଯିବାକୁ ବାରଣ କରିଛନ୍ତି। ଏପଟେ ତୁଷାରପାତ ଓ ପ୍ରବଳ ବର୍ଷା କାରଣରୁ 1161 କୋଟି ଟଙ୍କାର କ୍ଷୟକ୍ଷତି ରିପୋର୍ଟ ହିମାଚଳ ପ୍ରଦେଶ ସରକାର କେନ୍ଦ୍ରକୁ ପଠାଇଛନ୍ତି ।

ରିପୋର୍ଟ ମୁତାବିକ, ଜୁନ୍ 13 ରୁ ଅକ୍ଟୋବର 8 ପର୍ଯ୍ୟନ୍ତ ମୌସୁମୀ କାରଣରୁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୌସୁମୀ ସମୟରେ ପ୍ରାକୃତିକ ବିପର୍ଯ୍ୟୟରେ 481 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 627 ଜଣ ଆହତ ହୋଇଛନ୍ତି। ଏହାସହ ଏପର୍ଯ୍ୟନ୍ତ 13 ଜଣ ନିଖୋଜ ଥିବା କୁହାଯାଉଛି। ବର୍ଷା ଯୋଗୁଁ ରାଜ୍ୟରେ 794 ପଶୁପକ୍ଷୀ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଏହି ସମୟ ମଧ୍ୟରେ 1104 ଘର ମଧ୍ୟ ଆଂଶିକ ଏବଂ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି । ପ୍ରବଳ ବର୍ଷା କାରଣରୁ 18 ଟି ଦୋକାନ, 8 ଟି ବ୍ରିଜ ଏବଂ 756 ଟି ଗୌଶଳା ମଧ୍ୟ ଭୁଶୁଡି ପଡିଛି।

ଏପଟେ ଲୋକ ନିର୍ମାଣ ବିଭାଗ ମୌସୁମୀ କାରଣରୁ 686.95 କୋଟି ଟଙ୍କା କ୍ଷତି ସହିଛି। ଏଥି ସହିତ ଜଳଶକ୍ତି ବିଭାଗ 346.76 କୋଟି, ବିଦ୍ୟୁତ୍ ବିଭାଗ 60.8 କୋଟି କ୍ଷତି ସହିଛି। ସ୍ବାସ୍ଥ୍ୟ ବିଭାଗ ମଧ୍ୟ 60 ଲକ୍ଷ କ୍ଷତି ସହିଛି। ଶିକ୍ଷା ବିଭାଗକୁ 64 ଲକ୍ଷ, ଗ୍ରାମ୍ୟ ଉନ୍ନୟନ ବିଭାଗକୁ 30.6 କୋଟି, ନଗର ଉନ୍ନୟନ ବିଭାଗକୁ 102.1 କୋଟିର କ୍ଷତି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details