ଓଡିଶା

odisha

ETV Bharat / bharat

ଦଳିତ ଯୁବକଙ୍କୁ ମାରି ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ - ଝାଡଖଣ୍ଡ

ଦଳିତ ଯୁବକଙ୍କୁ ହତ୍ୟା କରିବା ପରେ ବିଦ୍ୟୁତ୍‌ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ । ଝାଡଖଣ୍ଡ ହଜାରିବାଗରେ ଘଟିଛି ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ଦଳିତ ଯୁବକଙ୍କୁ ମାରି ବିଦ୍ୟୁତ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ
ଦଳିତ ଯୁବକଙ୍କୁ ମାରି ବିଦ୍ୟୁତ ଖୁଣ୍ଟରେ ଟାଙ୍ଗି ଦେଲେ ଦୁର୍ବୃତ୍ତ

By

Published : Oct 13, 2022, 10:23 AM IST

ରାଞ୍ଚି: ଝାଡଖଣ୍ଡ ହଜାରିବାଗ ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଏଠାରେ ଜଣେ ଦଳିତ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ବିଦ୍ୟୁତ ଖଣ୍ଟରେ ଝୁଲାଇ ଦେଇଛନ୍ତି ଦୁର୍ବୃତ୍ତ(Dalit youth hanged by dabangs in Hazaribag) । ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଏହି ଘଟଣାରେ ମୋଟ ୧୧ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁଯାୟୀ, ଗତ ୫ ତାରିଖରେ ହଜାରିବାଗ ପଚଡା ଗାଁର ଏକ ପ୍ରଭାବଶାଳୀ ବ୍ୟକ୍ତି ଜଣେ ଦଳିତ ଯୁବତୀଙ୍କ ସହ ଅଶ୍ଳୀଳ ଆଚରଣ କରୁଥିବାବେଳେ ଧରା ପଡିଥିଲେ । ଏ ସମ୍ପର୍କରେ ପୀଡିତଙ୍କ ପରିବାର ଲୋକେ ସେହି ବ୍ୟକ୍ତିଙ୍କ ଘରେ ଜଣାଇଥିଲେ । ହେଲେ ଅଭିଯୁକ୍ତର ଘର ଲୋକ ଓଲଟା ଦଳିତ ପରିବାର ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ସୀଟନ ଭୂଇୟାଁ ନାମକ ଯୁବକ ଥାନାରେ ପହଞ୍ଚି ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ଦଳିତ ପରିବାର ଅଭିଯୋଗ କରିଛନ୍ତି ଯେ, ସୀଟନ ଥାନାର ଦ୍ବାରସ୍ଥ ହେବା ପରେ ସେହି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ହତ୍ୟା କରିଛନ୍ତି । ଯୁବକ ପିନ୍ଧିଥିବା ସାର୍ଟରେ ହିଁ ତାଙ୍କୁ ବିଦ୍ୟୁତ ଖୁଣ୍ଟରେ ଝୁଲାଇ ଦିଆଯାଉଥିବାର ଦେଖିବାକୁ ମିଳିଛି । ଗାଁରେ କିଛି ପ୍ରଭାବଶାଳୀ ବ୍ୟକ୍ତି ଦଳିତ ଝିଅ ବୋହୂଙ୍କୁ ଅତ୍ୟାଚାର ଓ ଶୋଷଣ କରୁଛନ୍ତି । ଏହା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବାରୁ ଏପରି ନିର୍ମମ ଭାବେ ହତ୍ୟା କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ହତ୍ୟାକାଣ୍ଡ ଘଟଣାରେ ମୋଟ ୧୧ ଜଣଙ୍କ ବିରୁଦ୍ଧରେ ୩୦୨ ଧାରାରେ ମାମଲା ରୁଜୁ ହୋଇଥିବା ପୋଲିସ ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: ଦୁଇଟି କାରରୁ ୫ କୋଟି ଜବତ, ତଥାପି ସରିନି ଗଣତି

ସେପଟେ ଏହି ଘଟଣାରେ ବିଜେପି ବିଧାୟକ ଦଳ ନେତା ବାବୁଲାଲ ମରାଣ୍ଡି ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଜେପି ନେତା ଟ୍ବିଟ୍ କରିଛନ୍ତି, ''ଝାଡଖଣ୍ଡରେ ଅପରାଧିଙ୍କ ସାହସ ଦେଖନ୍ତୁ, ଜଣେ ଦଳିତ ଯୁବକଙ୍କୁ ଘରୁ ଅପହରଣ କରି ନେଇ ହତ୍ୟା କରିବା ସହ ବିଦ୍ୟୁତ ଖୁଣ୍ଟରେ ଝୁଲାଇ ଦିଆଯାଇଛି । କିଛି ଦିନ ପୂର୍ବରୁ ମୃତ ଯୁବକଙ୍କ ପରିବାର ଲୋକେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ ସେମାନଙ୍କୁ ଘଉଡାଉ ଦେଇଥିଲା । ନିଜକୁ ଆଦିବାସୀ ଓ ଦଳିତଙ୍କ ବନ୍ଧୁ କହୁଥିବା ସରକାରର କାର୍ଯ୍ୟକାଳ ମଧ୍ୟରେ କେତେ ଆଦିବାସୀ ଓ ଦଳିତଙ୍କୁ ନିର୍ଯାତନା ଦିଆଯାଇଛି ତାହା ଆଜି କାହାରିକୁ ଅଛପା ନାହିଁ । ''

ABOUT THE AUTHOR

...view details