ଲକ୍ଷ୍ନୌ:ଉତ୍ତର ପ୍ରଦେଶ ଔରେୟା ଜିଲ୍ଲା ଅଖଲଦା ଥାନା ଅଞ୍ଚଳରେ ଶିକ୍ଷକଙ୍କ ମାଡରେ ଜଣେ ଦଳିତ ଛାତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି (dalit student died due to beating of teacher)। ସ୍ଥାନୀୟ ଆଦର୍ଶ ଇଣ୍ଟର କଲେଜର ଜଣେ 10ମ ଶ୍ରେଣୀ ଛାତ୍ରଙ୍କୁ କିଛି ଭୁଲ ଉତ୍ତର ଲେଖିବା କାରଣରୁ ସମ୍ପୃକ୍ତ କଲେଜର ଜଣେ ଶିକ୍ଷକ ନିସ୍ତୁକ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । 18 ଦିନ ଧରି ଗମ୍ଭୀର ଅବସ୍ଥାରେ ଚିକିତ୍ସାଧୀନ ରହିବା ପରେ ସୋମବାର ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ଛାତ୍ରଙ୍କ (dalit student died in UP) ପରିବାର ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
କ’ଣ ଥିଲା ପୁରା ଘଟଣା:-
ଜିଲ୍ଲାର ଅଖଲଦା ପୋଲିସ ଷ୍ଟେସନ ଅନ୍ତର୍ଗତ କସବା ଫାଫୁଦ ରୋଡରେ ଥିବା ଆଦର୍ଶ ଇଣ୍ଟର କଲେଜର 10ମ ଶ୍ରେଣୀର ଛାତ୍ର ଥିଲେ ସ୍ଥନୀୟ ବୈଶାଳୀ ଗାଁର 15 ବର୍ଷୀୟ ନିଖିତ କୁମାର । ନିଖିତଙ୍କ ପିତାଙ୍କ ଠାରୁ ମିଳିଥିବା ଅଭିଯୋଗ ଅନୁସାରେ, ସେପ୍ଟେମ୍ବର 7 ତାରିଖରେ ଉକ୍ତ କଲେଜରେ ସାମାଜିକ ବିଜ୍ଞାନ ଶିକ୍ଷକ ଥିବା ଅଶ୍ୱିନୀ ସିଂ ଶ୍ରେଣୀରେ ହୋଇଥିବା ପରୀକ୍ଷାରେ କିଛି ଭୁଲ ଉତ୍ତର ଲେଖିବା କାରଣରୁ ନିଖିତଙ୍କୁ ନିସ୍ତୁକ ମାଡ ମାରି ଗୁରୁତର କରିଥିଲେ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାକୁ ଲକ୍ଷ୍ନୌ ସ୍ଥାନାନ୍ତର କରାଯାଇଥିଲା । ସମ୍ପୃକ୍ତ ଶିକ୍ଷକ କିଛି ଦିନ ପର୍ଯ୍ୟନ୍ତ ନିଖିତର ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ପରେ ଆଉ ଫୋନ୍ ଉଠାଇ ନଥିଲେ । 18 ଦିନ ଧରି ହସ୍ପିଟାଲରେ ଚିକିତ୍ସାଧିନ ରହିବା ପରେ ଗତକାଲି ସମ୍ପୃକ୍ତ ଛାତ୍ରଙ୍କ ମୃତ୍ୟୁ ହୋଇଛି ।