ଓଡିଶା

odisha

ETV Bharat / bharat

Dalai Lama: ଚୀନଠୁ ସ୍ବାଧୀନତା ନୁହେଁ, ସମସ୍ୟା ପ୍ରସଙ୍ଗରେ ଆଲୋଚନା ଚାହାଁନ୍ତି ତିବ୍ବତୀୟ - ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା

ଚୀନଠାରୁ ସ୍ବାାଧୀନତା ଚାହୁଁନାହିଁ ତିବ୍ବତ । ସେମାନେ କଥାବାର୍ତ୍ତା କରିବାକୁ ଆଗ୍ରହୀ ବୋଲି କହିଛନ୍ତି ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା । ଅଧିକ ପଢନ୍ତୁ

Dalai Lama: ଆମେ ଚୀନଠାରୁ ସ୍ବାଧୀନତା ନୁହେଁ, ଆଲୋଚନା ଚାହୁଁ
Dalai Lama: ଆମେ ଚୀନଠାରୁ ସ୍ବାଧୀନତା ନୁହେଁ, ଆଲୋଚନା ଚାହୁଁ

By

Published : Jul 8, 2023, 5:29 PM IST

ଶିମଲା:ତିବ୍ବତୀୟମାନେ ଚୀନଠାରୁ ସ୍ବାଧୀନତା ଚାହୁଁନ୍ତାହାନ୍ତି । ସେମାନେ କେବଳ ସେମାନଙ୍କ ସମସ୍ୟାର ସମାଧାନ ଚାହାନ୍ତି । ଚୀନ ମଧ୍ୟ ଏକଥା ଅନୁଭବ କରିସାରିଲାଣି ଯେ, ତିବ୍ବତୀୟଙ୍କ ଧର୍ମୀୟ ଭାବନା ଦୃଢ । ଚୀନ ଏବେ ତିବ୍ବତୀୟଙ୍କ ସହ ଆଲୋଚନା କରିବା ପାଇଁ ଆଗ୍ରହୀ । ତେଣୁ ଚୀନ ସହ ତିବ୍ବତର କଥାବାର୍ତ୍ତା ହେବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ।

ଆଜି (ଶନିବାର) ହିମାଚଳ ପ୍ରଦେଶରୁ ଲଦାଖ ଯାତ୍ରା ବେଳେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ଦଲାଇଲାମା କହିଛନ୍ତି, ‘‘ଚୀନ ଏକଥା ଅନୁଭବ କରିସାରିଲାଣି ଯେ, ତିବ୍ବତୀୟଙ୍କ ଧର୍ମୀୟ ଭାବନା ବେଶ ଦୃଢ । ସେମାନେ (ଚୀନ) ତିବ୍ବତୀୟଙ୍କ ସ୍ଥାନୀୟ ସମସ୍ୟା ଓ ଦାବି ସମ୍ପର୍କରେ ଏବେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ପ୍ରୟାସ କରୁଛନ୍ତି । ସେମାନେ ମୋ ସହ ମଧ୍ୟ ଏହି ପ୍ରସଙ୍ଗରେ ଯୋଗାଯୋଗ କରିଛନ୍ତି । ମୁଁ ମଧ୍ୟ ଆଲୋଚନା ପାଇଁ ପ୍ରସ୍ତୁତ । ଆମେ ଚୀନଠାରୁ ସ୍ବଧୀନତା ଚାହୁଁନଥିଲୁ ବରଂ ଆମେ ବହୁବର୍ଷ ପୂର୍ବରୁ ଏହା ନିଷ୍ପତ୍ତି ଗ୍ରହଣ କରିସାରିଛୁ ଯେ, ଆମେ ରିପବ୍ଲିକ ଚୀନର ଅବିଚ୍ଛେଦ ଅଂଶ ଭାବେ ରହିବୁ । ସେମାନେ ମୋ ସହ ଔପଚାରିକ ଓ ଅନଔପଚାରିକ ଭାବେ ଯୋଗାଯୋଗରେ । ଏପରି ସ୍ଥିତିରେ ଚୀନ ସହ ତିବ୍ବତୀୟଙ୍କ ସମସ୍ୟା ନେଇ ଆଲୋଚନା କରିବାରେ କୌଣସି ଆପତ୍ତି ନାହିଁ ।’’

1959 ମସିହାରେ ତିବ୍ବତରେ ସ୍ଥାନୀୟ ବାସିନ୍ଦାଙ୍କ ବିଦ୍ରୋହରେ ଚୀନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ 14ତମ ଦଲାଇଲାମା ଭାରତ ପଳାଇ ଆସିଥିଲେ । ସେବେଠାରୁ ତାଙ୍କୁ ଭାରତ ରାଜନୈତିକ ଶରଣ ଦେଇଆସିଛି । ସେ ତାଙ୍କ ଅନୁଗାମୀ ଗୋଷ୍ଠୀ ହିମାଚଳ ପ୍ରଦେଶରେ ଶିମଲାରେ ଦୀର୍ଘ ଦଶନ୍ଧି ଧରି ବାସ କରୁଛନ୍ତି । ହେଲେ ଏହି କାରଣରୁ ଚୀନ ମଧ୍ୟ ଭାରତ ସରକାରଙ୍କୁ ଦାୟୀ କରିଆସିଛି ।

ଏହା ମଧ୍ୟ ପଢନ୍ତୁ:-87 ବର୍ଷରେ ଦଲାଇଲାମା: ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଚୀନ୍ ଅତୀତରେ ଦଲାଇଲାମାଙ୍କୁ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପରେ ଲିପ୍ତ ରହି ତିବ୍ଦତକୁ ଚୀନ ଠାରୁ ବିଭାଜନ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି । ଦଲାଇଲମାଙ୍କୁ ଜଣେ ବିଭାଜନକାରୀ ବ୍ୟକ୍ତି ଭାବେ ମଧ୍ୟ ଦର୍ଶାଇବାକୁ ଚୀନ ପ୍ରୟାସ କରିଛି । ହେଲେ ଏବେ ଦଲାଇଲାମା ଚୀନ୍‌ ଠାରି ସ୍ବାଧୀନତା ପାଇବାକୁ ନୁହେଁ ବରଂ ତିବ୍ଦତୀୟମାନଙ୍କ ପାଇଁ ପ୍ରକୃତ ସମସ୍ୟାର ସମାଧାନ ଚାହୁଁଥିବା କଥା କହିଛନ୍ତି । ଚୀନ ଏବେ ଏହି କଥାବାର୍ତ୍ତା ଆରମ୍ଭ କରିବାକୁ ଚାହୁଁଛି । ତିବ୍ବତୀୟମାନେ ମଧ୍ୟ ଆଗ୍ରହୀ ବୋଲି ଦଲାଇଲାମା କହିଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details