ଓଡିଶା

odisha

ETV Bharat / bharat

ମୋଦିଙ୍କୁ ଧନ୍ୟବାଦ ଦେଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦଲାଇଲାମାଙ୍କ 86 ତମ ଜନ୍ମ ଦିନ ଅବସରରେ ମୋଦି ତାଙ୍କୁ ଜନ୍ମ ଦିନର ଜଣାଇଥିଲେ ଅଭିନନ୍ଦନ । ଅଧିକ ପଢନ୍ତୁ....

Dalai Lama thanks PM Modi for birthday wishes
ମୋଦିଙ୍କୁ ଧନ୍ୟବାଦ ଦେଲେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା

By

Published : Jul 8, 2021, 6:55 AM IST

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଦଲାଇଲାମାଙ୍କ 86 ତମ ଜନ୍ମଦିନ ଅବସରରେ ମୋଦି ତାଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏନେଇ ମୋଦିଙ୍କୁ ମଧ୍ୟ ଦଲାଇଲାମା ପ୍ରତି ଅଭିନନ୍ଦନ ଜଣାଇଛନ୍ତି ।

ଏକ ଭିଡିଓ ବାର୍ତ୍ତାରେ ଦଲାଇ ଲାମା ତାଙ୍କ ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି । ସେ ଭିଡିଓ ଯୋଗେ କହିଛନ୍ତି ଯେ ମୋର ଅନେକ ବନ୍ଧୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ତେଣୁ ମୁଁ ଏହି ସୁଯୋଗ ନେଇ ସେହି ଲୋକଙ୍କୁ ପ୍ରତି ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ମୋର ସମର୍ଥକ,ବନ୍ଧୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଅନେକ ମନ୍ତ୍ରୀମାନଙ୍କୁ ମଧ୍ୟ ସାଧୁବାଦ ସେ ଜଣାଇଛନ୍ତି ।

ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମା ଆହୁରି କହିଛନ୍ତି, "ସେମାନେ ମୋର ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ତେଣୁ ମୁଁ ଏହି ବନ୍ଧୁତ୍ବପୂର୍ଣ୍ଣ ଅଭିବ୍ୟକ୍ତିକୁ ବହୁତ ପ୍ରଶଂସା କରୁଛି।" ତେଣୁ ମୁଁ ସେହି ସମସ୍ତ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ଯେଉଁମାନେ ପ୍ରକୃତରେ ମୋ ସହ ଜଡିତ ବୋଲି ଭାବନ୍ତି ।

ପ୍ରଧାନମନ୍ତ୍ରୀ ମୋଦି 86 ତମ ଜନ୍ମଦିନରେ ତିବ୍ଦତୀୟ ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଥିଲେ । ଏବଂ ତାଙ୍କୁ "ଦୀର୍ଘ ଏବଂ ସୁସ୍ଥ ଜୀବନ" କାମନା କରିଥିଲେ । ସେ 6 ଜୁଲାଇ 1935 ରେ ଉତ୍ତର-ପୂର୍ବ ତିବ୍ଦତର ଆମ୍ଡୋରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଯାହାଙ୍କ ନାମ ଥିଲା ଲାମୋ ଧୋଣ୍ଡୁପ ।

1950 ମସିହାରେ, ତିବ୍ଦତ ଉପରେ ଚୀନ୍ ଆକ୍ରମଣ ପରେ ତାଙ୍କୁ ସମ୍ପୂର୍ଣ୍ଣ ରାଜନୈତି ଦାୟିତ୍ବ ଦିଆଯାଇଥିଲା । 1959 ମସିହାରେ, ସେ ନିର୍ବାସନରେ ରହିବାକୁ ବାଧ୍ୟ ହୋଇଥିଲେ । ସେବେଠାରୁ ସେ ଧର୍ମସାଲାରେ ରହୁଥିଲେ ।

@ANI

ABOUT THE AUTHOR

...view details