ଓଡିଶା

odisha

ETV Bharat / bharat

କୋରୋନା ଟିକାର ନେଲେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା - ଦଲାଇ ଲାମାଙ୍କୁ କୋରୋନା ଟିକା

ଦୀର୍ଘ ବର୍ଷେରୁ ଅଧିକ ସମୟ ଧରି ସଙ୍ଗରୋଧରେ ରହିଥିବା ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଦିଆଗଲା କୋରୋନା ଟିକା । ସକାଳ 7ଟା 10 ମିନିଟରେ ଜୋନାଲ ହସ୍ପିଟାଲରେ ଆସି ଟିକା ନେଇଥିଲେ ଦଲାଇ ଲାମା । ଅଧିକ ପଢନ୍ତୁ...

କୋରୋନା ଟିକାର ପ୍ରଥମ ଡୋଜ ନେଲେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା
କୋରୋନା ଟିକାର ପ୍ରଥମ ଡୋଜ ନେଲେ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା

By

Published : Mar 6, 2021, 12:52 PM IST

ଧର୍ମଶାଳା: ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମାଙ୍କୁ ଦିଆଗଲା କୋରୋନା ଟିକା । ଶନିବାର(ଆଜି) କୋରୋନା ଟିକାର ପ୍ରଥମ ଡୋଜ ନେଇଛନ୍ତି ଦଲାଇ ଲାମା । ଟିକା ନେବା ପରେ ସେ ସମସ୍ତଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିଛନ୍ତି । ଦେଶରେ କୋରୋନା ଦେଖାଯିବା ପରେ ସେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିଥିଲେ ।

କୋଭିଡ ସଂକ୍ରମଣ ଭଳି ମହାମାରୀରୁ ଏହି ଟିକା ନେବା ଜରୁରୀ ହୋଇପଡିଛି । ଅନ୍ୟ ରୋଗରେ ପୀଡିତ ବ୍ୟକ୍ତି ମଧ୍ୟ କୋରୋନା ଟିକା ନେଇପାରିବେ । ତେଣୁ ଆଜି ମୁଁ ଏହି କୋରୋନା ଟିକା ନେଇଛି, ସମସ୍ତେ ଏହି ଟିକା ନେବା ଦରକାର ବୋଲି କହିଛନ୍ତି ଆଧ୍ୟାତ୍ମିକ ଗୁରୁ ।

ଦେଶରେ ଗତ ବର୍ଷ ଜାନୁଆରୀ ମାସରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସେହି ସମୟରେ ମହାମାରୀକୁ ନେଇ ବିଶ୍ବବ୍ୟାପୀ ଏକ ଆତଙ୍କ ଖେଳିଥିଲା । ଯାହା ଫଳରେ ଜାନୁଆରୀ ମାସରୁ ସଙ୍ଗରୋଧରେ ରହିଥିଲେ 86 ବର୍ଷୀୟ ଦଲାଇ ଲାଲା । ଆଜି ଟିକା ନେବା ପାଇଁ ଦୀର୍ଘ ବର୍ଷେ ପରେ ବାହାରକୁ ବାହାରିଛନ୍ତି । ସକାଳ 07 ଟା 10 ମିନିଟରେ ଜୋନାଲ ହସ୍ପିଟାଲରେ ଆସି ଟିକା ନେଇଥିଲେ । ଟିକା ନେବାର ଅଧ ଘଣ୍ଟା ପର୍ଯ୍ୟନ୍ତ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନଜରର ରହିଥିଲେ ।

ଦେଶରେ ଦ୍ବିତୀୟ ପର୍ଯ୍ୟାୟ କୋରୋନା ଟୀକାକରଣ ଜାରି ରହିଛି । ଏହି ପର୍ଯ୍ୟାୟରେ 60 ବର୍ଷରୁ ଅଧିକ ଓ 45 ବର୍ଷୀୟ ଗୁରୁତର ରୋଗୀଙ୍କୁ ଟିକା ଦିଆଯାଉଛି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଟିକା ନେଇ ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ରାଷ୍ଟ୍ରପତିଙ୍କ ଠାରୁ ରାଜ୍ୟର ବିଭିନ୍ନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଟିକା ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details