ଓଡିଶା

odisha

ETV Bharat / bharat

ସନ୍ଦିଗ୍ଧ ଚୀନ ମହିଳାଙ୍କ ଗୁପ୍ତଚର ସନ୍ଦେହ ପରେ ବଢିଲା ଦଲାଇଲାମାଙ୍କ ସୁରକ୍ଷା - ଦଲାଇଲାମାଙ୍କୁ ନେଇ ଗୁପ୍ତଚରୀ

ବଢିଲା ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସୁରକ୍ଷା (Dalai Lama security increased)। ଗତ କିଛି ମାସ ହେବ ଚୀନର ସନ୍ଦିଗ୍ଧ ମହିଳା ଗୁପ୍ତଚରୀ କରୁଥିବା ଜଣାପଡିବା ପରେ ପୋଲିସ ଓ ପ୍ରଶାସନ ଆକ୍ସନମୋଡରେ । ଏବେ ବିହାରରେ ଅଛନ୍ତି ଦଲାଇଲାମା । ଅଧିକ ପଢନ୍ତୁ

ବଢିଲା ଦଲାଇଲାମାଙ୍କ ସୁରକ୍ଷା
ବଢିଲା ଦଲାଇଲାମାଙ୍କ ସୁରକ୍ଷା

By

Published : Dec 29, 2022, 9:47 PM IST

ବଢିଲା ଦଲାଇଲାମାଙ୍କ ସୁରକ୍ଷା

ହାଇଦ୍ରାବାଦ:ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଉପରେ ସନ୍ଦିଗ୍ଧ ଚୀନ ମହିଳା ଗୁପ୍ତଚରୀ କରୁଥିବା ତଥ୍ୟ ସାମ୍ନାକୁ ଆସିବା ପରେ ଦଲାଇଲାମାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଯାଇଛି (Dalai Lama security increased) । ଦଲାଇଲାମା ଏବେ ବିହାରରେ ବୋଧଗୟାରେ ରହିଥିବା ବେଳେ ତାଙ୍କୁ 4ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି ।

ବଢିଲା ଦଲାଇଲାମାଙ୍କ ସୁରକ୍ଷା

ସମ୍ପୃକ୍ତ ସନ୍ଦିଗ୍ଧ ଚୀନ ମହିଳା ଦଲାଇଲାମାଙ୍କ ଉପରେ ଗତ କିଛି ମାସ ଧରି ନଜର ରଖିଥିବା ଖବର ସାମ୍ନାକୁ ଆସିବା ପରେ ପୋଲିସ ସମ୍ପୃକ୍ତ ମହିଳାଙ୍କ ସ୍କେଚ୍‌ ଜାରି କରି ତାକୁ ଚିହ୍ନଟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ସେହିପରି ମହିଳାଙ୍କ ପାସପୋର୍ଟ ନମ୍ବର (EH2722976) ଓ ଭିସା (901BAA2J) ନମ୍ବର ମଧ୍ୟ ପୋଲିସର ହସ୍ତଗତ ହୋଇଛି ।

ବିହାର ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ, ସନ୍ଦିଗ୍ଧ ମହିଳା ଗତ 2ବର୍ଷ ଧରି ଭାରତର ବିଭିନ୍ନ ସ୍ଥାନରେ ରହିଆସିଛି । ଗତ କିଛି ମାସ ହେବ ସେ ଦଲାଇଲାମାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଗସ୍ତ ଉପରେ ନଜର ରଖିବା ସହ ସୂଚନା ମଧ୍ୟ ସଂଗ୍ରହ କରିଛି । ତେବେ ପାସପୋର୍ଟ ସମ୍ପର୍କିତ ତଥ୍ୟ ପୋଲିସର ହସ୍ତଗତ ହେବା ପରେ ବିଭିନ୍ନ ହୋଟେଲ ଓ ଲଜ୍‌ରେ ଉକ୍ତ ମହିଳାଙ୍କୁ ଖୋଜିବା ଜାରି ରଖିଛି ପୋଲିସ ।

ତିବ୍ବତରେ ରହୁଥିବା ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ହେଉଛନ୍ତି ଦଲାଇଲାମା । 1959 ମସିହାରେ ଚୀନ ତିବ୍ବତକୁ ଦଖଲ କରିବା ସମୟରେ ଦଲାଇଲାମା ନିଜର ପ୍ରାୟ ହଜାରରୁ ଅଧିକ ଅନୁଗାମୀଙ୍କ ସହ ଭାରତ ଚାଲି ଆସିଥିଲେ । ତତ୍କାଳୀନ ଭାରତ ସରକାର ମଧ୍ୟ ଦଲାଇଲାମାଙ୍କୁ ଅତିଥିର ମାନ୍ୟତା ଦେଇ ସମସ୍ତ ସହଯୋଗ କରିଥିଲେ । ସେବେଠାରୁ ଏହି ପ୍ରସଙ୍ଗରେ ଭାରତ ଚୀନ ମଧ୍ୟରେ ତିକ୍ତତା ରହିଆସିଛି । ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ଦଲାଇଲାମା ନିଜ ଅନୁଗାମୀଙ୍କ ସହ ରହୁଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details