ଓଡିଶା

odisha

ETV Bharat / bharat

ବାୟୁସେନା ହେଲିକପ୍ଟରରେ ଯାତ୍ରା କଲେ ଦଲାଇଲାମା, ଯବାନଙ୍କୁ ଦେଲେ ଆର୍ଶୀବାଦ - ଲଦାଖରେ ଦଲାଇଲାମା

ବାୟୁସେନା ହେଲିକପ୍ଟରରେ ଲଦାଖରରୁ ଫେରିଲେ ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା । ବାୟୁବୀରଙ୍କୁ ଦେଲେ ଆର୍ଶୀବାଦ । ଗତ କିଛି ଦିନ ତଳେ ସେ ହିମାଚଳ ପ୍ରଦେଶରୁ ଲଦାଖ ଅଭିମୁଖେ କରିଥିଲେ ଯାତ୍ରା । ଅଧିକ ପଢନ୍ତୁ

ବାୟୁସେନା ହେଲିକପ୍ଟରେ ଯାତ୍ରା କଲେ ଦଲାଇଲାମା, ଯବାନଙ୍କୁ ଦେଲେ ଆର୍ଶୀବାଦ
ବାୟୁସେନା ହେଲିକପ୍ଟରେ ଯାତ୍ରା କଲେ ଦଲାଇଲାମା, ଯବାନଙ୍କୁ ଦେଲେ ଆର୍ଶୀବାଦ

By

Published : Aug 10, 2022, 10:04 PM IST

ଶ୍ରୀନଗର:ତିବ୍ବତୀୟ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ଲେହ ଏୟାର ଫୋର୍ସ ବେସରୁ ଲିଙ୍ଗସେତ ପର୍ଯ୍ୟନ୍ତ ବାୟୁସେନା ହେଲିକପ୍ଟରରେ ଯାତ୍ରା କରିଛନ୍ତି । ଗତ କିଛି ଦିନ ପୂର୍ବେ ସେ ଲାଦଖ ଯାତ୍ରା କରିଥିଲେ । ଆଜି ସେ ବାୟୁସେନାର ଧ୍ରୁବ ହେଲିକପ୍ଟରରେ ଲିଙ୍ଗସେତ ଗ୍ରାମକୁ ଫେରିଛନ୍ତି । ତାଙ୍କ ସହିତ କିଛି ସହଯୋଗୀ ଓ ବାୟୁସେନାର ଯାବାନମାନେ ମଧ୍ୟ ସାମିଲ ଥିଲେ ।

ଦଲାଇଲାମା ଲିଙ୍ଗସେତ ହେଲିପ୍ୟାଡରେ ଅବତରଣ କରିବା ପରେ ତାଙ୍କୁ ଏୟାର କମରେଡ ପି.କେ ଶ୍ରୀବାସ୍ତବ ସ୍ବାଗତ କରିଥିଲେ । ଅନ୍ୟ କିଛି ବାୟୁସେନାଧିକାରୀ ଓ ଯବାନ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କୁ ଦଲାଇଲାମା ଆର୍ଶୀବାଦ ମଧ୍ୟ କରିଥିଲେ । ତେବେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ଆତିଥ୍ୟତାରେ ଭାରତ ସର୍ବଦା ପ୍ରାଥମିକତା ଦେଇ ଆସିଛି ।

ଦଲାଇଲାମାଙ୍କ ଚଳିତ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ତାଙ୍କୁ ଫୋନ କରି କଥା ହେବା ସହ ଦୀର୍ଘ ଓ ନିରାମୟ ଜୀବନର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ । ଯାହାକୁ ନେଇ ଚୀନ ଇର୍ଷାନ୍ବିତ ହେବା ସହ ଭାରତକୁ ସମାଲୋଚନା କରିଥିଲା । ତିବ୍ବତ ପ୍ରସଙ୍ଗ ଚୀନର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବେଜିଂ କହିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details