ମୁମ୍ବାଇ: ମୁମ୍ବାଇର ଲାଲବାଗ ଅଞ୍ଚଳରେ ଅଘଟଣ । ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଏଥିରେ 16ଜଣ ଆହତ ହୋଇଛନ୍ତି । ସକାଳ 7ଟା 23 ମିନିଟ୍ ସମୟରେ ଘଟିଛି ଏହି ଅଘଟଣ ।
ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ
ମୁମ୍ବାଇର ଲାଲବାଗ ଅଞ୍ଚଳରେ ଫାଟିଲା ଗ୍ୟାସ ସିଲିଣ୍ଡର । ଫଳରେ ଏଥିରେ 16ଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ମୁମ୍ବାଇରେ ଫାଟିଲା ଗ୍ୟାସ ସିଲିଣ୍ଡର, 16 ଆହତ
ଆହତ ମାନଙ୍କ ମଧ୍ୟରୁ 12 ଜଣଙ୍କୁ କେଇଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟ 4 ଜଣ ଆହତଙ୍କୁ ଗ୍ଲୋବାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଘଟଣାସ୍ଥଳରେ 2ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କେଉଁ କାରଣରୁ ଗ୍ୟାସ ସିଲିଣ୍ଡର ବ୍ଲାଷ୍ଟ ହେଲା ତାହା ଜଣାପଡି ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ