ନୂଆଦିଲ୍ଲୀ: ଓଡିଶା ଓ ପଶ୍ଚିମବଙ୍ଗରେ ବାତ୍ୟା ୟସ ତାର ତାଣ୍ଡବ ରଚିଛି । ବାତ୍ୟା ପାଇଁ ମୁମ୍ବାଇ ବିମାନବନ୍ଦରରୁ ଭୁବନେଶ୍ବର ଓ କୋଲକାତାକୁ ଆଜି(ବୁଧବାର) ଛଅଟି ବିମାନ ବାତିଲ ହୋଇଛି ।
କେବଳ ଭୁବନେଶ୍ବର ଓ କୋଲକାତାକୁ ଛାଡି ଅନ୍ୟ ସମସ୍ତ ରାଜ୍ୟକୁ ତାଲିକା ଅନୁଯାୟୀ ବିମାନ ଚଳାଚଳ ସ୍ବାଭାବିକ ରହିବ ବୋଲି ବିମାନବନ୍ଦର ମୁଖପାତ୍ର କହିଛନ୍ତି । ସକାଳ 9ଟାରୁ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସମୟ 1ଟା ସୁଦ୍ଧା ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି ।