ପାଣାଜୀ: ଗୋଆ ଦେଇ ଅତିକ୍ରମ କରି ସାରିଛି ବାତ୍ୟା ତାଉ' ତେ ଆଉ ଛାଡି ଯାଇଛି ଧ୍ବଂସର ଚିତ୍ର । ଗତ 24 ଘଣ୍ଟା ହେବ ଅନ୍ଧକାରରେ ଗୋଆ । ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବ୍ୟାହତ ହୋଇଛି । ଅଗ୍ନିଶମବାହିନୀ ଓ ଏନଡିଆରଏଫ୍ ଟିମ୍ ଗଛ କଟା କାମରେ ଲାଗିଛନ୍ତି । ବିଭିନ୍ନ ସ୍ଥାନରେ ରିଲିଫ୍ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ବର୍ଷା ମଧ୍ୟ ଅନେକ ସ୍ଥାନରେ ଜାରି ରହିଛି ।
ଶନିବାର ରାତିର ଅଗ୍ନିଶମ ବାହିନୀକୁ ଲୋକଙ୍କ ଫୋନ୍ ବନ୍ଦ ହେଉନାହିଁ । ରାସ୍ତା ସଫା କରିବା ପାଇଁ ଅଗ୍ନିଶମ ବାହିନୀ ଲାଗିପଡିଛନ୍ତି । ଏହାସହ ବିଦ୍ୟୁତ ସେବା ପାଇଁ ମଧ୍ୟ ଅନେକ ଫୋନ୍ ଆସିଛି । ତେବେ ଗଛ ଭାଙ୍ଗିପଡି ଥିବାରୁ ରାସ୍ତାରେ ବୈଦୁତିକ ତାର ଛିଡି ପଡିଛି ।