ନୂଆଦିଲ୍ଲୀ:ଆସନ୍ତା 24 ଘଣ୍ଟା ମଧ୍ୟରେ ବାତ୍ୟା ତାଉ'ତେ ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଗତ ଶନିବାର ସୂଚନା ଦେଇଛି । ଏହି ବାତ୍ୟା ଉତ୍ତର ପଶ୍ଚିମ ଦିଗ ଦେଇ ମେ 18 ତାରିଖରେ ଗୁଜୁରାଟ ଉପକୂଳ ଛୁଇଁବ ବୋଲି ଜଣାପଡିଛି ।
ଆରବୀୟ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ସୋମବାର ସୁଦ୍ଧା ମହାବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହା ଗତ 6 ଘଣ୍ଟା ଧରି ଘଣ୍ଟାକୁ 12 କିଲୋମିଟର ବେଗରେ ଉତ୍ତର ପଶ୍ଚିମ ଗତି କରୁଛି । ବାତ୍ୟା ରବିବାର ସକାଳ ସାଢେ 5ଟା ସୁଦ୍ଧା ମୁମ୍ବାଇର ଦକ୍ଷିଣରୁ 590 କିଲୋମିଟର ଦୂରରେ ରହିଥିବା ବେଳେ ଗୁଜୁରାଟର ଭେରାଭଲରୁ 820 କିଲୋମିଟର, ପାକିସ୍ତାନର କରାଚିରୁ 940 କିଲୋମିଟର ଦୂରରେ ରହିଛି ବୋଲି ସୂଚନା ମିଳିଛି ।