ଓଡିଶା

odisha

ETV Bharat / bharat

ମାଡି ଆସୁଛି ସାମୁଦ୍ରିକ ଝଡ ତାଉ'ତେ, ମଙ୍ଗଳବାର ଛୁଇଁବ ଗୁଜୁରାଟ - ଆଇଏମଡି

ଅତି ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ ତାଉତେ । ମଙ୍ଗଳବାର ଦିନ ଏହା ଗୁଜୁରାଟ ଉପକୂଳ ଛୁଇଁବ । ଅଧିକ ପଢନ୍ତୁ...

cyclone tauktae
cyclone tauktae

By

Published : May 16, 2021, 8:31 AM IST

ଗାନ୍ଧୀନଗର: ସାମୁଦ୍ରିକ ଝଡ ତାଉତେ ଅତି ଭୟଙ୍କର ରୂପ ନେଉଛି । ଆସନ୍ତା ମଙ୍ଗଳବାର ଦିନ ଏହା ଗୁଜୁରାଟ ଉପକୂଳ ଅତିକ୍ରମ କରିବ । ରବିବାର ଭାରତୀୟ ପାଣିପାଗ ବିଭାଗ ଏନେଇ ସୂଚନା ଦେଇଛି ।

ମାଡି ଆସୁଛି ସାମୁଦ୍ରିକ ଝଡ ତାଉତ, ମଙ୍ଗଳବାର ଗୁଜୁରାଟ ଉପକୂଳ ଛୁଇଁବ

15 ତାରିଖ ଅର୍ଥାତ୍ ଶନିବାର ବାତ୍ୟା ତାଉ'ତେ ୦୨୩୦ ISTରେ କେନ୍ଦ୍ରୀଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଞ୍ଜୀମ-ଗୋଆଠାରୁ ପ୍ରାୟ 170 କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ, ମୁମ୍ବାଇଠାରୁ 520 କିଲୋମିଟର ଦକ୍ଷିଣରେ ଆରବ ସାଗରରେ ଗତି କରୁଛି । ଏହା ୧୮ ତାରିଖ ସକାଳେ ପୋରବନ୍ଦର ଓ ମହୁଭା ମଧ୍ୟ ଦେଇ ଗୁଜରାଟ ଉପକୂଳ ଛୁଇଁବ । ଏନେଇ ଆଇଏମଡି ଟ୍ବିଟ୍ ଯୋଗେ ସୂଚନା ଦେଇଛି । ଏଥିସହ ମତ୍ସ୍ୟଜୀବୀଙ୍କ ପାଇଁ ଆଇଏମଡି ଚେତାବନୀ ଜାରି କରିଛି । ପୂର୍ବ ସେଣ୍ଟ୍ରାଲ, ଦକ୍ଷିଣ ପୂର୍ବ ଆରବ ସାଗର ଏବଂ କେରଳ, କର୍ଣ୍ଣାଟକ, ଗୋଆ ମହାରାଷ୍ଟ୍ର ଉପକୂଳରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ଚେତାବନୀ ଦିଆଯାଇଛି ।

ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି । ଯେଉଁଥିରେ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସିଗୁଗୁଡିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ସେହିପରି ଭାରତୀୟ ନୌସେନା ପରିସ୍ଥିତିର ମୁକାବିଲା ପାଇଁ 16ଟି ଏୟାରକ୍ରାଫ୍ଟ ଏବଂ 18ଟି ହେଲିକପ୍ଟର ପ୍ରସ୍ତୁତ ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details