ଥିରୁଅନନ୍ତପୁରମ୍: ଆରବ ସାଗର ଓ ଲାକ୍ଷାଦ୍ୱୀପର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇପାରେ । ଆଜି ବାତ୍ୟା ଡିପ୍ ଡିପ୍ରେସନର ରୂପ ନେଇ ପାରେ ବୋଲି ମଧ୍ୟ ସେନା ପକ୍ଷରୁ କୁହାଯାଇଛି । ତେଣୁ ଭାରତୀୟ ଜଳ ସେନା ପକ୍ଷରୁ କେରଳକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।
ସେନାର ହେଲିକପ୍ଟର, ଏୟାରକ୍ରାଫ୍ଟ, ସିପ୍, ବିପର୍ଯ୍ୟୟ ପରିଚାଳନ ଚିମ୍ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଆଗାମୀ 24 ଘଣ୍ଟାରେ ବାତ୍ୟା ତୀବ୍ର ହେବାର ଆଶଙ୍କା ରହିଛି । ଏହାପରେ ଧିରେ ଧିରେ ବାତ୍ୟା ତଉକତେ ଉତ୍ତର- ଉତ୍ତରପଶ୍ଚିମ ଆଡକୁ ଅଗ୍ରସର ହେବା ସହ 18 ମେ ସକାଳ ସୁଦ୍ଧା ଗୁଜୁରାଟରେ ପହଞ୍ଚିବ ।