ଗୌହାଟୀ: ତାଣ୍ଡବ ରଚିଛି ସିତ୍ରାଙ୍ଗ । ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ ସିତ୍ରାଙ୍ଗ ଆସାମରେ କୋପ ଦେଖାଇଛି । ସିତ୍ରାଙ୍ଗ ପ୍ରଭାବରେ ଆସାମରେ 1000ରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । 83 ଗାଁର 1146 ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।
ଗତକାଲି (ମଙ୍ଗଳବାର) ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା ସିତ୍ରାଙ୍ଗ । ବାତ୍ୟାର ପ୍ରଭାବ କୋଲକାତା, ଆସାମ ମିଜୋରାମରେ ମଧ୍ୟ ଦେଖିବାକୁ ମିଳିଛି । କୋଲକାତା କମ ପ୍ରଭାବ ଦେଖାଇଥିବା ବେଳେ ଆସାମରେ ପ୍ରଭାବ ଅଧିକ ରହିଛି । ସିତ୍ରାଙ୍ଗ ପ୍ରଭାବରେ ଆସାମରେ 1000ରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି । 83 ଗାଁର 1146 ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରବଳ ପବନ ଓ ବର୍ଷା ପାଇଁ ବହୁତ ସଂଖ୍ୟାରେ ଘର, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡ଼ିଥିବାରୁ ଲୋକେ ହନ୍ତସନ୍ତ ହୋଇଛନ୍ତି । ମେଘାଳୟ, ମିଜୋରାମ ଓ ତ୍ରିପୁରାରେ ମଧ୍ୟ ବର୍ଷା ପବନରେ ଘରଦ୍ୱାର ଭାଙ୍ଗିଥିବା ସୂଚନା ମିଳିଛି ।