ଓଡିଶା

odisha

ETV Bharat / bharat

Cyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ଆନ୍ଧ୍ରରେ ବର୍ଷା ଆରମ୍ଭ - ତାମିଲନାଡୁରେ ରେଡ ଆର୍ଲଟ ଜାରି

ଭୀଷଣ ବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ଼ ମାଣ୍ଡୋସ୍‌ । ଆଜି ମଧ୍ୟରାତ୍ରୀରେ ତାମିଲନାଡୁର ମହାବଳିପୁରମରେ ଲ୍ୟାଣ୍ଡଫଲ୍ କରିବା ନେଇ ଆକଳନ କରିଲା ପାଣିପାଗ ବିଭାଗ । ଏହି ପ୍ରଭାବରେ ଜାଣନ୍ତୁ ଓଡ଼ିଶା ଉପରେ କିପରି ରହିବ ପ୍ରଭାବ । ଅଧିକ ପଢନ୍ତୁ

Cyclone MandousCyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
Cyclone ManCyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନାdous

By

Published : Dec 9, 2022, 8:56 AM IST

Updated : Dec 9, 2022, 3:55 PM IST

ଭୁବନେଶ୍ବର:ଦକ୍ଷିଣ ଭାରତରେ ଭୟଙ୍କର ରୂପରେ ମାଡିଆସୁଛି ବାତ୍ୟା ମାଣ୍ଡୋସ୍ । ବଙ୍ଗୋପସାଗରରେ ସକ୍ରିୟ ରହିଥିବା ବାତ୍ୟା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।ବର୍ତ୍ତମାନ ଚେନ୍ନାଇ ଠାରୁ ୧୮୦ କିଲୋମିଟର ଦୂରରେ ବାତ୍ୟା କେନ୍ଦ୍ରୀଭୂତ ରହିଛି । ବାତ୍ୟା ଅଧିକ ଘନୀଭୂତ ହେବା ପରେ ଏହା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ର ଦେଇ ଗତିକରିବ । ତାମିଲନାଡୁର ମହାବଳିପୁରମରେ ବାତ୍ୟା ମାଣ୍ଡୋସ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି (Cyclone Mandous set to Hit Tamilnadu Tonight) । ଏହା ଆଜି ମଧ୍ୟରାତ୍ରରେ ଭୀଷଣ ବାତ୍ୟାର ରୂପ ନେଇ ପୁଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି। ଏନେଇ ଆଜି ଭାରତୀୟ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି(IMD)।

Cyclone Mandous: ଆଜି ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ୍, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା

ଓଡ଼ିଶା ଉପରେ କଣ ରହିବ ପ୍ରଭାବ ?

ଓଡ଼ିଶାରେ ବାତ୍ୟାର ସିଧା ସଳଖ ପ୍ରବାହ ନଥିବା ବେଳେ ବାତ୍ୟାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ କୋରାପୁଟରେ ମେଘୁଆ ଆକାଶ ସହ କୋହଲା ପାଗ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ବର୍ଷା ସହ ମେଘୁଆ ପାଗ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପିଗ ବିଭାଗ । ଏହାସହ ଉତ୍ତର ପବନ ପ୍ରବାହରେ ରାଜ୍ୟରେ ଶୀତ ବଢିଛି । ଫୁଲବାଣୀରେ ସର୍ବନିମ୍ନ ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିବାହ ଖୁସିରେ ଗ୍ରହଣ ଲଗାଇଲା ଗ୍ୟାସ: ସିଲିଣ୍ଡର ଫାଟି ୪ ମୃତ, ୫୬ ଆହତ

ଥୁଥୁକୁଡ଼ିରେ ହାଇ ଆଲର୍ଟ ଜାରି

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏହା ଭୀଷଣ ରୂପ ନେଇପାରେ । ତେବେ ଏହା ଗତି କରିବାବେଳେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିଲୋମିଟର ବହିବାର ସମ୍ଭାବନା ରହିଛି । ଏହା ବେଳେବେଳେ ୮୫ କିଲୋମିଟର ମଧ୍ୟ ହେବ । ଲ୍ୟାଣ୍ଡଫଲକୁ ଦୃଷ୍ଟିରେ ରଖି ତାମିଲନାଡୁର ୩ ଜିଲ୍ଲାରେ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ଥୁଥୁକୁଡିରେ ହାଇ ଆଲର୍ଟ ଜାରି କରାଯାଇଛି । ସେପଟେ ବର୍ତ୍ତମାନ ଏହା ପଶ୍ଚିମ ଓ ଉତ୍ତର ପଶ୍ଚମ ଦିଗରେ ଗତିକରି ପୁ଼ଡୁଚେରୀ-ଶ୍ରୀହରିକୋଟା ମୁହାଁ ହେଉଛି । ବର୍ତ୍ତମାନ ବାତ୍ୟା ମାଣ୍ଡସ କରାଇକାଲର ୨୪୦ କିଲୋମିଟର ପୂର୍ବଦକ୍ଷିଣ ପୂର୍ବରେ ରହିଛି । ଏହା ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଲାଗି ଗତି କରିବ । ବାତ୍ୟା ମାଣ୍ଡୋସ୍‌ ଉପକୂଳ ମୁହାଁ ହେଉଥିବାରୁ ତାମିଲନାଡୁରେ ସତର୍କତା ଜାରି କରାଯାଇଛି । ଚେଙ୍ଗଲପାଟୁ, ଭିଲୁପୁରମ, କାଞ୍ଚିପୁରମ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାସହ ପୁଡୁଚେରୀ ପାଇଁ ମଧ୍ୟ ପ୍ରବଳ ବର୍ଷା ସମ୍ଭାବନା ଦୃଷ୍ଟିରୁ ଆଲର୍ଟ ଜାରି ହୋଇଛି ।

ବର୍ଷା ନେଇ ପୂର୍ବାନୁମାନ

ଆକଳନ ଅନୁସାରେ ଆଜି ତାମିଲନାଡୁ, ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ତାମିଲନାଡୁ ଏବଂ ପୁଡୁଚେରୀର କାଞ୍ଚିପୁରମ୍, ଚେଙ୍ଗାଲପାଟ୍ଟୁ ଏବଂ ଭିଲୁପୁରମ୍ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ନେଇ ଆକଳନ କରାଯାଉଛି ।ଅନ୍ୟପଟେ ତାମିଲନାଡୁର ତିରୁଭାଲୁର, ଚେନ୍ନାଇ, ରାନିପେଟ, ଭେଲୋର, ତିରୁପାଟୁର, ତିରୁବନନାମାଲାଇ, କାଲାକୁରିଚି ଏବଂ କୁଡାଲୋର ଜିଲ୍ଲା ଉପରେ ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅନ୍ୟପଟେ ତାମିଲନାଡୁର ୧୩ଟି ଜିଲ୍ଲାକୁ ରେଡ ଆଲର୍ଟ କରାଯାଇଛି ।

ମାଣ୍ଡୋସ୍‌ର ମୁକାବିଲା ପାଇଁ ପ୍ରସ୍ତୁତି

ତାମିଲନାଡୁ ସରକାରଙ୍କ କହିବା ଅନୁସାରେ, "ବାତ୍ୟାର ମୁକାବିଲା ପାଇଁ ୧୨ଟି ଟିମରେ ୪୦୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଆଜି ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରାଯାଇଛି । ଚେନ୍ନାଇ କର୍ପୋରେସନ ସତର୍କତାମୂଳକ ପଦକ୍ଷେପ ଜାରି କରିଛି । ଚେନ୍ନାଇ ନିଗମ ଲୋକମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରିଥିବା ବେଳେ ଖୋଲା ସ୍ଥାନରେ କାର ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି ।

Last Updated : Dec 9, 2022, 3:55 PM IST

ABOUT THE AUTHOR

...view details