ନୂଆଦିଲ୍ଲୀ:ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୱାଦ (Cyclone Jawad) । ଶୁକ୍ରବାର ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।
ଆସନ୍ତାକାଲି ଅର୍ଥାତ ଶନିବାର ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ ସାମୁଦ୍ରିକ ବାତ୍ୟା ଜୱାଦ। ଏହା ପରେ ବାତ୍ୟା ଓଡିଶା ମୁହାଁ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢିବ।
ସାମୁଦ୍ରିକ ବାତ୍ୟା ଜୱାଦକୁ ନେଇ ଭାରତୀୟ ପାଣିପାଗ ବିଭାଗ IMD DG ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଜୱାଦ ଆସନ୍ତାକାଲି ଅର୍ଥାତ ଶନିବାର ସନ୍ଧ୍ୟାରେ ବିଶାଖାପାଟଣା ଉପକୂଳରେ ପହଞ୍ଚିବ । ଉତ୍ତର ଆନ୍ଧ୍ରପ୍ରଦେଶ ବାତ୍ୟା ପହଞ୍ଚିବା ପରେ ଏହା ଦକ୍ଷିଣ ଓଡିଶା ମୁହାଁ ହେବ । ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢିବ । ବାତ୍ୟା ସ୍ଥଳଭାଗରେ ବାତ୍ୟାର ବେଗ କ୍ରମଶଃ ବୃଦ୍ଧି ପାଇବ ୫୦ ରୁ ୫୫ ପବନର ବେଗ ବଢି ୧୦୦ ପର୍ଯ୍ୟନ୍ତ ପବନ ରହିବ । ବାତ୍ୟା ସ୍ଥଳଭାଗ ଅତକ୍ରମବେଳେ ପ୍ରବଳ ବର୍ଷା ହେବା ସହ ବିଦ୍ୟୁତ ସେବା ଓ ଟେଲିଫୋନ ସେବା ବାଧାପ୍ରାପ୍ତ ହେବ।