ନୂଆଦିଲ୍ଲୀ : ବାଂଲାଦେଶରେ ମାଡ ହେଲା ବାତ୍ୟା ହାମୁନ । ବାଂଲାଦେଶ ଉପୂକଳ ଅତିକ୍ରମ କରିଛି ହାମୁନ । ଦକ୍ଷିଣ ଚିଟ୍ଟାଗଙ୍ଗରେ ମାଡ ହୋଇଛି ବାତ୍ୟା । ଦୁର୍ବଳ ହୋଇ ବାତ୍ୟା ରୂପରେ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । 6 ଘଣ୍ଟାରେ ଗଭୀର ଅବପାତ ଓ ପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ବାଂଲାଦେଶ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ 80 ରୁ 90କିମି ଥିଲା । ସର୍ବାଧିକ ପବନର ବେଗ 95 କିମି ରହିଥିଲା ।
ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ହାମୁନ ଗଭୀର ଅବପାତ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଥିଲା । ଧୀରେଧୀରେ ଘନୀଭୂତ ହେଉଥିଲା ବାତ୍ୟା ହାମୁନ । ଅତି ଭୀଷଣ ବାତ୍ୟାର ରୂପ ନେଇ ବାଂଲାଦେଶ ଉପକୂଳରେ ଖେପୁପଡ଼ା ଓ ଚିଟାଗଙ୍ଗ୍ ମଧ୍ୟରେ ସ୍ଥଳଭାଗ ଛୁଇଁବା ନେଇ ପୂର୍ବାନୁମାନ କରାଯାଥିଲା । ତାହା ହିଁ ହୋଇଛି ଚିଟାଗଙ୍ଗରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଏହା ପରେ ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ ହାମୁନ । ଆଜି ସକାଳୁ ସାକାଳୁ ଲ୍ୟାଣ୍ଡଫଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହା ପ୍ରଭାବରେ ମଣିପୁର, ମିଜୋରାମ, ତ୍ରିପୁରା, ଦକ୍ଷିଣ ଆସାମ ଓ ମେଘାଳୟରେ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସର୍ତକ କରାଯାଇଛି । ଆଜି ଓ ଆସନ୍ତାକାଲି ନାଗାଲାଣ୍ଡ, ମଣିପୁର ଓ ପୂର୍ବ ଅରୁଣାଚଳ ପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।