ଓଡିଶା

odisha

ETV Bharat / bharat

ମାଡି ଆସୁଛି ବାତ୍ୟା ‘ବୁରେଭି’, ସଜାଗ ପ୍ରଶାସନ

ଶ୍ରୀଲଙ୍କା ଉପକୂଳ ଅତିକ୍ରମ କରିବା ପରେ ବାତ୍ୟା ‘ବୁରେଭି’ ତାମିଲନାଡୁ ଆଡକୁ ମାଡି ଆସୁଛି । ଯାହାକୁ ନେଇ ପ୍ରଶାସନ ସଜାଗ ରହିଛି । ଅଧିକ ପଢନ୍ତୁ...

ବାତ୍ୟା ବୁରେଭୀ
ବାତ୍ୟା ‘ବୁରେଭୀ’

By

Published : Dec 3, 2020, 11:46 AM IST

Updated : Dec 15, 2022, 10:51 AM IST

ଚେନ୍ନାଇ: ବାତ୍ୟା ‘ବୁରେଭୀ’ ଗତକାଲି(ବୁଧବାର) ରାତି 10.30ରୁ 11.30 ମଧ୍ୟରେ ଶ୍ରୀଲଙ୍କାର ତ୍ରିନକୋମ୍ବାଲି ଉପକୂଳ ପାର କରିଛି । ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ 80ରୁ 90 କିମି ଥିବାବେଳେ କିଛି କିଛି ସ୍ଥାନରେ 100 କିମି ଥିବାର ରେକର୍ଡ କରାଯାଇଛି ।

ସେପଟେ ଘଣ୍ଟାପ୍ରତି 12 ଘଣ୍ଟା ଗତିରେ ‘ବୁରେଭି’ ଗତ 6 ଘଣ୍ଟା ହେଲା ଗତି କରି ମାନ୍ନର ଆଡକୁ ମୁହାଁଇଛି । ସକାଳ 5.30 ସୁଦ୍ଧା ବାତ୍ୟା ମାନ୍ନରରୁ ପୂର୍ବରେ 40 କିମି, ପୁମ୍ବାନରୁ ପୂର୍ବ-ଦକ୍ଷିଣ ପୂର୍ବରେ 120 କିମି ଓ କନ୍ୟାକୁମାରୀରୁ ଉତ୍ତରପୂର୍ବରେ 320 କିମି ଦୂରରେ ରହିଛି ।

ଏହା ଆଜି ରାତି କିମ୍ବା ଆସନ୍ତାକାଲି(ଡିସେମ୍ବର 4) ପୂର୍ବାହ୍ନରେ ତାମିଲନାଡୁର ପାମ୍ବନ ଓ କନ୍ୟାକୁମାରୀ ଦେଇ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି । ଏହି ସମୟରେ 70ରୁ 80 କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି ।

ସେପଟେ ବାତ୍ୟା ‘ବୁରେଭି’କୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ସେହିପରି ଉପକୂଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେରଳ ଓ ତାମିଲନାଡୁରେ ଏନଡିଆରଏଫ ଟିମ୍‌ ନିୟୋଜିତ କରାଯାଇଛି ।

ତାମିଲନାଡୁରେ ମୋଟ 14ଟି ଏନଡିଆରଏଫ ଟିମ୍‌କୁ ମୁତୟନ କରାଯାଇଥିବା ସୂଚନା ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନଙ୍କୁ ନିୟୋଜିତ କରାଯାଇଛି । ସେପେଟେ କେରଳରେ 4ଟି ଜିଲ୍ଲାକୁ ରେଡ ଆଲର୍ଟରେ ରଖାଯାଇଛି ।ଥିରୁବନନ୍ତପୁରମ୍‌, କୋଲାମ, ପାଥାନାମମିଟ୍ଟା, ଆଲପୁଝା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେର୍ଡ ଆଲର୍ଟ ଜାରି କରାଯାଇଛି । ସେହିପରି ରାଜ୍ୟରେ 8ଟି ଏନଡିଆରଏଫ ଟିମ୍‌ ସଜାଗ ରହିଛନ୍ତି ।

ସୂଚନାଥାଉକି, ନଭେମ୍ବର ଶେଷ ସପ୍ତାହରେ ବାତ୍ୟା ‘ନିଭାର’ ତାମିଲନାଡୁ ଓ ପଣ୍ଡିଚେରୀର ମଝିରେ ସ୍ଥଳଭାଗ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

Last Updated : Dec 15, 2022, 10:51 AM IST

ABOUT THE AUTHOR

...view details