ଓଡିଶା

odisha

ETV Bharat / bharat

ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅସାନି, କାଲି ପୂର୍ବାହ୍ନରେ କାକିନାଡାରେ ଲ୍ୟାଣ୍ଡଫଲ ! - ଆନ୍ଧ୍ର ଉପକୂଳରେ ବାତ୍ୟା ଆଶଙ୍କା

ସାମୁଦ୍ରିକ ବାତ୍ୟା ଅସାନିର ଗତିପଥରେ ବଡ ପରିବର୍ତ୍ତନ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ । ମୁକାବିଲା ପାଇଁ ପ୍ରସ୍ତୁତ ଆନ୍ଧ୍ରପ୍ରଦେଶ ଓ ଓଡିଶା ସରକାର । ଆନ୍ଧ୍ର ଉପକୂଳରେ ଜାରି ହେଲା ରେଡ ଆଲର୍ଟ । ଅଧିକ ପଢନ୍ତୁ

ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅସାନି, କାଲି ପୂର୍ବାହ୍ନରେ କାକିନାଡରେ ଲ୍ୟାଣ୍ଡଫଲ !
ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅସାନି, କାଲି ପୂର୍ବାହ୍ନରେ କାକିନାଡରେ ଲ୍ୟାଣ୍ଡଫଲ !

By

Published : May 10, 2022, 10:04 PM IST

ଅମରାବତୀ:ସାମୁଦ୍ରିକ ବାତ୍ୟା ଅସାନି (ASANI)ର ଗତିପଥରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ବାତ୍ୟା ଆସନ୍ତାକାଲି (11 ତାରିଖ, ବୁଧବାର) ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା କିମ୍ବା ସ୍ଥଳ ଭାଗର ଅତି ନିକଟବର୍ତ୍ତୀ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ତାର ସଦ୍ୟତମ ପୂର୍ବାନୁମାନରେ ଦର୍ଶାଇଛି । ଆନ୍ଧ୍ର ପ୍ରଦେଶର କାକିନାଡା ଉପକୂଳରେ ଏହି ବାତ୍ୟା ଆସନ୍ତାକାଲି ଲ୍ୟାଣ୍ଡଫଲ କରିପାରେ । ଏହାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ଆସନ୍ତାକାଲି 11(ତାରିଖ) ପୂର୍ବାହ୍ନରେ କାକିନାଡା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟାର ସର୍ବାଧିକ ପ୍ରଭାବ ଅନୁଭୂତ ହେବା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି ।

ସଦ୍ୟତମ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଅସାନି ବର୍ତ୍ତମାନ କାକିନାଡା ଉପକୂଳରୁ ପ୍ରାୟ 210 କିଲୋମିଟର ଦକ୍ଷିଣ,ଦକ୍ଷିଣ-ପୂର୍ବରେ ଥିବାବେଳେ, ବିଶାଖାପାଟନମ ଉପକୂଳରୁ ପ୍ରାୟ 310 କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି (11 ତାରିଖ) ସକାଳ ସୁଦ୍ଧା ଏହା କାକିନାଡା ଏବଂ ବିଶାଖାପାଟନମ୍ ଉପକୂଳ ନିକଟବର୍ତ୍ତୀ ହେବ । ତେବେ ସିଧାସଳଖ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ଏହା ସ୍ଥଳଭାଗର ନିକଟବର୍ତ୍ତୀ ହୋଇ ପୁଣି ରିକର୍ଭ ହୋଇପାରେ ବୋଲି ମଧ୍ୟ କିଛି ପାଣିପାଗ ମଡେଲରୁ ସଙ୍କେତ ମିଳୁଛି ।

ବାତ୍ୟାର ଗତିକୁ ଦେଖି ଆନ୍ଧ୍ର ପ୍ରଦେଶ ସରକାର ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉପକୂଳବର୍ତ୍ତୀ ତଳିଆ ତଥା ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ବିଶାଖାପାଟନମରେ ଥିବା ଭାରତୀୟ ନୌସେନାର ପୂର୍ବ କମାଣ୍ଡକୁ ହାଇଆଲର୍ଟରେ ରଖାଯାଇଛି । ବାତ୍ୟା ପରେ ଉଦ୍ଧାର ଓ ରିଲିଫ ପାଇଁ ମଧ୍ୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଓ ରାଜ୍ୟ ଅଗ୍ନିଶମ ବାହିନୀ ସମେତ ଅନ୍ୟ ଜରୁରୀକାଳୀନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ କରାଯାଇଛି ।

ସମ୍ପୂର୍ଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ରେଡ ଆଲର୍ଟ ଜାରି ରହିଛି । ବନ୍ଦର ଓ ମାଛଧରା ହର୍ବରଗୁଡିକରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ବାତ୍ୟାର କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ ସମସ୍ତ ପ୍ରସ୍ତୁତିରେ ଲାଗିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ସେହିପରି ଆନ୍ଧ୍ର ଉପକୂଳ ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ମଧ୍ୟ ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛି । ଓଡିଶା ସରକାର ମଧ୍ୟ ବାତ୍ୟା ପ୍ରସ୍ତୁତି ସ୍ବରୁପ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ଉଦ୍ଧାରକାରୀ ଟିମ ମୁତୟନ କରି ସାରିଛନ୍ତି ।

ABOUT THE AUTHOR

...view details