ନୂଆଦିଲ୍ଲୀ:ବଙ୍ଗୋପସାଗରେ ସୃଷ୍ଟ ବାତ୍ୟା ଆସାନୀ ପ୍ରଭାବର ଆଣ୍ଡାମାନ ଦ୍ବୀପପୂଞ୍ଜ ଅଞ୍ଚଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ପବନ ହେବା ନେଇ ପୂର୍ବାନୂମାନ କରିଛି ଭରତୀୟ ପାଣିପାଗ ବିଭାଗ (IMD) । ଆଣ୍ଡାମାନ ନିକୋବର ଦ୍ବୀପପୂଞ୍ଜ ଅଞ୍ଚଳରେ ଏହାର ସର୍ବାଧିକ ପ୍ରଭାବ ଅନୁଭୂତ ହେବାକୁ ଥିବାବେଳେ ସେଠାରେ ସମସ୍ତ ପ୍ରକାର ସତର୍କ ସୂଚନା ଜାରି କରାଯାଇଥିବା ନେଇ ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି ।
ବାତ୍ୟାର ଗତିପଥ ଓ ପ୍ରଭାବ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ଜେନାମଣି କହିଛନ୍ତି, ଏହି ବାତ୍ୟାର ପ୍ରଭାବ ଆଣ୍ଡାମାନ ଅଞ୍ଚଳରେ ସର୍ବାଧିକ ଅନୁଭୂତ ହେବ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବର୍ଷା ଓ ପବନର ମାତ୍ରା ବୃଦ୍ଧି ପାଇବ । ସେହିପରି କ୍ରମଶଃ ଏହି ବାତ୍ୟା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ବାଂଲାଦେଶ ଓ ମିଆଁମାର ଉପକୂଳ ମୁହାଁ ହେବ । ଆଣ୍ଡାମାନ ଦ୍ବୀପପୂଞ୍ଜ ଅଞ୍ଚଳ ଅତିକ୍ରମ କରିବା ପାଇଁ ବାତ୍ୟା ପ୍ରାୟ ୪୫ ଘଣ୍ଟା ସମୟ ନେବା ନେଇ ଅନୁମାନ କରାଯାଉଛି ।