ଓଡିଶା

odisha

ETV Bharat / bharat

Cyber Terrorism Case: ସଫ୍ଟଓୟାର ଇଞ୍ଜିନିୟର ଦୋଷୀକୁ ଆଜୀବନ କାରାଦଣ୍ଡ - ସାଇବର ଆତଙ୍କବାଦ ମାମଲା

ସାଇବର ଆତଙ୍କବାଦ ମାମଲାରେ ଗିରଫ ହୋଇଥିବା ସଫ୍ଟଓୟାର ଇଞ୍ଜିନିୟର ଦୋଷୀ ସାବ୍ୟସ୍ତ । ଆଜୀବନ କାରାଦଣ୍ଡ ଶୁଣାଇଲେ ମୁମ୍ବାଇ ସେସନ କୋର୍ଟ (Cyber Terrorism Case in mumbai)। 2014 ରେ ଗିରଫ କରିଥିଲା ଏଟିଏସ । ଅଧିକ ପଢନ୍ତୁ

Cyber Terrorism Case: ସଫ୍ଟଓ୍ବେୟାର ଇଞ୍ଜିନିୟର ଦୋଷୀକୁ ଆଜୀବନ କାରାଦଣ୍ଡ
Cyber Terrorism Case: ସଫ୍ଟଓ୍ବେୟାର ଇଞ୍ଜିନିୟର ଦୋଷୀକୁ ଆଜୀବନ କାରାଦଣ୍ଡ

By

Published : Oct 22, 2022, 10:23 PM IST

ମୁମ୍ୱାଇ:ସାଇବର ଆତଙ୍କବାଦ ମାମଲାରେ ଗିରଫ ହୋଇଥିବା 28 ବର୍ଷୀୟ ସଫ୍ଟଓୟାର ଇଞ୍ଜିନିୟର ଆନିସ ଶକିଲ ଅନସାରୀକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ମୁମ୍ବାଇ ସେସନ କୋର୍ଟର ଅତିରିକ୍ତ ସେସନ ଜଜ (Cyber Terrorism Case Accused sentenced to life imprisonment) ।

ଏହା ସହ ଦୋଷୀଙ୍କୁ 25 ହଜାର ଟଙ୍କାର ଆର୍ଥିକ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ ଅନସାରୀକୁ 2014 ରେ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ (ଏଟିଏସ୍) ଗିରଫ କରିଥିଲା । ସେବେ ଠାରୁ ମାମଲାର ନ୍ୟାୟିକ ପ୍ରକ୍ରିୟା ଜାରି ରହିଥିଲା ବେଳ ଅଭିଯୁକ୍ତ ମଧ୍ୟ ନ୍ୟାୟିକ ହେପାଜତରେ ରହିଥିଲା । ଗତକାଲି ଏହି ମାମଲାର ଶୁଣାଣିରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

କ’ଣ ଥିଲା ସମ୍ପୂର୍ଣ୍ଣ ଘଟଣା:-

ଏକ ଆମେରିକୀୟ ବିଦ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ ଷଡଯନ୍ତ୍ର କରିଥିବା ଅଭିଯୁକ୍ତ ଅନିସ ଶକିଲ ଅନସାରୀକୁ (Accused Anis Shakeel Ansari ) 2014 ରେ ଏଟିଏସ ଗିରଫ କରିଥିଲା । ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର 115, 120 (ଖ) ଧାରା 43 (A), 66 (F) ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଏଟିଏସ ମାମଲା ରୁଜୁ କରିଥିଲା । ତେବେ ଗିରଫ ପରେ ବିଚାର ବିଭାଗୀୟ ହାଜତରେ ରହିଥିଲା ଅନିସ ଶକିଲ ଅନସାରୀ । ତା’ ବିରୋଧରେ ଗୋଟିଏ ପରେ ଗୋଟିଏ ପ୍ରମାଣ ଏକାଠି କରିବାରେ ଲଗିଥିବା ଏଟିଏସ ଗତକାଲି ଶୁଣାଣିରେ ତାକୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହୋଇଛି । ମୁମ୍ବାଇ ସେସନ କୋର୍ଟର ଅତିରିକ୍ତ ସେସନ ଜଜ ଏହି ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡ ସହ 25 ହଜାରର ଜୋରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details