ଆନ୍ଧ୍ରପ୍ରଦେଶ: ବିଜୟୱାଡା କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ସୁନା ଚୋରା ଟାଲାଣ ହେଉଥିବା ସମୟରେ ମାଡ଼ି ବସିଲା କଷ୍ଟମ ବିଭାଗ । କଷ୍ଟମ ବିଭାଗ ହାତରେ ଲାଗିଛି ବିଦେଶରୁ ଆସୁଥିବା ଚୋରା ସୁନା । ରାତିରେ ପେଟ୍ରୋଲିଂ କରିବା ସମୟରେ ଜବତ କରିଛି ୬.୪ କୋଟିର ଟଙ୍କାର ସୁନା ବିସ୍କୁଟ । ଜଣେ ବ୍ୟକ୍ତି ଦୁବାଇ ଏବଂ ଶ୍ରୀଲଙ୍କାରୁ ଏହି ସୁନା ଚୋରା ଚାଲାଣ କରୁଥିବା ବେଳେ କଷ୍ଟମ ବିଭାଗ ହାତରେ ଧରା ପଡ଼ିଛନ୍ତି । ତାଙ୍କଠାରୁ କିଛି ବିଦେଶି ମୁଦ୍ରା ମଧ୍ୟ ଜବତ କରିଛି ପୋଲିସ ।
ସୂଚନା ଅନୁସାରେ ଗତ ଶନିବାର ରାତିରେ କଷ୍ଟମ ବିଭାଗର ମୁଖ୍ୟ କମିଶନର ଆର୍ ଶ୍ରୀରାମ ଏକପ୍ରେସ ବିଜ୍ଞପ୍ତି ଦ୍ବାରା ସୂଚନା ଦେଇଛନ୍ତି । ବିଜୟୱାଡା କଷ୍ଟମ ବିଭାଗ ଗତ ଶୁକ୍ରବାର ଦିନ ପାଟ୍ରୋଲିଂ କରୁଥିବା ସମୟରେ ବୋଲାପଲ୍ଲୀ ଟୋଲ୍ ଗେଟ୍ ଠାରେ ଚେନ୍ନାଇ ପଟୁ ଆସୁଥିବା ଏକ କାରକୁ ତଲାସି କାରାଯାଇଥିଲା । ଏହି ସମୟରେ କାରରୁ ୪.୩ କେଜି ଚୋରା ସୁନା ଜବତ କରିବା ସହ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରିଥିଲା କଷ୍ଟମ ବିଭାଗ । ଏହା ସମୟରେ ପାଟ୍ରୋଲିଂକୁ କଡାକଡି କରିଯାଇଥିଲା । ଯାହା ଫଳରେ ପୁଣି ଅନ୍ୟ ଜଣଙ୍କ ଠାରୁ ୬.୮ କେଜିର ଚୋରା ସୁନା ଗହଣା ଆକାରରେ ଜବତ କରିବା ସହ ୧.୫ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରାଯାଇଛି । ବିଦେଶୀ ମୁଦ୍ରାଗୁଡିକ କୁଏତ ଦିନାର, କାତାରି ରିୟାଲ୍ ଏବଂ ଓମାନ ରିୟାଲ୍ ବୋଲି ଜଣା ପଡିଛି ।
ଏହା ମଧ୍ୟ ପଢନ୍ତୁ...ବସରେ ଖୁଲମଖୁଲା ସୁନା ଚୋରା ଚାଲାଣ, ମାଡ଼ି ବସିଲା ପୋଲିସ